Saturday, April 25, 2026 02:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବବାବୁଙ୍କ ବିକୃତ ପ୍ରତିମୂର୍ତ୍ତି ହଟିଲା

by Our Correspondent
05 Apr, 2023- 10:15 PM
in Latest News, News
1 min read
0
ନବବାବୁଙ୍କ ବିକୃତ ପ୍ରତିମୂର୍ତ୍ତି ହଟିଲା

ଭୁୁବନେଶ୍ୱର: ଆଗ ପ୍ୟାଣ୍ଟ ଓ କୋର୍ଟ ପିନ୍ଧାଇ ଦିଆଗଲା । ବିରୋଧ ହେବାରୁ ଦେହରୁ ପ୍ୟାଣ୍ଟ କୋର୍ଟ ହଟାଇ ଧୋତି ପଞ୍ଜାବୀ ପିନ୍ଧାଇ ଦିଆଗଲା । ନବବାବୁ କାହିଁକି ଓଡିଶାରେ ଏମିତି ପାଦ ପର୍ଯ୍ୟନ୍ତ ଲମ୍ବିଥିବା ଧୋତି କେହି କେବେ ପିନ୍ଧି ନ ଥିବେ । ବରେଣ୍ୟ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ତାଙ୍କ କର୍ମମାଟି ଅନୁଗୁଳ ପୌରପାଳିକା ଏମିତି ଜୋକର୍ ରୂପ ଦେବା ଏବଂ ଜନସାଧାରଣଙ୍କ ଭୀଷଣ ପ୍ରତିକ୍ରିୟା ପରେ ସରକାର ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଛନ୍ତି ।

ଅନୁଗୁଳର ଗୋପବନ୍ଧୁ ପାର୍କରେ ସ୍ଥାପିତ ନବକୃଷ୍ଣ ଚୌଧୁରୀଙ୍କ ବିକୃତ ପ୍ରତିମୂର୍ତ୍ତିକୁ ରାଜ୍ୟ ସରକାର ଆଜି ହଟାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ହଟା ଯାଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି । ବିଧାନସଭା ସମ୍ମୁଖରେ ନିର୍ମିତ ପ୍ରତିମୂର୍ତ୍ତି ଢ଼ାଞ୍ଚାରେ ଅନୁଗୁଳ ସହରରେ ନୂତନ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ ହେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟର ତଦାରଖ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ଖାଲି ସେତିକି ନୁହେଁ, ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ଅନୁଷ୍ଠାନ ବାଜି ରାଉତ ଛାତ୍ରାବାସର ପୁନରୁଦ୍ଧାର ଓ ସଂରକ୍ଷଣ ତଥା ସମୂହ ବିକାଶ ପାଇଁ ସରକାର ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି କୁହାଯାଇଛି । ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଅଫିସର ଦଳ ଆସନ୍ତାକାଲି(ଗୁରୁବାର) ବାଜି ରାଉତ ଛାତ୍ରାବାସ ଗସ୍ତ କରିବେ । ଏହି ଅଫିସର ଦଳରେ ଓବିସିସିର ପରିଚାଳନା ନିର୍ଦ୍ଦେଶକ, ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋର ସଂରକ୍ଷଣ ତଥା ନିର୍ମାଣ କାର୍ଯ୍ୟରେ ନିୟୋଜକ ଶିଳ୍ପୀ ଜୟନ୍ତ ଦାସ ଅନୁଗୁଳ ଗସ୍ତ କରିବେ ।

ତେବେ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ଦୁଇ ଦୁଇ ଥର ବିକୃତ କରିଥିବା ଅନୁଗୁଳ ପୌରପାଳିକା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏଭଳି ଅକ୍ଷମଣୀୟ ଭୁଲ୍ କୁ ସରକାର ହାଲକା ଭାବେ ନେବା ଉଚିତ ନୁହେଁ ବୋଲି ସଚେତନ ନାଗରିକମାନେ ମତ ଦେଇଛନ୍ତି ।

ସୂଚନାଯୋଗ୍ୟ, ଉତ୍କଳ ଦିବସରେ ଅନୁଗୁଳ ଗୋପବନ୍ଧୁ ପାର୍କରେ ସ୍ୱାଧୀନତା ସଂଗ୍ରାମୀଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ପୌର ପ୍ରଶାସନ ଆଗ୍ରହ ପ୍ରକାଶ କରି ତିନିମାସ ତଳୁ କାମ ଆରମ୍ଭ କରିଥିଲା । ନାଗପୁରରୁ ମିସ୍ତ୍ରୀ ଅଣାଯାଇ ନବକୃଷ୍ଣ ଚୌଧୁରୀଙ୍କର ଏକ ପାସପୋର୍ଟ ଧରାଇ ଦିଆଗଲା । ଏହି ଫଟୋରୁ ସଂଗ୍ରାମୀଙ୍କର ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ତିଆରି କରିବାକୁ କୁହାଗଲା । ଫଟୋରେ ନବବାବୁ ସାର୍ଟ ପିନ୍ଧିଥିଲେ, ତାଙ୍କୁୁ ପ୍ୟାଣ୍ଟ ପିନ୍ଧାଇ ଦିଆଗଲା । ପାଦରେ ବୁଟ୍ ଗଳାଇ ଦିଆଗଲା । ପ୍ରତିମୂର୍ତ୍ତି ଅନାବରଣ ପରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ଆସିବା ପରେ ଅନୁଗୁଳ ନଗରପାଳ ଅକ୍ଷୟ ସାମନ୍ତ ଲିଖିତ ଭାବେ କ୍ଷମାପ୍ରାର୍ଥନା କରିଥିଲେ । ତ୍ରୁଟିର ସଂଶୋଧନ କରାଯାଉଛି ବୋଲି କହିଥିଲେ ।

ଏହି ତ୍ରୁଟିର ସଂଶୋଧନ ଏମିତି ହେଲା.. । ରାତାରାତି ଭାଙ୍ଗି ପ୍ୟାଣ୍ଟକୁ ବଦଳାଇ ଧୋତି ପଞ୍ଜାବୀ ବଦଳାଇ ଧୋତି ପଞ୍ଜାବୀ ପିନ୍ଧାଇ ଦିଆଗଲା । ନବବାବୁ ଆଣ୍ଠୁ ଲୁଚୁ ନ ଥିବା ଧୋତି ପିନ୍ଧୁଥିଲା ବେଳେ ପ୍ରତିମୂର୍ତ୍ତିରେ ତାଙ୍କୁ ପାଦ ପର୍ଯ୍ୟନ୍ତ ଧୋତି ପିନ୍ଧାଇ ଦିଆଗଲା । ଓଡିଆମାନେ ଏମିତି ଧୋତି ଜମାରୁ ପିନ୍ଧନ୍ତି ନାହିଁ ।

 

Previous Post

ଜାପାନରୁ ଆସିବ ୨୬ ହଜାର କୋଟିର ନିବେଶ

Next Post

ଝାରସୁଗୁଡା ମଇଦାନରେ ପ୍ରାର୍ଥୀ ଦେଲା କଳିଙ୍ଗସେନା

Next Post
ଝାରସୁଗୁଡା ମଇଦାନରେ ପ୍ରାର୍ଥୀ ଦେଲା କଳିଙ୍ଗସେନା

ଝାରସୁଗୁଡା ମଇଦାନରେ ପ୍ରାର୍ଥୀ ଦେଲା କଳିଙ୍ଗସେନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA