Saturday, April 18, 2026 03:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କରୋନା ଲେଉଟାଣି, ଫେରିପାରେ ଲକଡାଉନ୍

ମାଲକାନଗିରିକୁ ଫେରିଲା ନାଇଟ୍ କର୍ଫ୍ୟୁ

by Our Correspondent
22 Mar, 2021- 09:33 PM
in Latest News, News
1 min read
0
କରୋନା ଲେଉଟାଣି, ଫେରିପାରେ ଲକଡାଉନ୍

ଭୁବନେଶ୍ୱର: ପ୍ରଶାସନର ଢ଼ିଲାପଣ ଓ ଲୋକଙ୍କ ସଚେତନତା ଅଭାବରୁ ରାଜ୍ୟରେ ପୁଣି କାୟା ବିସ୍ତାର କଲାଣି କରୋନା । ଭୁବନେଶ୍ୱରରୁ ମାଲକାନଗିରି ସବୁଠି ଖରାପ ସ୍ଥିତି ଫେରିବାକୁ ବସିଲାଣି । କଟକ ପରେ ଏବେ ଭୁବନେଶ୍ୱର ଜାଭିୟର୍ ଇନଷ୍ଟିଚ୍ୟୁଟ୍ ରୁ ଏକାଥରେ ୪୫ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ହେବା ସ୍ଥିତିକୁ ବିଗିଡ଼ାଇ ଦେଇଛି । ଏତିକିବେଳେ ମାଲକାନଗିରିରେ କାଲିଠାରୁ ନାଇଟ୍ କର୍ଫ୍ୟୁ ଲାଗୁ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷରେ ସାରା ରାଜ୍ୟରେ ଗାଁ କୋଭିଡ୍ ପରିଚାଳନା କମିଟିକୁ ସକ୍ରିୟ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ବିଭିନ୍ନ ବିଭାଗର ସଚିବ, ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ କରୋନା ସ୍ଥିତିର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ କିଛି କଠୋର ପଦକ୍ଷେପ ନେଇପାରନ୍ତି ବୋଲି ସୂଚନା ମିଳୁଛି । ରାଜ୍ୟ ପୁଣି ଥରେ ଲକଡାଉନ୍ କୁ ଫେରିବା ଆଶଙ୍କାକୁ ଏଡାଇ ହେବ ନାହିଁ ବୋଲି କୁହାଯାଉଛି ।

ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ସରକାରୀସ୍ତରରେ ତତ୍ପରତା ବୃଦ୍ଧି ପାଇଛି । ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିଚାର ଆଲୋଚନା ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ଭିଡ଼ିଓ କନଫରେନ୍ସିଂରେ ସବୁ ଜିଲ୍ଲାପାଳମାନଙ୍କ ସହ କଥା ହୋଇଥିଲେ ।

ଗାଁ କୋଭିଡ୍ ପରିଚାଳନା କମିଟିକୁ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରପଞ୍ଚ, ଆଶା ଦିଦି ଓ ଅଙ୍ଗନବାଡ଼ି କର୍ମୀଙ୍କୁ ପୁଣି ଥରେ ସକ୍ରିୟ କରାଯିବ । ସେମାନେ ଲୋକଙ୍କୁ ସଚେତନ କରାଇ ସଂକ୍ରମଣ ରୋକିବା ଦିଗରେ କାର୍ଯ୍ୟ କରିବେ । ଗାଁ କୁ ଆସିଥିବା ବାହାର ଲୋକଙ୍କ ଉପରେ ୨୪ ଘଣ୍ଟା ନଜର ରଖିବାକୁ ସେମାନଙ୍କୁ କୁହାଯାଇଛି । ଆବଶ୍ୟକସ୍ଥଳେ ଲକଡାଉନ୍ ଓ ଅନ୍ୟ ପଦକ୍ଷେପ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଏସଆରସି ଶ୍ରୀ ଜେନା ସୂଚନା ଦେଇଛନ୍ତି ।

ମାଲକାନଗିରି ଜିଲ୍ଲାରେ ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୩ ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି । ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ସମୟରେ ଅତ୍ୟାବଶ୍ୟକ କାମ ବ୍ୟତୀତ ଅନ୍ୟ କାହାରିକୁ ବାହାରେ ବୁଲିବାକୁ ଅନୁମତି ଦିଆଯିବନି ।

ଜାଭିୟର୍ ଇନଷ୍ଟିଚ୍ୟୁଟ୍ ରୁ ୪୫ ଛାତ୍ରଛାତ୍ରୀ ସଂକ୍ରମିତ ଜଣାପଡ଼ିବା ପରେ ଭୁବନେଶ୍ୱର ମହାନଗର(ବିଏମସି) ପ୍ରଶାସନ ପକ୍ଷରୁ କ୍ୟାମ୍ପସ୍ କୁ ସିଲ୍ କରି ଦିଆଯାଇଛି । କ୍ୟାମ୍ପସ୍ କୁ କାହାରିକୁ ପଶିବାକୁ ଦିଆଯାଉନାହିଁ କି କାହାରିକୁ ବାହାରିବାକୁ ଦିଆଯାଉନି । ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

ଏଥିସହ ସହରରେ ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ବିଏମସି ପ୍ରଶାସନ ତତ୍ପର ହୋଇଛନ୍ତି । ଆଗକୁ ଦୋଳ ଓ ହୋଲି ପର୍ବ ଥିବାରୁ ଜନସମାଗମ ଏଡ଼ାଇବା ପାଇଁ କଟକଣା ଲାଗୁ କରାଯାଇଛି । ଦୋଳ ଉତ୍ସବ ବେଳେ ପ୍ରୋସେସନ୍ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଯାତ୍ରା କିମ୍ବା ମୀନାବଜାରକୁ ଅନୁମତି ନାହିଁ । ଦୋଳ ବିମାନ ଯାତ୍ରାରେ ସର୍ବାଧିକ ୬ ଜଣଙ୍କୁ ଅନୁମତି ଦିଆଯିବ । ମେଳଣ ପଡ଼ିଆରେ ୬୦ ରୁ ଅଧିକ ଲୋକଙ୍କ ସମାଗମ ହୋଇପାରିବ ନାହିଁ ।

ସୂଚନାଥାଉକି, ଦୀର୍ଘ ଦିନ ଧରି ଓଡ଼ିଶାରେ କରୋନା ସଂକ୍ରମଣ ୧୦୦ ତଳେ ରହୁଥିଲା ବେଳେ ଏବେ ୧୦୦ ଉପରକୁ ଚାଲି ଆସିଛି । ଗତ ୨୪ ଘଣ୍ଟାରେ ୧୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫ ଆକ୍ରାନ୍ତ ଅଛନ୍ତି ।

ସେପଟେ ଗତ ୨୪ ଘଣ୍ଟାରେ ଦେଶରେ ୪୬,୯୫୧ ସଂକ୍ରମିତ ହୋଇଥିବା ବେଳେ ୨୧୨ ଜଣ ମୃତ୍ୟୁବରଣ କରିଛନ୍ତି । ୬ଟି ରାଜ୍ୟରେ କରୋନା ଲେଉଟାଣିର ପ୍ରକୋପ ଜୋର୍ ହୋଇଛି । ମହାରାଷ୍ଟ୍ର, ପଞ୍ଜାବ, ଗୁଜୁରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଓ କେରଳରୁ ୮୩.୧୪ ପ୍ରତିଶତ ଆକ୍ରାନ୍ତ ଅଛନ୍ତି ।

Previous Post

ବିଜେପି କହିଲା ଲୁଲୁ ଅପରାଧୀ, ବିଜେଡ଼ି କହିଲା ବୁଲୁ ଅପରାଧୀ

Next Post

ମେଡିକାଲ, ଇଞ୍ଜିନିୟରିଂରେ ସରକାରୀ ସ୍କୁଲ ପିଲାଙ୍କ ପାଇଁ ୧୫% ସିଟ୍

Next Post
ମେଡିକାଲ, ଇଞ୍ଜିନିୟରିଂରେ ସରକାରୀ ସ୍କୁଲ ପିଲାଙ୍କ ପାଇଁ ୧୫% ସିଟ୍

ମେଡିକାଲ, ଇଞ୍ଜିନିୟରିଂରେ ସରକାରୀ ସ୍କୁଲ ପିଲାଙ୍କ ପାଇଁ ୧୫% ସିଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA