Wednesday, May 20, 2026 03:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟ୍ୟାପ୍ ଖୋଲିଲେ ବିଶୁଦ୍ଧ ପିଇବା ପାଣି

ଭୁବନେଶ୍ୱର, ପୁରୀରେ ‘ସୁଜଳ’ ଯୋଜନାର ଶୁଭାରମ୍ଭ

by Our Correspondent
13 Oct, 2020- 06:03 PM
in Latest News
1 min read
0
ଟ୍ୟାପ୍ ଖୋଲିଲେ ବିଶୁଦ୍ଧ ପିଇବା ପାଣି

ଭୁୁବନେଶ୍ୱର: ଉନ୍ନତ ରାଷ୍ଟ୍ର ଭଳି ଏବେ ଭୁବନେଶ୍ୱର ଓ ପୁରୀ ସହରରେ ଲୋକମାନେ ସିଧା ଟ୍ୟାପ୍ ରୁ ବିଶୁଦ୍ଧ ପାଣି ନେଇ ପିଇପାରିବେ । ଏଥିପାଇଁ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ-ସୁଜଳ’ ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମିଶନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ହୋଇଛି ଦେଶର ପ୍ରଥମ ରାଜ୍ୟ । ଭୁବନେଶ୍ୱରର ସାଲିଆ ସାହି ଓ ପୁରୀର ମଶାଣୀଚଣ୍ଡୀରୁ ଏହା କାର୍ଯ୍ୟକାରୀ ହୋଇଛି । ଏହାଦ୍ୱାରା ଦୁଇ ସହରର ୧ ଲକ୍ଷ ୮୦ ହଜାରରୁ ଅଧିକ ଲୋକ ଉପକୃତ ହେବେ । ରାଜ୍ୟର ସବୁ ଅଞ୍ଚଳରେ ଏହା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଉନ୍ନତ ଦେଶମାନଙ୍କରେ ଲୋକମାନେ ସିଧା ଟ୍ୟାପ୍ ରୁ ପାଣି ପିଅନ୍ତି । ସେଠାରେ ପାଣି ଗରମ କରିବା, ଫିଲଟର୍ କରିବା ବା ଆକ୍ୱିଗାର୍ଡ ଆଦି ମେସିନ୍ ଦରକାର ପଡେନି । କାରଣ ସେମାନେ ସିଧା ଟ୍ୟାପ୍ ରୁ ହିଁ ଭଲ ପିଇବା ପାଣି ପାଆନ୍ତି । ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ୍’ ରେ ସେହି ସୁବିଧା ଏବେ ଆମ ରାଜ୍ୟବାସୀ ପାଇବେ । ୫-ଟି କାର୍ଯ୍ୟକ୍ରମ ଆଧାରରେ ବ୍ୟବସ୍ଥାର ରୂପାନ୍ତର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଏବଂ ୫-ଟି ଗଭର୍ଣ୍ଣାନସ୍ ରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଅନ୍ୟପକ୍ଷରେ, ମାାର୍ଚ୍ଚ ୨୦୨୨ ସୁଦ୍ଧା ରାଜ୍ୟର ସବୁ ସହରାଞ୍ଚଳ ଘରକୁ ପାଇପ୍ ପାଣି ସଂଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ । ଇତିମଧ୍ୟରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରମାନଙ୍କ ମଧ୍ୟରେ ଶତ ପ୍ରତିଶତ ପାଇପ ପାଣି ସବୁ ଘରକୁ ସଂଯୋଗ କ୍ଷେତ୍ରରେ ଭୁବନେଶ୍ୱର ଦେଶର ପ୍ରଥମ ସହର ହୋଇପାରିଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଆଉ ୧୫ ଟି ସହର ପାଇଁ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ୍’ ଘୋଷଣା କରିଥିଲେ । ଏହାଦ୍ୱାରା ୧୫ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ୧୩୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଏହି କାର୍ଯ୍ୟକ୍ରମରେ ଦିଲ୍ଲୀରୁ ଯୋଗ ଦେଇ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀ ଦୁର୍ଗା ଶଂକର ମିଶ୍ର ଏହି କାର୍ଯ୍ୟକ୍ରମ ପାଇଁ ଓଡିଶା ସରକାରଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଓଡିଶା ଏମିତି କିଛି ସଫଳତା ପାଇଛି, ଯାହା କି ଦେଶରେ ପ୍ରଥମ । ଏହାଦ୍ବାରା ଅନେକ କ୍ଷେତ୍ରରେ ପରିବର୍ତ୍ତନର ଝଲକ ଦେଖିବାକୁ ମିଳୁଛି । ବୈଷୟିକ ଜ୍ଞାନର ବ୍ୟବହାର, ଜଳସାଥି ମାନଙ୍କର ନିୟୋଜନ, ଶକ୍ତି ସଂରକ୍ଷଣ, ଜଳବାହିତ ରୋଗର ନିୟନ୍ତ୍ରଣ, ଏହିପରି ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇପାରିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ କାର୍ଯ୍ୟକ୍ରମ ରୂପାୟନ ବୈଠକରେ ଅଧ୍ୟକ୍ଷତା କରିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ୍’ କାର୍ଯ୍ୟକ୍ରମ ସାଲିଆ ସାହିରୁ ଆରମ୍ଭ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏହାଦ୍ବାରା ସାଲିଆ ସାହିର ଗରିବ ଲୋକ ଆଧୁନିକ ବୈଷୟିକ ଜ୍ଞାନର ସୁଫଳ ପାଇପାରିବେ ଏବଂ ସବୁ ଘରକୁ ପାଣି ପାଇପ ସଂଯୋଗ ସହ କଳରୁ ସିଧାସଳଖ ବିଶୁଦ୍ଧ ପାଣି ବ୍ୟବହାର କରିପାରିବେ ବୋଲି ସେ କହିଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର ହୋଇଛି ବୋଲି କହି ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।

ୱାଟର୍ ଏଡ୍, ୟୁକେର ମୁଖ୍ୟ କାର୍ଯ୍ୟନିର୍ବାହୀ ଟିମ୍ ୱେନରାଇଟ୍ କହିଥିଲେ, ଏହି କାର୍ଯ୍ୟକ୍ରମରେ ଜଳସାଥି ମାନଙ୍କର ନିୟୋଜନ ଏକ ଅଭିନବ ପ୍ରୟାସ । ଏଥିରୁ ସମଗ୍ର ବିଶ୍ବ ସମୁଦାୟକୁ ଶିଖିବାର ଅଛି। “Drink from Tap Mission”ରେ ଭାରତ, ବିଶେଷକରି ଓଡିଶା ଯଥେଷ୍ଟ ଅଗ୍ରଗତି କରିଛି ବୋଲି ସେ କହିଥିଲେ। ଓଡିଶାକୁ ଏହି କାର୍ଯ୍ୟକ୍ରମ ପାଇଁ UK Water Aid ସବୁପ୍ରକାର ସହାୟତା ଯୋଗାଇ ଦେବ ବୋଲି ସେ ପ୍ରତିଶୃତି ଦେଇଥିଲେ।

Previous Post

ରାଜ୍ୟରେ କମୁଛି କୋଭିଡ ସଂକ୍ରମଣ

Next Post

CSK beat SRH by 20 Runs

Next Post
CSK beat KXIP by 10 Wickets

CSK beat SRH by 20 Runs

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA