ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଉଚ୍ଚପଦସ୍ଥ ପୁଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଝାରସୁଗୁଡ଼ା ଏସପି ରାହୁଲ ଜୈନ୍ ଏବଂ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ହଟାଇ ଦିଆଯାଇଛି । ଉଭୟଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।
ବରଗଡ଼ ଏସପି ପରମାର ସ୍ମିତ୍ ପର୍ସୋତମଦାସଙ୍କୁ ଝାରସୁଗୁଡ଼ା ଏସପି ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କ ଜାଗାରେ ବୌଦ୍ଧ ଏସପି ପ୍ରହଲ୍ଲାଦ ସହାଇ ମୀନାଙ୍କୁ ବରଗଡ଼ ଏସପି କରାଯାଇଛି । ରାୟଗଡ଼ା ଅତିରିକ୍ତ ଏସପି ରାଜ ପ୍ରସାଦଙ୍କୁ ବୌଦ୍ଧ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଆଇପିଏସ୍ ବଦଳି ବିଜ୍ଞପ୍ତି ଆଜି ସଂଧ୍ୟାରେ ପ୍ରକାଶ ପାଇଛି ।
ସେହିଭଳି ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ସେଠାରୁ ହଟାଇ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ତାଙ୍କ ଜାଗାରେ ଆଠମଲ୍ଲିକ ଏସଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ଅବସ୍ଥାପିତ କରାଯାଇଛି । ଶ୍ରୀ ପ୍ରଧାନ ବ୍ରଜରାଜନଗର ଏସଡିପିଓ ଭାବେ କାର୍ଯ୍ୟ କରିବେ ।
ସୂଚନାଥାଉକି, ମନ୍ତ୍ରୀଙ୍କ ହତ୍ୟା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କୁ ଗତକାଲି ଚାକିରିରୁ ବହିଷ୍କାର କରାଯାଇଥିଲା । ସେ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡିରେ ଏଏସଆଇ ଭାବେ କାର୍ଯ୍ୟ କରୁଥିଲେ । ସେ ଗିରଫ ହୋଇ ଏବେ ଜେଲ୍ ରେ ।