ଭୁୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନା ପଜିଟିଭ୍ ଙ୍କ ସଂଖ୍ୟା ୨୨୭୫ । ଗତକାଲି ଏହି ସଂଖ୍ୟା ୨୪୨୩ ଥିଲା । ତା ପୂର୍ବଦିନ ୨୫୪୬ ଥିଲା । ଏହିଭଳି କ୍ରମାଗତ ୧୦ ଦିନ ହେଲା ରାଜ୍ୟରେ କରୋନା ସଂକ୍ରମଣ ହାରରେ କ୍ରମାଗତ ହ୍ରାସ ଘଟିବା ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିର ବିଷୟ ହୋଇଛି । ଆଗାମୀ ଦିନରେ ଏହା ପୁଣି ଖସି ଆସିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।
ବିଗତ ୧୦ ଦିନର ସଂକ୍ରମଣ ହାର ଦେଖିଲେ ଏହା ୮.୫୩% ରୁ ୬.୩୨% କୁ ହ୍ରାସ୍ ପାଇଛି । ଏହି ସମୟରେ ଦୈନିକ ସଂକ୍ରମଣ ସଂଖ୍ୟା ୪,୧୪୨ ରୁ ୨,୮୩୩ କୁ ହ୍ରାସ୍ ପାଇଛି । ଆଜି ଏହି ସଂଖ୍ୟା ୨୨୭୫ ରେ ପହଞ୍ଚିଛି । ସବୁଠାରୁ ଅଧିକ ସଂକ୍ରମିତ ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଏବଂ ପୁରୀରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି ।
ରାଜ୍ୟରେ ଆଜି ଚିହ୍ନଟ ୨୨୭୫ ପଜିଟିଭ୍ ଙ୍କ ମଧ୍ୟରେ ଗଞ୍ଜାମରୁ ୩୬, ଖୋର୍ଦ୍ଧାରୁ ୩୬୪, କଟକରୁ ୧୪୪ ଏବଂ ପୁରୀରୁ ଅଛନ୍ତି ୭୧ ପଜିଟିଭ୍ ।
ଆଜି ୧୫ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।