Monday, September 21, 2026 06:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମନ୍ତ୍ରୀ ନବ ଦାସ ଆଉ ନାହାନ୍ତି

by Our Correspondent
29 Jan, 2023- 07:42 PM
in Latest News, News
1 min read
0
ମନ୍ତ୍ରୀ ନବ ଦାସ ଆଉ ନାହାନ୍ତି

ଭୁବନେଶ୍ୱର: ଅତ୍ୟନ୍ତ ଦୁଃଖଦ ଖବର । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଆଉ ନାହାନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଆଜି ଗୁରୁତର ଆହତ ହୋଇଥିଲେ । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ାରୁ ଏୟାର ଲିଫ୍ଟ୍ କରାଯାଇ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ୍ କୁ ଅଣାଯାଇଥିଲା । ମାତ୍ର ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ସେ ବଞ୍ଚିପାରିନାହାନ୍ତି । ତାଙ୍କୁ ମୃତ ଘୋଷଣା କରାଯାଇଛି ।

ଗୁଳିମାଡ଼ରେ ସଙ୍କଟାପନ୍ନ ହୋଇପଡ଼ିଥିବା ନବ ଦାସଙ୍କୁ ଝାରସୁଗୁଡ଼ାରୁ ଏୟାର ଲିଫ୍ଟ କରାଯାଇଥିଲା । ଅପରାହ୍ନ ପ୍ରାୟ ୩ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଗ୍ରୀନ୍ କରିଡର ଭିତରେ ଆପୋଲୋ ହସ୍ପିଟାଲ ନିଆଯାଇଥିଲା । ଚିକିତ୍ସା ବ୍ୟବସ୍ଥାର ତଦାରଖ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ଆପୋଲୋ ହସ୍ପିଟାଲ୍ ରେ ପହଞ୍ଚି ଯାଇଥିଲେ । ମୁଖ୍ୟମନ୍ତ୍ରୀ ଡାକ୍ତରମାନଙ୍କ ସହ ଆଲୋଚନା କରିବା ସହ ଶ୍ରୀ ଦାସଙ୍କ ପୁଅଙ୍କୁ ଶାନ୍ତ୍ୱନା ଦେଇ ଫେରିଥିଲେ ।

ନବଙ୍କୁ ଆପୋଲୋ ହସ୍ପିଟାଲ୍ ଅଣାଯିବା ପରେ ଲାଇଫ୍ ସପୋର୍ଟ ସିଷ୍ଟମ୍ ରେ ରଖି ଚିକିତ୍ସା ଆରମ୍ଭ ହୋଇଥିଲା । ଆପୋଲୋ ହସ୍ପିଟାଲ୍, ଏମସ୍ ହସ୍ପିଟାଲ୍, ଏସସିବି ହସ୍ପିଟାଲ୍ ଏବଂ କ୍ୟାପିଟାଲ୍ ହସ୍ପିଟାଲ୍ ର ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ । ଗୁଳିବିଦ୍ଧ ଛାତିରେ ଅସ୍ତ୍ରୋପଚାର ଉଦ୍ୟମ ହୋଇଥିଲା । ମାତ୍ର ସବୁ ଉଦ୍ୟମ ବିଫଳ ହୋଇଥିଲା ।

ସୂଚନାଥାଉକି, ମନ୍ତ୍ରୀ ନବ ଦାସଙ୍କର ଆଜି ବ୍ରଜରାଜନଗରରେ କାର୍ଯ୍ୟକ୍ରମ ଥିଲା । ଦିନ ପ୍ରାୟ ୧୨ଟା ୨୫ ମିନିଟ୍ ବେଳେ ସେ ଗାନ୍ଧୀ ଛକଠାରେ ପହଞ୍ଚିଥିଲେ । ଗାଡ଼ିରୁ ଓହ୍ଲାଇଲା ପରେ ତାଙ୍କୁ କର୍ମୀମାନେ ଫୁଲମାଳ ଦେଇ ସ୍ୱାଗତ କରୁଥିଲେ । ଏହି ସମୟରେ ସେଠାରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଗାନ୍ଧୀ ଛକ ଫାଣ୍ଡିର ଏଏସଆଇ ଗୋପାଳ କୃଷ୍ଣ ଦାସ ନିଜ ରିଭଲଭରରୁ ମନ୍ତ୍ରୀଙ୍କ ଉପକୁ ଅତର୍କିତ ଗୁଳି ଚାଳନା କରିଥିଲେ । ସେ ୫ ରାଉଣ୍ଡ ଗୁଳି ଚଳାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଦୁଇ ରାଉଣ୍ଡ ଗୁଳି ନବ ଦାସଙ୍କ ଛାତିରେ ବାଜିଥିଲା ।

ପ୍ରତ୍ୟକ୍ଷଦର୍ଶୀମାନେ କିଛି ବୁଝିବା ଆଗରୁ ମନ୍ତ୍ରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ତାଙ୍କ ଛାତିରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ହସ୍ପିଟାଲ୍ କୁ ନିଆଯାଇଥିଲା । ସେଠାରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସହ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଥିଲା ।

ଏହି ଅଘଟଣକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଆତତାୟୀ ପୁଲିସ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କୁ ଘଟଣାସ୍ଥଳରୁ କାବୁ କରାଯାଇଛି । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । କେଉଁ କାରଣ ପାଇଁ ମନ୍ତ୍ରୀଙ୍କୁ ହତ୍ୟା କରାଗଲା ତାହା ଜାଣିବାକୁ ସମସ୍ତଙ୍କର ଅପେକ୍ଷା ରହିଛି ।

କାରଣ ଯାହା ବି ହେଉ ନା କାହିଁକି.. ନବ ଦାସ ଆଉ ଇହଧାମରେ ନାହାନ୍ତି । ତାଙ୍କର ଏଭଳି ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିନାହାନ୍ତି । ନବଙ୍କ ମୃତ୍ୟୁରେ ରାଜନୈତିକ ଦଳର ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସ୍ୱର୍ଗତ ଦାସ ଝାରସୁଗୁଡ଼ା ବିଧାନସଭା ଆସନରୁ ତିନି ଥର ନିର୍ବାଚିତ ହୋଇଥିଲେ । କଂଗ୍ରେସ ଟିକେଟରେ ୨୦୦୯ ଏବଂ ୨୦୧୪ ମସିହାରେ ଜିତିଥିଲା ବେଳେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗଦେଇ ବିଧାୟକ ହୋଇଥିଲେ । କେବଳ ଝାରସୁଗୁଡ଼ା ନୁହେଁ, ସମଗ୍ର ପଶ୍ଚିମ ଓଡ଼ିଶା ରାଜନୀତିରେ ତାଙ୍କର ପ୍ରବଳ ଦବଦବା ଥିଲା । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ହୋଇଥିଲା ।

Previous Post

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼

Next Post

ନବ ଦାସଙ୍କୁ ଅଶ୍ରୁଳ ବିଦାୟ

Next Post
ନବ ଦାସଙ୍କୁ ଅଶ୍ରୁଳ ବିଦାୟ

ନବ ଦାସଙ୍କୁ ଅଶ୍ରୁଳ ବିଦାୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA