Monday, September 21, 2026 06:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହତ୍ୟାକାଣ୍ଡର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ !

ହତ୍ୟା ପଛରେ ଭୟଙ୍କର ଷଡ଼ଯନ୍ତ୍ର: ବିରୋଧୀ

by Our Correspondent
31 Jan, 2023- 08:02 PM
in Latest News, News
1 min read
0
ହତ୍ୟାକାଣ୍ଡର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ !

ଭୁୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ କର୍ତ୍ତବ୍ୟରତ ପୁଲିସ ଏଏସଆଇ କାହିଁକି ହତ୍ୟା କଲେ? ବ୍ୟକ୍ତିଗତ ଶତ୍ରୁତା ନା ମାନସିକ ବିକାର ନା ସୁପାରି ଏହି ହତ୍ୟା ପଛର କାରଣ ତାହାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଆଲୋଚନା ଜାରି ରହିଛି । ତଦନ୍ତ ଫଳାଫଳକୁ ସମସ୍ତଙ୍କର ଅପେକ୍ଷା ରହିଛି । ସେପଟେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଆଜି ତୃତୀୟ ଦିନ ପାଇଁ ଘଟଣାର ଛାନଭିନ୍ ହୋଇଛି । ମାତ୍ର ହତ୍ୟା ଘଟଣା ଉପରୁ କୌଣସି ତଥ୍ୟ ସାମନାକୁ ଆସିନାହିଁ ।

ଆଜି ହତ୍ୟାକାଣ୍ଡ ଘଟଣାସ୍ଥଳକୁ କ୍ରାଇମବ୍ରାଞ୍ଚର ଫରେନସିକ୍ ଟିମ୍ ଯାଇ ତନ୍ନ ତନ୍ନ ପରୀକ୍ଷା କରିଥିଲେ । ଅତ୍ୟାଧୁନିକ ଜ୍ଞାନ କୌଶଳସମ୍ପନ୍ନ ଲେଜର୍ ସ୍କାନିଂରେ କ୍ରାଇମ୍ ସ୍ପଟ୍ ର ଫଟୋ ଉଠାଯାଇଥିଲା । ଅନ୍ୟ ଏକ ଟିମ୍ ଅଭିଯୁକ୍ତ ଗୋପାଳ ଦାସର ବ୍ରହ୍ମପୁର ଜଳେଶ୍ୱରପୁରସ୍ଥିତ ପୈତୃକ ଘରକୁ ଯାଇ ପତ୍ନୀ ଏବଂ ପରିବାରବର୍ଗଙ୍କୁ ଦୀର୍ଘ ଦେଢ଼ଘଣ୍ଟା କାଳ ପଚରାଉଚୁରା କରିଥିଲା । ବ୍ରଜରାଜନଗରରେ ହୋଟେଲ କରିଥିବା ଗୋପାଳଙ୍କ ବଡ଼ଭାଇଙ୍କୁ କ୍ରାଇମବ୍ରାଞ୍ଚ ପୁଲିସ ଉଠାଇ ନେଇଛନ୍ତି । ହତ୍ୟାକାଣ୍ଡ ଦିନ ତାଙ୍କ ହୋଟେଲ ବନ୍ଦ ଥିବାରୁ ସେ ସନ୍ଦେହକୁ ଆସିଛନ୍ତି । ଅନ୍ୟପକ୍ଷରେ ନବ ଦାସଙ୍କ ଗାଡ଼ି ଚଳାଉଥିବା ସରକାରୀ ଡ୍ରାଇଭର ଏବଂ ତାଙ୍କ ପିଏସଓଙ୍କଠାରୁ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ତଥ୍ୟ ସଂଗ୍ରହ କରିଛନ୍ତି ।

ସେପଟେ ମନ୍ତ୍ରୀଙ୍କ ହତ୍ୟା ପଛରେ ଟପ୍ ଲେବଲ୍ ର ଷଡ଼ଯନ୍ତ୍ର ରହିଥିବା ତାଙ୍କର ସମ୍ପର୍କୀୟମାନେ ଅଭିଯୋଗ ଆଣିବା ପରେ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି । ମାମଲାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତକୁ ସେମାନେ ଭରସା କରିନାହାନ୍ତି ।

ବିଜେପି ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସିବିଆଇକୁ ତୁରନ୍ତ ତଦନ୍ତ ଭାର ଦେବାକୁ ଦାବି କରିଛନ୍ତି । ସେ କହିଛନ୍ତି, ମନ୍ତ୍ରୀଙ୍କ ହତ୍ୟା ଅଭିଯୁକ୍ତ ହେଉଛନ୍ତି ଜଣେ ପୁଲିସ । ତେଣୁ ପୁଲିସ ଏହାର ତଦନ୍ତ କରି ସତ୍ୟ ଉନ୍ମୋଚନ କରିବା ଆଶା କରିବା ବୃଥା । ପୂର୍ବରୁ କ୍ରାଇମବ୍ରାଞ୍ଚ ଯେତେ ସବୁ ତଦନ୍ତ କରିଛି, ତାହାର ଫଳ ଶୂନ । ତେଣୁ ତୁରନ୍ତ ସିବିଆଇକୁ ତଦନ୍ତ ଭାର ଦିଆଯାଉ । ତଦନ୍ତ ବିଳମ୍ବ କଲେ ପ୍ରମାଣ ନଷ୍ଟ ହେବାର ରାସ୍ତା ପ୍ରସ୍ତୁତ ହୋଇଯିବ । ଘଟଣାକୁ ନେଇ ଏଯାଏ ଡିଜିପି ଏବଂ ଗୃହ ସଚିବ ଚୁପ୍ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିଭଳି କଂଗ୍ରେସ ମୁଖପାତ୍ର ପଞ୍ଚାନନ କାନୁନଗୋ ଏବଂ ସୁଦର୍ଶନ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ଟପ୍ ଲେବଲ୍ ଷଡ଼ଯନ୍ତ୍ର ରହିଛି ବୋଲି କହିଛନ୍ତି । ଏହା ଏକ ମାମୁଲି ହତ୍ୟା ନୁହେଁ । ଏଥିରେ ଗଭୀର ଷଡ଼ଯନ୍ତ୍ର ରହିଛି ବୋଲି ସେମାନେ ଅଭିଯୋଗ ଆଣି ଘଟଣାର ଏସଆଇଟି ସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଫାୟାରିଂ ଜାଗାରେ ହିଁ ନବ ଦାସଙ୍କର ମୃତ୍ୟୁ ହୋଇଥିବା ସେ ଶୁଣୁଛନ୍ତି ବୋଲି କହି ସରକାର କାହିଁକି ଏତେ ସମୟ ଲୁଚାଇଲେ ବୋଲି ପ୍ରଶ୍ନ କରିଛନ୍ତି ।

ଜବାବରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି, ଜୟନାରାୟଣ ଜଣେ ହତ୍ୟା ଅଭିଯୁକ୍ତ । ବାଉଳିଚାଉଳି ହୋଇ ଅବନ୍ତର ମନ୍ତବ୍ୟ ଦେଉଛନ୍ତି । ଜଣେ ହତ୍ୟା ଅଭିଯୁକ୍ତଙ୍କ ମନ୍ତବ୍ୟକୁ ବିଜେଡି ଗୁରୁତ୍ୱ ଦିଏ ନାହିଁ ବୋଲି ସେ କହିଛନ୍ତି ।

Previous Post

ମନ୍ତ୍ରୀ ହତ୍ୟା ଘଟଣା: ବଦଳିଲେ ଏସପି, ଏସଡିପିଓ

Next Post

୭ ଲକ୍ଷ ଯାଏ ଆୟକର ଛାଡ଼

Next Post
୭ ଲକ୍ଷ ଯାଏ ଆୟକର ଛାଡ଼

୭ ଲକ୍ଷ ଯାଏ ଆୟକର ଛାଡ଼

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA