Thursday, June 25, 2026 12:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ସାନ୍ନିଧ୍ୟ ଖୁସି ମିଳେଇଗଲା !

ନବୀନ ବାବୁଙ୍କ ଘରକୁ ଯିବା ଭୁଲ୍ ହେଲା: ପ୍ରଦୀପ୍ତ ନାୟକ

by Our Correspondent
19 Mar, 2021- 05:44 PM
in Latest News, News, Politics
1 min read
0
ନବୀନଙ୍କ ସାନ୍ନିଧ୍ୟ ଖୁସି ମିଳେଇଗଲା !

ଭୁୁବନେଶ୍ୱର: ନବୀନ ନିବାସରେ ନବୀନଙ୍କ ସାନ୍ନିଧ୍ୟ ପାଇ ଫେରିଥିବା ବିଜେପି ବିଧାୟକଙ୍କ ଖୁସି ବେଶୀ ସମୟ ତିଷ୍ଠି ପାରିନାହିଁ । ବରଂ ଏହା ବୁମେରାଂ ସାଜି ଦଳର ଇଜ୍ଜତକୁ ତଳେ ପକାଇଛି । ସୋସିଆଲ୍ ମିଡ଼ିଆରେ ବିଧାୟକଦଳ ସାଂଘାତିକ ଟ୍ରଲିଂ ର ଶିକାର ହେଉଛନ୍ତି । ସେହିଭଳି ମନ୍ତ୍ରୀ ପ୍ରତାପ ଜେନାଙ୍କ “ପାପୀ’ ବୟାନ ଏମାନଙ୍କୁ ବେଶୀ ଅପମାନିତ କରିଛି । ଗୋଟେ ପଟେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ବାହାରି ସେମାନଙ୍କୁ ପାଛୋଟି ନେଇଥିଲା ବେଳେ ସେପଟେ କିନ୍ତୁ ନବୀନ ନିବାସ ବାହାରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ପାପ ଧୋଇବାକୁ ନବୀନ ନିବାସ ଆସ ମନ୍ତବ୍ୟ ସେମାନଙ୍କୁ ଭୀଷଣ କଷ୍ଟ ଦେଇଛି ।

ଗଣମାଧ୍ୟମ ଓ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଏ ପ୍ରସଙ୍ଗକୁ ଜଟିଳ କରିଥିବା ବେଳେ ଆଜି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ନିଜର ଭୁଲ୍ ସ୍ୱୀକାର କରି ମୁହଁ ଖୋଲିଛନ୍ତି । କହିଛନ୍ତି, ଆମେ ନବୀନ ନିବାସ ଯିବାକୁ ଚାହୁଁ ନ ଥିଲୁ । ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ଭିତରକୁ ଗଲୁ । ତେବେ ନବୀନ ନିବାସ ଯିବା ଆମର ଭୁଲ୍ ହୋଇଗଲା । ଧାନ କିଣା ପ୍ରସଙ୍ଗରେ ନବୀନ ବାବୁ ଆମକୁ ଠକିଲେ, ପ୍ରତାରଣା କଲେ । ସର୍ବଦଳୀୟ ବୈଠକକୁ ଆସିବେ ବୋଲି ମୁଖ୍ୟମନ୍ତ୍ରୀ ଆମକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ରକ୍ଷା କଲେନି । ସେହିଭଳି ସବୁ ଧାନ ଉଠାଇବାକୁ ମନ୍ତ୍ରୀ ବିଧାନସଭାରେ ପ୍ରତିଶ୍ରୁତି ଦେଲେନି । ତେଣୁ ନବୀନ ନିବାସ ଯାଇଥିବାରୁ ଦୁଃଖ ପ୍ରକାଶ କରୁଛୁ ବୋଲି ବିରୋଧୀ ଦଳ ନେତା କହିଛନ୍ତି ।

ସୂଚନାଥାଉକି, ୬ ଦିନ ପରେ ଆଜି ବିଧାନସଭା ସ୍ୱାଭାବିକ ଅବସ୍ଥାକୁ ଫେରିବା ପରେ ଧାନକିଣା ପ୍ରସଙ୍ଗରେ ମୁଲତବୀ ଆଲୋଚନା ହୋଇଥିଲା । ଆଲୋଚନାର ଉତ୍ତର ଦେଇ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ ମାର୍ଚ୍ଚ ୩୧ ସୁଦ୍ଧା କିଣାଯିବ । ଏ ଯାବତ୍ ୬୧.୨୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାଯାଇଛି । ଯାହାକି ବିଗତ ଖରିଫ ଋତୁ ତୁଳନାରେ ୧୮% ଅଧିକ । ବିଭିନ୍ନ ଜିଲ୍ଲାରେ ଧାନ କିଣା ନେଇ ଥିବା ସମସ୍ୟାର ତଦନ୍ତ ଚାଲିଛି ଏବଂ କୌଣସି ପଞ୍ଜୀକୃତ ଚାଷୀ ଧାନ କିଣାରୁ ବଞ୍ଚିତ ହେବେ ନାହିଁ ବୋଲି ମନ୍ତ୍ରୀ କହିଥିଲେ । ମାତ୍ର ମନ୍ତ୍ରୀଙ୍କ ଉତ୍ତରରେ କକ୍ଷତ୍ୟାଗ କରିଥିଲେ ବିଜେପି ସଦସ୍ୟ ।

ମନ୍ତ୍ରୀଙ୍କ କଥାରେ କିଛି ନୂତନତ୍ୱ ନାହିଁ । ସେଇ ପୁରୁଣା ଉତ୍ତରରେ କିଛି ପରିସଂଖ୍ୟାନ ଯୋଡି ମନ୍ତ୍ରୀ ଗୃହରେ ବିବୃତ୍ତି ରଖିଥିବା ବିରୋଧୀ ଦଳ ନେତା ଅଭିଯୋଗ କରିଥିଲେ ।

ଲୋକହସା ହେଲେ ‘ଅଭିଯୁକ୍ତ’ ମନ୍ତ୍ରୀ

“ନବୀନ ନିବାସ ଏକ ପବିତ୍ର ସ୍ଥାନ । ମୁଁ ଭାବୁଛି ବିଜେପି ବିଧାୟକମାନେ ଯେଉଁ ସବୁ କୁକର୍ମ କରିଛନ୍ତି, ନବୀନ ନିବାସରେ ପହଞ୍ଚିଲେ ସେମାନଙ୍କର ପାପ ଧୋଇଯିବ ଏବଂ ସମସ୍ତେ ପବିତ୍ର ହୋଇଯିବେ ।”

ଗତକାଲି ନବୀନ ନିବାସ ଆସିଥିବା ବିଜେପି ବିଧାୟକମାନଙ୍କ ଉଦ୍ଦେଶ୍ୟରେ ମନ୍ତ୍ରୀ ପ୍ରତାପ ଜେନା ଏହି କଟାକ୍ଷ କରିଥିଲେ । ତାଙ୍କର ଏହି ମନ୍ତବ୍ୟ ଯୋଗୁଁ ସେ ନିଜେ ଖାଲି ଲୋକହସା ହୋଇନାହାନ୍ତି ବରଂ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ବିଜେପି ବିଧାୟକମାନଙ୍କୁ ଭିତରକୁ ପାଛୋଟି ନେଇ ନିଜର ମହନୀୟତା ଦେଖାଇଥିଲେ । ନବୀନଙ୍କ ୨୧ ବର୍ଷର ଶାସନକାଳରେ ଏହି ବିରଳ ଦୃଶ୍ୟ ଚର୍ଚ୍ଚାର ବିଷୟ ହୋଇଛି । ମାତ୍ର ତାଙ୍କର ମନ୍ତ୍ରୀ ସେମାନଙ୍କୁ ପାପୀ କହି ଛିଗୁଲେଇବା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପମାନ ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ ବିଜେପି ବିଧାୟକମାନଙ୍କୁ ପାପୀ କହିଥିବା ଶ୍ରୀ ଜେନା ନିକଟରେ ଦୁଇ ଦୁଇଟି ମର୍ଡର କେସ୍ ର ଅଭିଯୁକ୍ତ । ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ସେ ହେଉଛନ୍ତି ୧୩ ନଂ ମୁଦାଲା । ତେଣୁ ତାଙ୍କ ମୁହଁରେ ଅନ୍ୟକୁ ପାପୀ କହିବା ଶୋଭା ପାଏନି ବୋଲି ବିରୋଧୀ ମହଲରୁ କଟାକ୍ଷ କରାଯାଇଛି । ସେ ନବୀନ ନିବାସ ଯାଇ ନିଜର ପାପ ଧୋଇଦେଲେ କି ବୋଲି ସୋସିଆଲ୍ ମିଡ଼ିଆରେ ଅନେକ ପ୍ରଶ୍ନ କରିଛନ୍ତି ।

ସୂଚନାଥାଉକି, ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ପ୍ରତାପ ଜେନାଙ୍କ ବହିଷ୍କାର ଓ ଗିରଫ ଦାବି କରି ଆଜି ଯୁବ କଂଗ୍ରେସ ପକ୍ଷରୁ ତାଙ୍କ ବାସଭବନ ଘେରାଉ ପାଇଁ ଉଦ୍ୟମ ହୋଇଥିଲା । ଶିଶୁଭବନ ଛକରେ ପୁଲିସ ଅଟକାଇବାରୁ ମୁହାଁମୁହିଁ ଅବସ୍ଥା ହୋଇଥିଲା ।

Previous Post

ମହାପ୍ରଭୁଙ୍କ ଜମି ବିକ୍ରୀ ଖବର ସମ୍ପୂର୍ଣ୍ଣ ମିଛ, ମନଗଢ଼ା

Next Post

ବିଜେପି କହିଲା ଲୁଲୁ ଅପରାଧୀ, ବିଜେଡ଼ି କହିଲା ବୁଲୁ ଅପରାଧୀ

Next Post
ବିଜେପି କହିଲା ଲୁଲୁ ଅପରାଧୀ, ବିଜେଡ଼ି କହିଲା ବୁଲୁ ଅପରାଧୀ

ବିଜେପି କହିଲା ଲୁଲୁ ଅପରାଧୀ, ବିଜେଡ଼ି କହିଲା ବୁଲୁ ଅପରାଧୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA