Sunday, November 15, 2026 11:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବ ଦାସଙ୍କୁ ଅଶ୍ରୁଳ ବିଦାୟ

by Our Correspondent
30 Jan, 2023- 10:40 PM
in Latest News, News
1 min read
0
ନବ ଦାସଙ୍କୁ ଅଶ୍ରୁଳ ବିଦାୟ

ଝାରସୁଗୁଡ଼ା/ଭୁୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ଲୀନ ହୋଇଛି । ହଜାର ହଜାର ସମର୍ଥକ ତାଙ୍କର ପ୍ରିୟ ନେତାଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି । ପତ୍ନୀ ଏବଂ ଦୁଇ ସନ୍ତାନଙ୍କ ଆକୁଳ କ୍ରନ୍ଦନ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଥିଲା । ଦୀର୍ଘ ୩ ଘଣ୍ଟାର ଶେଷଯାତ୍ରା ପରେ ଖେରୁଆଲ୍ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ପୁଅ ବିଶାଳ ମୁଖାଗ୍ନି ଦେଇଥିଲେ ।

ଗତକାଲି ବିଳମ୍ବିତ ରାତିରେ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଶବ ପୋଷ୍ଟମର୍ଟମ କରାଯିବା ପରେ ପାର୍ଥିବ ଶରୀରକୁ ବିଧାନସଭା ନିଆଯାଇଥିଲା । ସେଠାରେ ବାଚସ୍ପତି ଓ ବିଧାୟକମାନେ ସ୍ୱର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ପାର୍ଥିବ ଶରୀରକୁ ତାଙ୍କର ସରକାରୀ ବାସଭବନକୁ ନିଆଯାଇଥିଲା । ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତିମ ଦର୍ଶନ ପାଇଁ ଯାଇଥିଲେ । ତାଙ୍କ ପରିବାରକୁ ଭେଟି ଶାନ୍ତ୍ୱନା ଦେବାକୁ ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଦେଖି ନବଙ୍କ ପତ୍ନୀ ଭୋ ଭୋ ହୋଇ କାନ୍ଦିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଆଖି ମଧ୍ୟ ଛଳ ଛଳ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସେଠାରୁ ଆସିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନ୍ତିମ ଦର୍ଶନ କରିଥିଲେ । ସବୁ ଦଳର ତୁଙ୍ଗ ନେତାମାନେ ଅନ୍ତିମ ଦର୍ଶନ କରିଥିଲେ ।

ଏହାପରେ ପାର୍ଥିବ ଶରୀରକୁ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ଦଳୀୟ ନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେଠାରୁ ପାର୍ଥିବ ଶରୀରକୁ ବିମାନବନ୍ଦର ନିଆଯାଇ ଏକ ସ୍ୱତନ୍ତ୍ର ବିମାନରେ ଝାରସୁଗୁଡ଼ା ନିଆଯାଇଥିଲା । ତାଙ୍କ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା । ଏହାପରେ ତାଙ୍କର ଅନ୍ତିମ ଯାତ୍ରା ଆରମ୍ଭ ହୋଇଥିଲା । ସେମାନଙ୍କ ପ୍ରିୟ ନେତାଙ୍କୁ ବିଦାୟ ଦେବା ପାଇଁ ସମଗ୍ର ଝାରସୁଗଡ଼ା ଲୋକାରଣ୍ୟ ହୋଇଯାଇଥିଲା । ହଜାର ହଜାର ଲୋକ ଏହି ଶେଷଯାତ୍ରାରେ ସାମିଲ ହୋଇଥିଲେ ।

ଅପରାହ୍ନ ପ୍ରାୟ ୪ଟାରେ ଖେରୁଆଲ ଶ୍ମଶାନରେ ଅନ୍ତିମ ଶୋଭାଯାତ୍ରା ପହଞ୍ଚିଥିଲା । ସେଠାରେ ତାଙ୍କୁ ଗାର୍ଡ ଅଫ ଅନର୍ ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଟୁକୁନି ସାହୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଅଧିକାଂଶ ମନ୍ତ୍ରୀ, ବିଧାୟକ ଏବଂ ଦଳୀୟ ନେତୃବର୍ଗ ଉପସ୍ଥିତ ଥିଲେ ।

Previous Post

ମନ୍ତ୍ରୀ ନବ ଦାସ ଆଉ ନାହାନ୍ତି

Next Post

ମନ୍ତ୍ରୀ ହତ୍ୟା ଘଟଣା: ବଦଳିଲେ ଏସପି, ଏସଡିପିଓ

Next Post
ମନ୍ତ୍ରୀ ହତ୍ୟା ଘଟଣା: ବଦଳିଲେ ଏସପି, ଏସଡିପିଓ

ମନ୍ତ୍ରୀ ହତ୍ୟା ଘଟଣା: ବଦଳିଲେ ଏସପି, ଏସଡିପିଓ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA