Saturday, April 18, 2026 01:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପି କହିଲା ଲୁଲୁ ଅପରାଧୀ, ବିଜେଡ଼ି କହିଲା ବୁଲୁ ଅପରାଧୀ

ମାହାଙ୍ଗା ଡବଲ୍ ମର୍ଡର Vs ନୟାପଲ୍ଲୀ ଗୁଣ୍ଡାବାହିନୀ ଆକ୍ରମଣ

by Our Correspondent
20 Mar, 2021- 04:52 PM
in Latest News, News, Politics
1 min read
0
ବିଜେପି କହିଲା ଲୁଲୁ ଅପରାଧୀ, ବିଜେଡ଼ି କହିଲା ବୁଲୁ ଅପରାଧୀ

ଭୁବନେଶ୍ୱର: ମାହାଙ୍ଗା ଡବଲ୍ ମର୍ଡର ପ୍ରସଙ୍ଗ ସହ ଲୁଲୁ-ବୁଲୁ ଲଢ଼େଇ ଆଜି ବିଧାନସଭା ମାଡ଼ିଛି । ବିଧାନସଭା ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମାହାଙ୍ଗା ଡବଲ୍ ମର୍ଡର ପ୍ରସଙ୍ଗ ଉଠାଇ ମନ୍ତ୍ରୀ ପ୍ରତାପ(ଲୁଲୁ) ଜେନାଙ୍କୁ ଟାର୍ଗେଟ୍ କରିଥିବା ବେଳେ ବିଜେଡ଼ି ପାଲଟା ଆକ୍ରମଣରେ ମାହାଙ୍ଗା ବିଜେପି ନେତା ସାରଦା(ବୁଲୁ) ପ୍ରଧାନଙ୍କୁ ଟାର୍ଗେଟ୍ କରିଥିଲା । ବୁଲୁଙ୍କ ଅପରାଧିକ ଇତିବୃତ୍ତି କାଢ଼ିବା ସହ ନିକଟରେ ଭୁବନେଶ୍ୱର ନୟାପଲ୍ଲୀରେ ଜନୈକ ଭଡ଼ାଟିଆଙ୍କ ଘରେ ଗୁଣ୍ଡା ଲଗାଇ ମାରପିଟ୍, ଆତଙ୍କରାଜ ଘଟଣାର କିଙ୍ଗପିନ୍ ବୁଲୁଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲା ।

ଆଜି ବିଧାନସଭାରେ ବିରୋଧୀ ଦଳ ନେତା ଶ୍ରୀ ନାୟକ ମାହାଙ୍ଗା ଡବଲ୍ ମର୍ଡର ପ୍ରସଙ୍ଗ ଉଠାଇ ସିଧାସଳଖ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ୍ କରିଥିଲେ । ମନ୍ତ୍ରୀ ୧୩ ନମ୍ବର ମୁଦାଲା ହୋଇଥିଲେ ମଧ୍ୟ ପୁଲିସ ତାଙ୍କ ପାଖରେ କାହିଁକି ପହଞ୍ଚି ପାରୁନି? ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତକୁ ରାସ୍ତାରୁ ହଟାଇ ଦିଆଗଲାନି କି? ମନ୍ତ୍ରୀଙ୍କୁ ସରକାର ସୁରକ୍ଷା ଦେଉନାହାନ୍ତି କି ବୋଲି ପ୍ରଶ୍ନ କରିଥିଲେ । ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବିରେ ବିଜେପି କର୍ମୀମାନେ ବିଧାନସଭା ଘେରାଉ କରିବାକୁ ଆସିଥିବା କହି ସରକାରଙ୍କୁ ସତର୍କ କରାଇ ଦେଇଥିଲେ । ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ମନ୍ତ୍ରୀଙ୍କ ସଂପୃକ୍ତି ଥିବା କଂଗ୍ରେସ ବି ଅଭିଯୋଗ କରିଥିଲା ।

ତେବେ ବିଜେଡ଼ି ପକ୍ଷରୁ ଏହାର ପାଲଟା ଜବାବ ଦେଇଥିଲେ ବିଧାୟକ ବ୍ୟୋମକେଶ ରାୟ । ମନ୍ତ୍ରୀଙ୍କ ବିରୋଧରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ମାହାଙ୍ଗା ବିଜେପି ନେତା ସାରଦା ଓରଫ୍ ବୁଲୁ ପ୍ରଧାନଙ୍କ ଗୋହି ଖୋଳି ଦେଇଥିଲେ ।

ବୁୁଲୁ ଜଣେ ମାଫିଆ, ଅପରାଧୀ । ଅପରାଧିକ ମାମଲାରେ ୨୨ ଦିନ ଜେଲ୍ ଯାଇଥିଲେ । ୧୯୯୭ ମସିହାରେ ବିପିଏଲ୍ ଶ୍ରେଣୀର ଏହି ବ୍ୟକ୍ତି ଅପରାଧିକ କାରବାର ବଳରେ ଏବେ ଶହ ଶହ କୋଟି ଟଙ୍କାର ମାଲିକ । ନିକଟରେ ନୟାପଲ୍ଲୀରେ ଭଡ଼ାଟିଆଙ୍କୁ ଘରେ ପଶି ଆକ୍ରମଣ କରିଥିବା ଗୁଣ୍ଡାବାହିନୀର ସେ ନେତୃତ୍ୱ ନେଇଥିଲେ । ଏଭଳି ଜଣେ ଅସାମାଜିକ ଅପବିତ୍ର ବ୍ୟକ୍ତିଙ୍କ ନାଁ ବିଧାନସଭା ଭଳି ପବିତ୍ର ଗୃହରେ ନ ଉଠାଇବା ଭଲ ବୋଲି ଶ୍ରୀ ରାୟ କହିଥିଲେ ।

ବିଧାନସଭା ବାହାରେ ବାମ ଓ ଦକ୍ଷିଣ ପଟରେ ମାହାଙ୍ଗା ମର୍ଡର ଓ ନୟାପଲ୍ଲୀ କାଣ୍ଡକୁ ନେଇ ବିଜେଡ଼ି-ବିଜେପି ଲଢ଼ାଲଢ଼ି ହୋଇଥିଲେ । ବୁଲୁ ପ୍ରଧାନ ଓ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କ ନେତୃତ୍ୱରେ ମାହାଙ୍ଗାରୁ ଆସିଥିବା ବିଜେପିର ସଦଭାବନା ରାଲି ରାମମନ୍ଦିରଠାରୁ ବିଧାନସଭା ଅଭିମୁଖେ ଆସିଥିଲା । ବୁଲୁ ଓ ପ୍ରକାଶଙ୍କ ସହ ଆଗରେ ଥିଲେ ରାଜ୍ୟ ସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ।

ଲୋୟର ପିଏମଜିରେ ଆୟୋଜିତ ସଭାରେ ବିଜେପି ନେତାମାନେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅପକର୍ମ ଗାଇଥିଲେ । କହିଥିଲେ, ପ୍ରତାପ ଜେନା ଚାରି ଚାରିଟା ମର୍ଡର କେସ୍ ରେ ସଂପୃକ୍ତ । କୁଳମଣି ବିଶ୍ୱାଳ ଓ ଦିବ୍ୟସିଂହ ବିଶ୍ୱାଳଙ୍କ ହତ୍ୟା ତାଙ୍କ ଇଙ୍ଗିତରେ ହୋଇଥିଲା । ମୁଖା ଖୋଲିଯିବା ଡରରେ ମୁଖ୍ୟ ଅଭିଯୁକ୍ତକୁ ରାସ୍ତାରୁ ହଟାଇଦେଲେ । ମନ୍ତ୍ରୀ ହୋଇଥିବା ଏଭଳି ଜଣେ ଅପରାଧୀ ବ୍ୟକ୍ତିଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉଥିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କହି କଡ଼ା ସମାଲୋଚନା କରିଥିଲେ । ଏଥିସହ ତାଙ୍କର ଇସ୍ତଫା ଓ ଗିରଫ ଦାବି କରିଥିଲେ । ପରେ ବିଜେପି କର୍ମୀମାନେ ପୁଲିସ କର୍ଡନ ଭାଙ୍ଗି ବିଧାନସଭା ଆଡକୁ ଧସେଇ ପଶିବାକୁ ଉଦ୍ୟମ କରୁଥିଲା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିଲା ।

ସେପଟେ ବିଜେଡ଼ି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ନେତୃତ୍ୱରେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲିରୁ ଶତାଧିକ ବିଜେଡ଼ି କର୍ମୀ ବୁଲୁ ପ୍ରଧାନଙ୍କ ଗିରଫ ଦାବିରେ ପୁଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ । ନୟାପଲ୍ଲୀରେ ଗୁଣ୍ଡା ଧରି ଜଣଙ୍କ ବ୍ୟକ୍ତିଙ୍କ ଘରେ ପଶି ଆକ୍ରମଣ କରିଥିବା ସାରଦା ପ୍ରଧାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରାଯାଇଥିଲା । ଶ୍ରୀ ମହାନ୍ତି କହିଛନ୍ତି, ସାରଦା ପ୍ରଧାନ ଜଣେ ବ୍ଲାକ୍ ଲିଷ୍ଟେଡ୍ ଓ ରାଜନୀତିର କଳା ବ୍ୟକ୍ତିତ୍ୱ । ୧୯୯୭ ରେ ବିପିଏଲ୍ ତାଲିକାରେ ଥିଲେ, ଏବେ କୁବେର ହୋଇଛନ୍ତି । ତାଙ୍କର ବାଲି, ମାଟି, ଗୋଡ଼ି ଓ ତେଲ ମାଫିଆଙ୍କ ସହ ସମ୍ପର୍କ ଅଛି । ତାଙ୍କ ବିରୋଧରେ ଅନ୍ୟୁନ ୨୦ଟି ମାମଲା ଅଛି । ଏଭଳି ଗୁଣ୍ଡାଶ୍ରେଣୀର ବ୍ୟକ୍ତି କିପରି ରାଜନୀତି କରୁଛନ୍ତି ବୋଲି ସେ ପ୍ରଶ୍ନ କରି ତାଙ୍କର ତୁରନ୍ତ ଗିରଫ ଦାବି କରିଥିଲେ ।

ସୂଚନାଯୋଗ୍ୟ, ଗତ ନିର୍ବାଚନରେ ମାହାଙ୍ଗାରୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ି ପ୍ରତାପ ଜେନାଙ୍କଠାରୁ ହାରିଥିଲେ ବୁଲୁ । ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସଂପୃକ୍ତି ଅଭିଯୋଗ ପ୍ରଥମେ ବୁଲୁ ପ୍ରଧାନ ଆଣିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ମନ୍ତ୍ରୀଙ୍କ ସଂପୃକ୍ତିର ପ୍ରମାଣ ତାଙ୍କ ପାଖରେ ଅଛି ବୋଲି ମଧ୍ୟ ସେ ଚାଲେଂଜ ଦେଇଥିଲେ । ମାହାଙ୍ଗାରୁ ଭୁବନେଶ୍ୱର ଆସିଥିବା ବିଜେପିର ସଦଭାବନା ଶୋଭାଯାତ୍ରାର ସେ ନେତୃତ୍ୱ ନେଇଥିଲେ ।

Previous Post

ନବୀନଙ୍କ ସାନ୍ନିଧ୍ୟ ଖୁସି ମିଳେଇଗଲା !

Next Post

କରୋନା ଲେଉଟାଣି, ଫେରିପାରେ ଲକଡାଉନ୍

Next Post
କରୋନା ଲେଉଟାଣି, ଫେରିପାରେ ଲକଡାଉନ୍

କରୋନା ଲେଉଟାଣି, ଫେରିପାରେ ଲକଡାଉନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA