Thursday, July 10, 2025 05:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ପରୀ’ ମୃତ୍ୟୁ: ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସଆଇଟି ଟିମ୍

ବିିଧାନସଭା ଆଜି ବି ଚାଲି ପାରିଲାନି

by Our Correspondent
28 Nov, 2020- 08:11 PM
in Latest News, News
1 min read
0
‘ପରୀ’ ମୃତ୍ୟୁ: ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସଆଇଟି ଟିମ୍

ଭୁୁବନେଶ୍ୱର: ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍(ଏସଆଇଟି) ନୟାଗଡ଼ ‘ପରୀ’ ମୃତ୍ୟୁ ଘଟଣାର ତଦନ୍ତ କରିବ । ଏହି ଟିମ୍ ରେ ଅଛନ୍ତି କ୍ରାଇମବ୍ରାଞ୍ଚ ଏସପି ଆର.କେ.ଦୋରା, ଏଏସପି ଆର.ସି. ଥମ୍ବ, ଇନସପେକ୍ଟର ନରେନ୍ଦ୍ର କୁମାର ବେହେରା ଏବଂ ଇନସପେକ୍ଟର ମମତାରାଣୀ ପଣ୍ଡା । ଆଜି ଗୃହ ବିଭାଗ ପକ୍ଷରୁ ଏହାର ବିଜ୍ଞପ୍ତି ପ୍ରକାଶ ପାଇବା ସହ ଜଣେ ବିଚାରପତିଙ୍କ ତତ୍ତ୍ୱାବଧାନ ପାଇଁ ହାଇକୋର୍ଟ ରେଜିଷ୍ଟ୍ରାର୍ ଙ୍କ ପାଖକୁ ଚିଠି ପଠାଯାଇଛି ।

ପ୍ରଥମେ କ୍ରାଇମବ୍ରାଞ୍ଚ ଏବଂ ଏବେ ଏସଆଇଟି ତଦନ୍ତ ଜରିଆରେ ନୟାଗଡ଼ର କୁନିଝିଅ ପରୀକୁ ନ୍ୟାୟ ଦେବା ପାଇଁ ସରକାର ତତ୍ପରତା ଦେଖାଇଥିଲେ ମଧ୍ୟ ମୁଖ୍ୟ ବିରୋଧୀ ଦଳ ବିଜେପି ଏହାକୁ ଗ୍ରହଣ କରିନାହିଁ । ପରୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଅଟଳ ରହି ସେମାନେ ଲଗାତର ତୃତୀୟ ଦିନ ପାଇଁ ଗୃହକୁ ସମ୍ପୂର୍ଣ୍ଣ ଅଚଳ କରିଛନ୍ତି ।

ଦାବି ପୂରଣ ନ ହେଲା ଯାଏଁ ସେମାନେ ହଟିବେ ନାହିଁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏବଂ ବିଧାୟକ ବିଷ୍ଣୁ ସେଠୀ ସ୍ପଷ୍ଟ କରିଛନ୍ତି । ଆଜି ବିଧାନସଭା ଆରମ୍ଭ କ୍ଷଣି ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲି ଆସି ପୂର୍ବଭଳି ନାରାବାଜି, ହଟ୍ଟଗୋଳ କରିଥିଲେ । ଫଳ ଗୃହ ଚାଲିପାରି ନ ଥିଲା । ଅପରାହ୍ନ ଅଧିବେସନରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ି ମାଇକ୍ ଭାଙ୍ଗିଦେଇଥିଲେ । ବିଜେପି ବିଧାୟକଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଆଜି ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମ୍ଭବ ହୋଇ ନ ଥିଲା ।

ଗୃହର ମୂଲ୍ୟବାନ ସମୟ ନଷ୍ଟ କରି ବିଜେପିର ଏଭଳି ଆଭିମୁଖ୍ୟକୁ ବିଜେଡ଼ି କଡ଼ା ସମାଲୋଚନା କରିଥିବା ବେଳେ ଆଜି କଂଗ୍ରେସ ମଧ୍ୟ ବିଜେପିର ଆଭିମୁଖ୍ୟକୁ ନାପସନ୍ଦ କରିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଆମେ ଏସଆଇଟି ତଦନ୍ତ ଦାବି କରିଥିଲୁ । ହାଇକୋର୍ଟ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରୀ ମୃତ୍ୟୁ ଘଟଣାର ଏସଆଇଟି ତଦନ୍ତ ଘୋଷଣା ହୋଇଥିବାରୁ ଆଉ ପାଟିତୁଣ୍ଡର ଆବଶ୍ୟକତା ନାହିଁ । ଜଣେ ମନ୍ତ୍ରୀ ହାଇକୋର୍ଟଙ୍କୁ ପ୍ରଭାବିତ କରି ତଦନ୍ତକୁ ଦିଗହରା କରିବା ସମ୍ଭବ କି ବୋଲି ବିଜେପିର ଦାବି ପରିପ୍ରେକ୍ଷୀରେ ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।

ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏକ ବିବୃତ୍ତି ଜରିଆରେ ଏସଆଇଟି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ ଦୂର କରିଥିଲେ । ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ମାମଲାର ତଦନ୍ତ କରିବ ଏବଂ ଗୃହ ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ଏହାର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଗୃହକୁ ଅବଗତ କରାଇଥିଲେ । ସଂସଦୀୟ ମନ୍ତ୍ରୀଙ୍କ ବିବୃତ୍ତିର କିଛି ସମୟ ପରେ ଗୃହ ବିଭାଗ ପକ୍ଷରୁ ଏସଆଇଟି ଗଠନ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଏସଆଇଟି ଦ୍ୱାରା ତଦନ୍ତ କରିବାକୁ କଂଗ୍ରେସର ଦାବି ପୂରଣ ହେବା ପରେ ବିଧାୟକମାନେ ନରମ ପଡ଼ିଥିଲେ ମଧ୍ୟ ବାଚସ୍ପତିଙ୍କ ନିର୍ଦ୍ଦେଶରେ ବୁଧବାର ଦିନ ଗୃହ ରାଷ୍ଟ୍ରମନ୍ତ୍ରୀ ଦେଇଥିବା ବିବୃତି ଉପରେ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆପତ୍ତି ଉଠାଇଥିଲେ । ରାଷ୍ଟ୍ରମନ୍ତ୍ରୀ କେବଳ କ୍ରାଇମବ୍ରାଞ୍ଚ ତଦନ୍ତ କଥା କହିଥିଲେ ମଧ୍ୟ ଅନ୍ୟ ୩ଟି ପ୍ରସଙ୍ଗ ଉପରେ କାହିଁକି ଜବାବ ରଖିଲେ ନାହିଁ ତାହା ଜାଣିବାକୁ ଚାହିଁଥିଲେ । ଏହାକୁ ନେଇ କଂଗ୍ରେସ ବିଧାୟକମାନେ ହୋ ହଲ୍ଲା କରିଥିଲେ ।

Previous Post

ଜେଲ୍ ଗଲେ କୁଖ୍ୟାତ ଲୁଟେରା ବାପପୁଅ

Next Post

ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏଆଇଜି ମଧ୍ୟରେ ବୁଝାମଣା

Next Post
ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏଆଇଜି ମଧ୍ୟରେ ବୁଝାମଣା

ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏଆଇଜି ମଧ୍ୟରେ ବୁଝାମଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA