Sunday, August 9, 2026 12:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗୟାଧରଙ୍କୁ ଗିରଫ ଦାବିରେ ଜନ ଆନ୍ଦୋଳନ

ଜିଲ୍ଲାପାଳଙ୍କ ଅଫିସ ଆଗରେ ଦଳିତ-ଆଦିବାସୀ ସୁରକ୍ଷା ମଞ୍ଚର ଧାରଣା

by Our Correspondent
25 Aug, 2021- 06:05 PM
in Latest News, News
1 min read
0
ଗୟାଧରଙ୍କୁ ଗିରଫ ଦାବିରେ ଜନ ଆନ୍ଦୋଳନ

ନୟାଗଡ଼/ଭୁବନେଶ୍ୱର: ବିଜେଡ଼ିର ବାହୁବଳୀ ନେତା ଗୟାଧର ପରିଡ଼ାଙ୍କ ଗିରଫ ଦାବିରେ ତାତିଛନ୍ତି ଦଳିତ-ଆଦିବାସୀ ସୁରକ୍ଷା ମଞ୍ଚ । ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଶହ ଶହ ଦଳିତ ମହିଳା ଓ ପୁୁରୁଷ ନୟାଗଡ଼ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ଧାରଣାରେ ବସିଛନ୍ତି । ଗୟାଧର ଗିରଫ ନହେଲା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି ଧମକ ଦେଇଛନ୍ତି ।

ସୂଚନାଥାଉକି, ଜୁଲାଇ ୧୧ ତାରିଖରେ ଭାପୁର ଥାନାରେ ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ବ୍ଲକ୍ ଅଧ୍ୟକ୍ଷା ଶାନ୍ତିଲତା ବେହେରା । ଅଧ୍ୟକ୍ଷାଙ୍କ ସରକାରୀ କାର୍ଯ୍ୟାଳୟକୁ ଉପାଧ୍ୟକ୍ଷ ନିଜ ଦଖଲରେ ରଖିଛନ୍ତି ଏବଂ ତାଙ୍କୁ ଅଫିସ୍ ନ ଆସିବାକୁ ଧମକ ଦେଇଛନ୍ତି । ତାଙ୍କ ଦସ୍ତଖତ ଓ ଲେଟର୍ ପ୍ୟାଡ୍ କୁ ଜାଲ୍ କରି ୮୦ କୋଟି ଟଙ୍କାର ଫଲସ୍(ମିଥ୍ୟା) ବିଲ୍ କରାଇ ନେଇଛନ୍ତି । ଏହାର ପ୍ରତିବାଦ କରିବାରୁ ଉପାଧ୍ୟକ୍ଷ ଏବଂ ତାଙ୍କର ସହଯୋଗୀମାନେ ତାଙ୍କୁ ଜାତିଆଣ ଆକ୍ଷେପ କରି ହତ୍ୟା ଧମକ ଦେଉଥିବା ଶାନ୍ତିଲତାରେ ଏତଲାରେ ଦର୍ଶାଇଥିଲେ । ସ୍ଥାନୀୟ ବିଧାୟକ(ଖଣ୍ଡପଡ଼ା), ସାଂସଦ(କଟକ), ଜିଲ୍ଲାପାଳ, ଏସପି ସମସ୍ତଙ୍କୁ ଏତଲାର କପି ଦେଇ ନ୍ୟାୟ ଭିକ୍ଷା କରିଥିଲେ ।

ମାତ୍ର ବିଡ଼ମ୍ବନା ଯେ ଗୟାଧରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ବଦଳରେ ବିଧାୟକଙ୍କ ପ୍ରଚ୍ଛନ୍ନ ସହଯୋଗରେ ତାଙ୍କୁ ରାଜନୈତିକ ଷଡଯନ୍ତ୍ରର ସୁଯୋଗ ଦିଆଯାଇ ଅଧ୍ୟକ୍ଷାଙ୍କୁ ଅନାସ୍ଥା ପ୍ରସ୍ତାବରେ ହଟାଇ ଦିଆଯାଇଛି । ଇତିମଧ୍ୟରେ ଖୋଦ୍ ଉପଜିଲ୍ଲାପାଳ ତାଙ୍କ ତଦନ୍ତ ରିପୋର୍ଟରେ ଅଭିଯୋଗର ସତ୍ୟତା ପ୍ରମାଣିତ କରିଥିଲା ବେଳେ କାର୍ଯ୍ୟାନୁଷ୍ଠାନ କିନ୍ତୁ ନାହିଁ ।

ଅଧ୍ୟକ୍ଷା ପଦରୁ ବିତାଡ଼ିତା ଦଳିତ ମହିଳା ଶାନ୍ତିଲତାଙ୍କୁ ଆଗରେ ରଖି ତାଙ୍କ ପାଇଁ ନ୍ୟାୟ ମାଗିଛନ୍ତି ଦଳିତ ଆଦିବାସୀ ମଞ୍ଚ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’ ଙ୍କୁ ସମ୍ମାନ ଓ ଦଳିତ, ଆଦିବାସୀ ସଶକ୍ତିକରଣର ନାରା ଦେଉଥିବା ବେଳେ ଏତେ ବଡ଼ ଘଟଣା ଉପରେ ଚୁପ୍ କାହିଁକି ବୋଲି ସେମାନେ ପ୍ରଶ୍ନ କରିବା ସହ ଗୟାଧରଙ୍କୁ ଗିରଫ ନ କଲା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ଇତିମଧ୍ୟରେ ଗୟାଧରଙ୍କ ବିରୋଧରେ ଭାପୁର ବ୍ଲକ୍ ର ୪ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି । ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଆସିଥିବା ସାଢ଼େ ୪ ଲକ୍ଷ ଅନୁଦାନ ଅର୍ଥକୁ ମିଥ୍ୟା ବିଲ୍ ଜରିଆରେ ହଡ଼ପ କରିଥିବା ନେଇ ସେମାନେ ବିଭାଗୀୟ ସଚିବଙ୍କ ଦ୍ୱାରସ୍ଥ ହୋଇଥିଲେ । ସଚିବଙ୍କ ନିର୍ଦ୍ଦେଶରେ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ୩ ଜଣିଆ ପ୍ରତିନିଧି ଦଳ ଗତକାଲି ଏହାର ତଦନ୍ତ କରି ଫେରିଛନ୍ତି ।

ସୌମ୍ୟଙ୍କ ଇଲାକାରେ ତାଲିବାନୀ ଶାସନ !

Previous Post

ସୌମ୍ୟବାହିନୀ କେଳେଙ୍କାରୀ: ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଆସିଥିବା ଟଙ୍କା ଚଳୁ

Next Post

ଶ୍ରୀମନ୍ଦିର ସେବାୟତ ପରିବାରକୁ ମିଳିବ ଘର

Next Post
ଶ୍ରୀମନ୍ଦିର ସେବାୟତ ପରିବାରକୁ ମିଳିବ ଘର

ଶ୍ରୀମନ୍ଦିର ସେବାୟତ ପରିବାରକୁ ମିଳିବ ଘର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA