ନୂଆଦିଲ୍ଲୀ/ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ୍ ଆଗତ କରିଛନ୍ତି । ଆୟକର କ୍ଷେତ୍ରରେ ଏଥିରେ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛନ୍ତି । ୭ ଲକ୍ଷ ଯାଏ ଆୟକର ଛାଡ଼ କରାଯାଇଛି । ଅର୍ଥାତ ବର୍ଷକୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ । ପୂର୍ବରୁ ଆୟକର ଛାଡ଼ ସୀମା ଥିଲା ୫ ଲକ୍ଷ ।
ନୂଆ ଆୟକର ସ୍ଲାବରେ ବାର୍ଷିକ ୩ ଲକ୍ଷ ପର୍ଯ୍ୟନ୍ତ ରୋଜଗାର ଉପରେ ଆୟକର ଶୂନ ରହିଥିବା ବେଳେ ୩ ରୁ ୬ ଲକ୍ଷ ଆୟ ଉପରେ ୫%, ୬ ରୁ ୯ ଲକ୍ଷ ଆୟ ଉପରେ ୧୦%, ୯ ରୁ ୧୨ ଲକ୍ଷ ଆୟ ଉପରେ ୧୫%, ୧୨ ରୁ ୧୫% ଆୟ ଉପରେ ୨୦% ଏବଂ ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦% ଟିକସ ଦେବାକୁ ପଡିବ ।