ଭୁବନେଶ୍ୱର: ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ବାହୁବଳୀ ବିଜେଡ଼ି ନେତା ତଥା ଭାପୁର ବ୍ଲକ୍ ଭାରପ୍ରାପ୍ତ ଅଧ୍ୟକ୍ଷ ଗୟାଧର ପରିଡ଼ାଙ୍କ ବିରୋଧରେ ଗୋଟିକ ପରେ ଗୋଟିଏ ଦୁର୍ନୀତି ଅଭିଯୋଗ ଆସିବାରେ ଲାଗିଛି । ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଆସିଥିବା ସାଢ଼େ ୪ ଲକ୍ଷ ଅନୁଦାନ ଅର୍ଥକୁ ମିଥ୍ୟା ବିଲ୍ ଜରିଆରେ ହଡ଼ପ କରାଯାଇଥିବାର ଏକ ନିର୍ଦ୍ଦିଷ୍ଟ ଅଭିଯୋଗ ବିଭାଗୀୟ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍ ଙ୍କ ପାଖକୁ ଆସିଛି । ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନଙ୍କୁ ଗୟାଧର ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ଦୁର୍ବ୍ୟବହାର କରିଥିବା ଏଥିରେ ଦର୍ଶାଯାଇଛି ।







