Sunday, April 19, 2026 05:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଂଗ୍ରେସ ଏଥିପାଇଁ ଉଧେଇ ପାରୁନି !

ପିପିଲି ପ୍ରାର୍ଥୀ ଘୋଷଣାରେ ବିଳମ୍ବ, ପ୍ରଚାର ପ୍ରସ୍ତୁତିରେ ଧୀମା

by Our Correspondent
27 Mar, 2021- 01:01 PM
in Latest News, News, Politics
1 min read
0
କଂଗ୍ରେସ ଏଥିପାଇଁ ଉଧେଇ ପାରୁନି !

ଭୁବନେଶ୍ୱର: ପିପିଲିରେ ଉପନିର୍ବାଚନ ହେବ ବୋଲି ୨୦୨୦ ଅକ୍ଟୋବର ୪ ତାରିଖରୁ ସ୍ପଷ୍ଟ ଥିଲା । ମାର୍ଚ୍ଚ ୧୬ ରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଉପନିର୍ବାଚନର ତାରିଖ ଘୋଷଣା ହେଲା । ମାର୍ଚ୍ଚ ୨୩ ତାରିଖରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେଲା । ମାର୍ଚ୍ଚ ୩୦ ନାମାଙ୍କନପତ୍ର ଦାଖଲର ଶେଷ ଦିନ । ବିଜେପି ଓ ବିଜେଡ଼ି ଇତିମଧ୍ୟରେ ପ୍ରାର୍ଥୀ ଘୋଷଣା କରି ସାରିଥିଲେ ମଧ୍ୟ କଂଗ୍ରେସର ପ୍ରାର୍ଥୀ ସ୍ଥିର ହୋଇପାରିନାହିଁ । ଦିଲ୍ଲୀରୁ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି ।

ପିପିଲିରେ ପ୍ରାର୍ଥୀ ଚୟନ ପାଇଁ ଚିରଞ୍ଜିବୀ ବିଶ୍ୱାଳଙ୍କ ନେତୃତ୍ୱରେ ୫ ଜଣିଆ କମିଟି ଗଠନ କରାଯାଇଥିଲା । ଗତଥରର ପରାଜିତ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ, ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର ଏବଂ ପିପିଲି ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନାଁ କମିଟି ସୁପାରିଶ କଲା ପିସିସିକୁ । ଚୂଡ଼ାନ୍ତ ନାଁ ଅନୁମୋଦନ ପାଇଁ ପିସିସି ତାହାକୁ ଦିଲ୍ଲୀ ପଠାଇଲା । ତେବେ ନାଁ ଘୋଷଣା ପୂର୍ବରୁ ସେଥିରେ କେଁ ବାହାରିଛି । ଶେଷ ମୁହୁର୍ତ୍ତରେ ଆଉ ଦୁଇଜଣ ଆଶାୟୀ ଯୋଡି ହୋଇଛନ୍ତି । ସାଙ୍ଗକୁ ଭିନ୍ନ ରାଜନୈତିକ ଅଙ୍କକଷା ଅଛି । ସେଥିପାଇଁ ପ୍ରକ୍ରିୟା ବିଳମ୍ବିତ ହୋଇଛି ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ।

ବିଜେପୁର, ପାଟକୁରା, ବାଲେଶ୍ୱର ଓ ତିର୍ତ୍ତୋଲ ଭଳି ପିପିଲି ଉପନିର୍ବାଚନକୁ ମଧ୍ୟ ଦଳ ଗମ୍ଭୀରତାର ସହ ନେଇନାହିଁ ବୋଲି ଏହା ସ୍ପଷ୍ଟ କରୁଛି । ସୁର ରାଉତରାୟଙ୍କ ଭଳି ଦଳର ହାତଗଣତି ନେତା ଟିଭିରେ ପବନ କରୁଥିଲେ ମଧ୍ୟ ବାସ୍ତବରେ ନିର୍ବାଚନ ଲଢ଼ିବା ପାଇଁ ନେତୃତ୍ୱର ହୋସ୍ ନାହିଁ କି ଜୋସ୍ ନାହିଁ । ନହେଲେ, ବିଜେଡ଼ି ଓ ବିଜେପି ନେତାମାନେ ପିପିଲି ନିର୍ବାଚନମଣ୍ଡଳୀରେ କ୍ୟାମ୍ପ ବିଛାଇ ଘନ ଘନ ବୈଠକ କଲାବେଳକୁ କଂଗ୍ରେସ ନେତାମାନେ ହାଇକମାଣ୍ଡଙ୍କ ଫାକ୍ସକୁ ଅନାଇ ବସି ନ ଥାଆନ୍ତେ ।

ଖାଲି ଟିକେଟ୍ ଚୟନରେ ବିଳମ୍ବ ନୁହେଁ, ଉପନିର୍ବାଚନକୁ ମାତ୍ର ୨୦ ଦିନ ବାକି ଥିଲେ ମଧ୍ୟ ପିପିଲିରେ କର୍ମୀଙ୍କୁ ଏକଜୁଟ୍ କରିବା କାମ ଆରମ୍ଭ କରିନି ଦଳ । ଗୋଷ୍ଠୀ କନ୍ଦଳରେ ବୁଡ଼ିଥିବା ପିସିସି ନେତୃତ୍ୱ ସେଥିପାଇଁ ଚିନ୍ତା କରିଥିବା ଜଣାପଡୁନାହିଁ । ଏପଟେ ଆଶାୟୀମାନେ ଟିକେଟ ସୁନିଶ୍ଚିତ ନ ଥିବାରୁ ଅଯଥା ଖର୍ଚ୍ଚକୁ ଡରି ଗୋଡ କାଢ଼ୁନାହାନ୍ତି । ଅବଶ୍ୟ ଗୋଡ଼ ଟଣାଟଣିରୁ ସେମାନେ ହଟିନାହାନ୍ତି । କେହି କେହି ପିସିସି ସଭାପତିଙ୍କୁ ଆଗୁଆ ଟାର୍ଗେଟ୍ କରି ଟିଭିରେ ବାଇଟ୍ ଦେଲେଣି ।

ଏଭଳି ଭାବେ ପିପିଲିରେ କଂଗ୍ରେସର ସ୍ଥିତି ବଡ଼ ଦହନୀୟ ଅବସ୍ଥାକୁ ଚାଲିଆସିଛି । ଯୁଧିଷ୍ଠିର ସାମନ୍ତରାୟ କଂଗ୍ରେସରୁ ମୁହଁ ଫେରାଇବା ଦିନଠୁଁ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି । ଗତ ସାଧାରଣ ନିର୍ବାଚନରେ ଦଳର ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ଅମାନତ ବି ରଖି ପାରିନଥିଲେ । ତାଙ୍କୁ ମିଳିଥିଲା ମାତ୍ର ୯,୮୩୦ ଖଣ୍ଡ ଭୋଟ ।

ତେବେ ସଂଗଠନର ଟ୍ରାକ୍ ଫେରାଇ ଆଣିବା ପାଇଁ ରାଜ୍ୟ ନେତୃତ୍ୱ କିମ୍ବା ସ୍ଥାନୀୟ ନେତୃତ୍ୱ କୌଣସି ଉଦ୍ୟମ କରୁ ନ ଥିବାରୁ କର୍ମୀମାନଙ୍କ ମନୋବଳ ଭାଙ୍ଗିଯାଇଛି । ଉପନିର୍ବାଚନ ସୁନିଶ୍ଚିତ ବୋଲି ୬ ମାସ ଆଗରୁ ଜଣାଥିଲେ ବି ଆଗୁଆ ଉଦ୍ୟମ ହୋଇ ନ ଥିବାରୁ କର୍ମୀମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି । କାହାକୁ ଆଗରେ ରଖି ଉପନିର୍ବାଚନ ଲଢ଼ାଯିବ କାହିଁକି ସ୍ଥିର ହୋଇପାରିଲାନି ବୋଲି ପ୍ରଶ୍ନ କରିଛନ୍ତି ।

ରାଜନୈତିକ ପର୍ଯ୍ୟବେକ୍ଷକଙ୍କ କହିବାନୁଯାୟୀ, ଓଡ଼ିଶାରେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପିସିସି ଏବେ କା’ ରେ ଚାଲିଛି । ଦୁର୍ବଳ ସଂଗଠନ ମଜବୁତ୍ କରିବାକୁ ଇଚ୍ଛାଶକ୍ତି ନାହିଁ । ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଭୋଟ ପୂର୍ବରୁ ଦଳ ହାତ ଟେକିଦେଲା । ବାଲେଶ୍ୱର ଘମାଘୋଟ ଲଢ଼େଇ ବେଳେ କଂଗ୍ରେସ ଯୁଦ୍ଧର ସେନାପତି ସାଜିଥିବା ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ଓରଫ୍ ସୁଲିଆ ପଟ୍ଟନାୟକ ରହସ୍ୟଜନକ ଭାବେ ଅନ୍ତର୍ଦ୍ଧାନ ହୋଇଗଲେ । ଆଗକୁ ପିପିଲିରେ ଶକ୍ତିଶାଳୀ ବିଜେଡ଼ି ଓ ବିଜେପିକୁ ଦଳ ମୁକାବିଲା କରିବ ନା ସରେଣ୍ଡର୍ କରିଯିବ ତାହା ଦେଖିବାକୁ ବାକି ରହିଲା ।

Previous Post

ଅଲିମ୍ପିକ୍‍ କ୍ୱାଲିଫାଏର୍‍ କିଟ୍‍ ଛାତ୍ରୀ ଭବାନୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

Next Post

ମୋ ପୁଅ ପ୍ରାର୍ଥୀ ହୋଇଥିବାରୁ ମୁଁ ସବୁଠାରୁ ଅଧିକ ଖୁସି: ପ୍ରତିଭା ମହାରଥୀ

Next Post
ମୋ ପୁଅ ପ୍ରାର୍ଥୀ ହୋଇଥିବାରୁ ମୁଁ ସବୁଠାରୁ ଅଧିକ ଖୁସି: ପ୍ରତିଭା ମହାରଥୀ

ମୋ ପୁଅ ପ୍ରାର୍ଥୀ ହୋଇଥିବାରୁ ମୁଁ ସବୁଠାରୁ ଅଧିକ ଖୁସି: ପ୍ରତିଭା ମହାରଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA