Thursday, April 30, 2026 08:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସୋଆ ଛାତ୍ରଛାତ୍ରୀଙ୍କୁ ଜୀବନର ସୂତ୍ର ଶିଖାଇଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ

by Our Correspondent
03 Mar, 2025- 09:17 PM
in Latest News, News
1 min read
0
ସୋଆ ଛାତ୍ରଛାତ୍ରୀଙ୍କୁ ଜୀବନର ସୂତ୍ର ଶିଖାଇଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ

ଭୁବନେଶ୍ୱର: ପାଠପଢ଼ା ଶେଷ ହେବା ପରେ ପ୍ରକୃତ ଜୀବନ ଆରମ୍ଭ ହୋଇଥାଏ । ତେବେ ଜୀବନ ଯେଉଁ ପ୍ରତିବନ୍ଧକ ଗୁଡ଼ିକ ସମ୍ମୁଖରେ ଆଣି ରଖିବ ତୁମକୁ ତାହାର ସାମ୍ନା କରିବାକୁ ପଡ଼ିବ ବୋଲି ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି ବିଶିଷ୍ଟ ବଲିଉଡ୍ ଅଭିନେତା ତଥା ପ୍ରେରଣାଦାୟୀ ବକ୍ତା ଆଶିଷ ବିଦ୍ୟାର୍ଥୀ ।

ପାଠ୍ୟକ୍ରମରୁ ଶିକ୍ଷା କରିଥିବା ଜ୍ଞାନ ପ୍ରାୟତଃ ଜୀବନରେ ଆବଶ୍ୟକ ହୋଇ ନଥାଏ । ତେଣୁ ନିଜ ଭବିଷ୍ୟତ ନିଜେ ଗଢ଼ିବାକୁ ପଡ଼ିବ ବୋଲି ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପକ୍ଷରୁ ଆୟୋଜିତ ଦୁଇ ଦିନିଆ ବାର୍ଷିକ ସୋଆ ଏଚ୍ଆର୍ କନକ୍ଲେଭ୍ ‘ସୋଆ ପ୍ରୋକ୍ସିମା’ର ୬ଷ୍ଠ ସଂସ୍କରଣର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏହା କହିଛନ୍ତି ବିଦ୍ୟାର୍ଥୀ ।

୧୧ଟି ବିଭିନ୍ନ ଭାଷାରେ ୩୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଥିବା ବିଦ୍ୟାର୍ଥୀ କହିଛନ୍ତି ଯେ ତୁମେ କେଉଁଠାରୁ ଆସିଛ ତାହା କିଛି ଫରକ ପକାଏ ନାହିଁ । କିନ୍ତୁ ତୁମେ କେଉଁ ଦିଗରେ ଗତି କରୁଛ ତାହା ଗୁରୁତ୍ୱ ରଖେ । ୧୯୯୪ ମସିହାରେ ଗୋବିନ୍ଦ ନିହାଲାନୀଙ୍କ ନିର୍ମିତ ଚଳଚ୍ଚିତ୍ର ‘ଦ୍ରୋହ କାଲ’ ନିମନ୍ତେ ପ୍ରଥମଥର ପାଇଁ ଜାତୀୟ ପୁରସ୍କାର ହାସଲ କରିଥିବା ଅଭିନେତା ବିଦ୍ୟାର୍ଥୀ କହିଥିଲେ ଯେ ସେ ଗୋଟିଏ ଅନାମଧେୟ ସ୍ଥାନରୁ ବାହାରି ଆସି ନିଜର ସ୍ୱପ୍ନ ପୂରଣ କରିବାକୁ ଯାତ୍ରା ଆରମ୍ଭ କରିଥିଲେ ।

“ଯଦି କେହି ବ୍ୟକ୍ତି ତୁମକୁ ଥଟ୍ଟା କରୁଛି ତେବେ ମନ ଦୁଃଖ କର ନାହିଁ । ବରଂ ନମ୍ର ରହି ନିଜକୁ ଅଧିକ ଦୃଢ଼ କର ଓ ତ୍ରୁଟିଗୁଡ଼ିକୁ ସୁଧାରିବାକୁ ଚେଷ୍ଟା କର” ବୋଲି ସେ କହିଥିଲେ ।

ଟାଇମ୍ସ ନାଓ ସହ ସହଭାଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫୦୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ଓ କର୍ପୋରେଟ ଜଗତର ନେତୃବୃନ୍ଦ ଯୋଗ ଦେଇଥିଲେ । ଏହା ବିଦ୍ୟା ଜଗତ ଓ ଶିଳ୍ପ ମଧ୍ୟରେ ଏକ ସେତୁ ସ୍ଥାପନ କରିବା ସହ ଯୁବବର୍ଗଙ୍କ ମଧ୍ୟରେ ନୂତନ ଚିନ୍ତା ଜାଗ୍ରତ କରିବା ତଥା ଜ୍ଞାନର ପ୍ରସାରଣ ନିମନ୍ତେ ଏକ ପ୍ରଚେଷ୍ଟା ଥିଲା । ଏହା ଛଡ଼ା ଏହି କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିଳ୍ପ ଜଗତର ନେତୃବୃନ୍ଦଙ୍କ ସଂସ୍ପର୍ଶରେ ଆସିବାରେ ମଧ୍ୟ ସହାୟକ ହୋଇଥିଲା ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୋଆ ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟି୍ର ଏନ୍ଗେଜ୍ମେଂଟ ନିର୍ଦ୍ଦେଶକ ରିପ୍ତୀ ରଞ୍ଜନ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଭୁବନେଶ୍ୱର ଟାଟା କନ୍ସଲଟାନ୍ସି ସର୍ଭିସେସ୍ (ଟିସିଏସ୍)ର ଡେଲିଭରି ସେଂଟର ହେଡ ବିଭୁ ପଣ୍ଡା ଏବଂ ଟିସିଏସ୍ ଏକାଡେମିକ ଆଲାୟନ୍ସେସ୍ ଗ୍ରୁପ୍, ଇଣ୍ଡିଆ (ଇଷ୍ଟ)ର ଆଂଚଳିକ ମୁଖ୍ୟ ସୈାଭିକ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମରେ ୨୪ ଜଣ ବିଶିଷ୍ଟ ମାନବ ସମ୍ବଳ ନେତୃବୃନ୍ଦ ବକ୍ତବ୍ୟ ରଖିଥିବା ବେଳେ ୧୨ ଟି ବିଭିନ୍ନ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ସେହିପରି ସୋଆ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ୩୫ଟି ଅଭିନବ ପ୍ରକଳ୍ପକୁ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବର୍ତମାନ ପରିସ୍ଥିତିରେ ଶିଳ୍ପ କ୍ଷ୍ତେ୍ରର ଆବଶ୍ୟକତା, ପାଠ୍ୟକ୍ରମ ବ୍ୟତୀତ ଆବଶ୍ୟକୀୟ ଦକ୍ଷତା ଏବଂ ଶିକ୍ଷା ଓ ଶିଳ୍ପ ମଧ୍ୟରେ ସଂଯୋଗ ସ୍ଥାପନ କରିବା ଦିଗରେ ଗୁରୁତ୍ୱ ଦିଆଯାଇଥିଲା । ସାରା ଭାରତର ବିଭିନ୍ନ ପ୍ରାନ୍ତରୁ ଆଇଟି ଏବଂ ଶିଳ୍ପ କ୍ଷେତ୍ରର ପ୍ରାୟ ୧୧୭ ଜଣ ମାନବ ସମ୍ବଳ ବିଶେଷଜ୍ଞ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଷ୍ଟାଣ୍ଡ ଅପ୍ କମେଡିଆନ୍ ବିପୁଲ ଗୋୟଲଙ୍କର ପ୍ରଦର୍ଶନ ସୋଆ ଛାତ୍ରଛାତ୍ରୀଙ୍କୁ ବିମୋହିତ କରିଥିଲା । ଏହି ଅବସରରେ ସୋଆର ସବୁଠାରୁ ମହତ୍ୱପୂର୍ଣ୍ଣ କ୍ୟାମ୍ପସ୍ ପାର୍ଟନର ଭାବେ ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ (ଟିସିଏସ୍)କୁ ମାନ୍ୟତା ପ୍ରଦାନ କରାଯାଇଥିଲା ।

୨୦୦୭ ମସିହାରୁ ସୋଆ ସହିତ ଟିସିଏସ୍ ସମ୍ପର୍କ ରହିଥିବା ବେଳେ ଏହି ଅନୁଷ୍ଠାନ ଏ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ୪୫୦୦ରୁ ଅଧିକ ନିଯୁକ୍ତି ସୁଯୋଗ ଦେଇଛି ।

ସେହିପରି ଏହି କାର୍ଯ୍ୟକ୍ରମରେ ସୋଆ ପକ୍ଷରୁ ୩୦ ଜଣ ମାନବ ସମ୍ବଳ ବିଶେଷଜ୍ଞଙ୍କୁ ଏହି କ୍ଷେତ୍ରରେ ନିଜର ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା ।

Previous Post

ଏପ୍ରିଲ୍ ୨୪ରେ ପଞ୍ଚାୟତିରାଜ ଦିବସ

Next Post

ରକ୍ତ କୋଷିକା ଉପାଦାନ ସଂଗ୍ରହ ଉପରେ ଗୁରୁତ୍ୱ ଦିଅ

Next Post
ରକ୍ତ କୋଷିକା ଉପାଦାନ ସଂଗ୍ରହ ଉପରେ ଗୁରୁତ୍ୱ ଦିଅ

ରକ୍ତ କୋଷିକା ଉପାଦାନ ସଂଗ୍ରହ ଉପରେ ଗୁରୁତ୍ୱ ଦିଅ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA