Tuesday, April 21, 2026 11:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଡାକ୍ତର ତ୍ରିପାଠୀଙ୍କୁ ଜେରା କେବେ?

୪ ଦିନିଆ ରିମାଣ୍ଡରେ ଅଭିଯୁକ୍ତ ଗୋପାଳ

by Our Correspondent
01 Feb, 2023- 09:31 PM
in Crime, Latest News, News
1 min read
0
ଡାକ୍ତର ତ୍ରିପାଠୀଙ୍କୁ ଜେରା କେବେ?

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ହେବାର ଦୁଇ ଘଣ୍ଟା ପୂରିନି, ଆତତାୟୀ ଗୋପାଳ ଦାସର ପତ୍ନୀ ଜୟନ୍ତୀ ଗଣମାଧ୍ୟମକୁ ବାଇଟ୍ ଦେଲେ । କହିଲେ, ତାଙ୍କ ସ୍ୱାମୀଙ୍କ ମାନସିକ ଅବସ୍ଥା ଠିକ୍ ନ ଥିଲା । ଗତ ପ୍ରାୟ ୮/୯ ବର୍ଷ ହେଲା ଔଷଧ ଖାଉଥିଲେ । ବ୍ରହ୍ମପୁରର ଏକ କ୍ଲିନିକ୍ ରେ ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀଙ୍କୁ ଦେଖାଉଥିଲେ । ନିୟମିତ ନୁହେଁ, ଡାକ୍ତରଙ୍କ ପାଖକୁ ସ୍ୱାମୀ କ୍ୱଚିତ ଯାଉଥିଲେ ବୋଲି ମଧ୍ୟ ଜୟନ୍ତୀ କହିଥିଲେ ।

ଜୟନ୍ତୀ ଗଣମାଧ୍ୟମକୁ ବାଇଟ୍ ଦେବାର କିଛି ସମୟ ପରେ ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀଙ୍କ ବାଇଟ୍ ଆସିଗଲା । ଡାକ୍ତରଙ୍କ ପାଖକୁ କ୍ୱଚିତ ଯାଉଥିବା ଏବଂ ବର୍ଷ ବର୍ଷ ଧରି ବିଲକୁଲ ଆସି ନ ଥିବା ତଥାକଥିତ ରୋଗୀ ଗୋପାଳ ଦାସ ଏବଂ ତାଙ୍କ ରୋଗକୁ ଡାକ୍ତର କିନ୍ତୁ ଚଟାପଟ ମନେ ପକାଇଦେଲେ । ବାଇପୋଲାର ଆଫେକ୍ଟିଭ୍ ଡିଜଅର୍ଡର ରୋଗରେ ଗୋପାଳ ପୀଡ଼ିତ ଏବଂ ତାକୁ ମୁଡ୍ ଷ୍ଟାବିଲାଇଜର୍, ଆଣ୍ଟିସାଇକୋଟିକ୍, ସିଡୋଟିବ୍ ଔଷଧ ଦେଇଥିଲେ ବୋଲି ଆଖି ବୁଜି କହିଦେଇଗଲେ ।

ଡାକ୍ତର ତ୍ରିପାଠୀ ହେଉଛନ୍ତି ବ୍ରହ୍ମପୁର ଏମକେସିଜି ବଡ଼ ଡାକ୍ତରଖାନାର ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର । ଭଲ ନାଁ ତାଙ୍କର । ତାଙ୍କ କ୍ଲିନିକ୍ ରେ ନିଶ୍ଚିତ ଭାବେ ଦୈନିକ ଅତି କମ୍ ରେ ୨୦ ରୁ ୫୦ ରୋଗୀଙ୍କୁ ଦେଖୁଥିବେ । ମାତ୍ର ତାଙ୍କ କ୍ଲିନିକ୍ କୁ କ୍ୱଚିତ ଆସିଥିବା ଜଣେ ସାଧାରଣ ରୋଗୀଙ୍କୁ ସେ ଏତେ ଜଲଦି ମନେ ପକାଇ ତାଙ୍କ ରୋଗ ଏବଂ ଔଷଧ ସମ୍ପର୍କରେ ଅନର୍ଗଳ କହିଦେଲେ କିପରି? ସେତେବେଳକୁ ସେ ଭଲ ଭାବେ ଜାଣିସାରିଥିଲେ ଯେ ତାଙ୍କର ଏହି ତଥାକଥିତ ରୋଗୀଟି ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଗୁଳି କରିଛନ୍ତି । ସାରା ରାଜ୍ୟକୁ ଦୋହଲାଇଥିବା ଏକ ଜଘନ୍ୟ ଏବଂ ସ୍ପର୍ଶକାତର ଘଟଣାରେ ଡାକ୍ତର ତ୍ରିପାଠୀ ବିନା କାଗଜପତ୍ର ତନଖିରେ ଅଭିଯୁକ୍ତ ଗୋପାଳକୁ ମାନସିକ ରୋଗୀ ଦର୍ଶାଇବାକୁ ଉଦ୍ୟମ କଲେ । ଗୋପାଳର ପତ୍ନୀ ଜୟନ୍ତୀଙ୍କ କଥାରେ ସହମତ ହେବାକୁ ସତେ ଯେମିତି ଅପେକ୍ଷା କରିଥିଲେ ।

ମନ୍ତ୍ରୀଙ୍କ ହତ୍ୟା ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଡାକ୍ତର ତ୍ରିପାଠୀଙ୍କ ପାଖରେ ପହଞ୍ଚିନାହାନ୍ତି । ଡାକ୍ତର କେଉଁ ଆଧାରରେ ସେଦିନ ଗଣମାଧ୍ୟମରେ ବୟାନ ଦେଲେ ତାହା ନ ବୁଝିଲେ ତଦନ୍ତର ଦିଗ ଠିକ୍ ହୋଇପାରିବ ନାହିଁ । କାରଣ, ଏହା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ଯେ ନ ଥିବା ତାହା କହିହେବ ନାହିଁ । ଯଦି ଗୋପାଳକୁ ଖସାଇବା ପାଇଁ ମାନସିକ ରୋଗୀ ଭାବେ ଚିତ୍ରଣ କରିବାର ଉଦ୍ୟମ ହୋଇଥିବ ତେବେ ସେଥିରେ ସଂପୃକ୍ତ ଡାକ୍ତରଙ୍କର ଭୂମିକା ଥିବ । ଏହା ବହୁତ ଗମ୍ଭୀର କଥା । କ୍ରାଇମବ୍ରାଞ୍ଚ ଏହାକୁ ଅଣଦେଖା କରିବା ଉଚିତ ନୁହେଁ ବୋଲି କୁହାଯାଉଛି ।

ବ୍ଲାଙ୍କ ପଏଣ୍ଟରୁ ମନ୍ତ୍ରୀଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି କରିଥିବା ଗୋପାଳ ଜଣେ ମାନସିକ ରୋଗୀ ବୋଲି ଆଦୌ କୁହାଯିବ ନାହିଁ । କାରଣ ଏଭଳି କାର୍ଯ୍ୟ ମାନସିକ ରୋଗଗ୍ରସ୍ତ ବ୍ୟକ୍ତିର ନୁହେଁ । ପୁଲିସରେ ତାଙ୍କ କାର୍ଯ୍ୟ ଏବଂ ତାଙ୍କୁ ଜାଣିଥିବା ବ୍ୟକ୍ତିମାନେ ଗୋପାଳଙ୍କୁ ସାଧାରଣ ସ୍ୱଭାବର ଲୋକ ବୋଲି କହିଛନ୍ତି । ସେଦିନ ମନ୍ତ୍ରୀଙ୍କୁ ଗୁଳି କଲା ବେଳେ ତା ପାଖରେ ଭରି ରହିଥିବା ନିର୍ବିକାର ଭାବ ଏବଂ ଆତ୍ମବିଶ୍ୱାସ ଜଣେ ମାନସିକ ରୋଗୀର କଦାପି ନୁହେଁ । ନବ ଦାସଙ୍କୁ ମାରିବା ପାଇଁ ସେ ସମ୍ପୂର୍ଣ୍ଣ ଭାବେ ଯୋଜନାବଦ୍ଧ ଥିଲା ।

ଆଜି ସୋସିଆଲ୍ ମିଡିଆରେ ଭାଇରାଲ୍ କେତୋଟି ଫଟୋରେ ସ୍ୱର୍ଗତ ମନ୍ତ୍ରୀ ନବ ଦାସଙ୍କ ପଛରେ ତାକୁ ଦଳୀୟ କର୍ମୀ ଭଳି ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି । ରାଜ୍ୟର ଜଣେ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀଙ୍କ ପାଖରେ ଜଣେ ତଳିଆ ପୁଲିସ କର୍ମଚାରୀ ଏମିତି ଲଗାଲଗି ହୋଇ ଛିଡ଼ା ହେବାକୁ ସାହାସ ଜୁଟିଲା କେମିତି ଏବଂ ଏହାର ଉଦ୍ଦେଶ୍ୟ ମନ୍ଦ ଥିଲା ବୋଲି ନିଃସନ୍ଦେହରେ କୁହଯାଇପାରିବ ।

ତେବେ ମନ୍ତ୍ରୀଙ୍କୁ କାହିଁକି ସେ ହତ୍ୟା କଲା? ବ୍ୟକ୍ତିଗତ ରାଗରେ ନା କାହା ପ୍ରରୋଚନାରେ? ବ୍ୟକ୍ତିଗତ ରାଗ ଥିଓରୀକୁ ଅନେକ ଗ୍ରହଣ କରୁନାହାନ୍ତି । ଏହା ପଛରେ ଅନ୍ୟ କିଛି ଷଡ଼ଯନ୍ତ୍ର ଅଛି ବୋଲି ସେମାନଙ୍କର ବିଶ୍ୱାସ । ଟପ୍ ଲେବଲ୍ ର ଷଡ଼ଯନ୍ତ୍ର ଥିବା ସ୍ୱର୍ଗତ ଦାସଙ୍କ କାକା ଉଠାଇଥିଲା ବେଳେ ବିଜେପି ଓ କଂଗ୍ରେସ ମଧ୍ୟ ସେଥିରେ ସ୍ୱର ମିଳାଇଛନ୍ତି । ରାଜନୈତିକ ଏବଂ ବ୍ୟବସାୟିକ ଷଡ଼ଯନ୍ତ୍ର ଦିଗକୁ ତଦନ୍ତ ପରିସରଭୁକ୍ତ କରିବାକୁ ସେମାନେ ଦାବି କରୁଛନ୍ତି । ଉଭୟ ସ୍ୱର୍ଗତ ଦାସ ଏବଂ ଅଭିଯୁକ୍ତ ଗୋପାଳର ଟେଲିଫୋନ୍ କଲ୍ ରେକର୍ଡସ୍ ଯାଞ୍ଚ କରିବାକୁ ବରିଷ୍ଠ ନେତା ବିଜୟ ମହାପାତ୍ର ଦାବି କରିଛନ୍ତି ।

ଅଭିଯୁକ୍ତ ଗୋପାଳକୁ ଆଜିଠାରୁ ୪ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ମାତ୍ର ଏ ପର୍ଯ୍ୟନ୍ତ ସେଭଳି କୌଣସି ତଥ୍ୟ ଆଦାୟ କରିପାରିନାହିଁ । ତଦନ୍ତର ଚତୁର୍ଥ ଦିନରେ ଆଜି ଗୋପାଳର ବ୍ରହ୍ମପୁରସ୍ଥିତ ପୈତୃକ ଘରେ ପୁଣି ଛାନଭିନ୍ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ବ୍ରଜରାଜନଗରରେ ହୋଟେଲ କରିଥିବା ବଡ଼ଭାଇ ସତ୍ୟକୁ ମଧ୍ୟ ପଚରାଉଚୁରା କରାଯାଇଥିଲା ।

ଏଣେ ଦାୟିତ୍ୱରେ ଅବହେଳା କରିଥିବା ପୁଲିସ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ମୃତ ନବ ଦାସଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ(ପିଏସଓ) ମିତ୍ରଭାନୁ ଦେଓଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଛି । ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କୁ ସମ୍ବଲପୁର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଗାନ୍ଧୀଛକ ଫାଣ୍ଡି ଅଧିକାରୀ ଏସଆଇ ଶଶୀଭୂଷଣ ପୋଢ଼ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ବ୍ରଜରାଜନଗର ଆଇଆଇସି ଭାବେ ଧବଳେଶ୍ୱର ସାହୁଙ୍କୁ ଅବସ୍ଥପିତ କରାଯାଇଛି ।

ମାମଲାର ତଦାରଖ କରିବେ ତଦାରଖ କରିବେ ଜଷ୍ଟିସ୍ ଜେପି ଦାସ

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦାରଖ କରିବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ ପି ଦାସ । ସେ କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରିବେ । ରାଜ୍ୟ ସରକାର ଏ ନେଇ ହାଇକୋର୍ଟଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ନିରପେକ୍ଷ ତଦନ୍ତ ପାଇଁ ଜଣେ ବିଚାରପତିଙ୍କ ସହଯୋଗ ଲୋଡ଼ିଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି ହାଇକୋର୍ଟ ଆଜି ଜଷ୍ଟିସ୍ ଜେ ପି ଦାସଙ୍କୁ ମାମଲାର ତଦାରଖ ଦାୟିତ୍ୱ ଦେଇଛନ୍ତି ।

 

Previous Post

୭ ଲକ୍ଷ ଯାଏ ଆୟକର ଛାଡ଼

Next Post

ନବୀନ ପଟ୍ଟନାୟକ ଜିନ୍ଦାବାଦ: ତାରା

Next Post
ନବୀନ ପଟ୍ଟନାୟକ ଜିନ୍ଦାବାଦ: ତାରା

ନବୀନ ପଟ୍ଟନାୟକ ଜିନ୍ଦାବାଦ: ତାରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA