Tuesday, April 21, 2026 06:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ

ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲା

by Our Correspondent
23 Mar, 2022- 05:40 PM
in Crime, Latest News, News
1 min read
0
ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ

?????????????????????????????????????????????????????????

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାର ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚ । ପୁଲିସ ଡିଜି ସୁନୀଲ ବଂଶଲଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ତତକ୍ଷଣାତ୍ କାମ ଆରମ୍ଭ କରିଦେଇଛି । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରିବା ପାଇଁ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଗଠନ କରାଯାଇଛି । ଗୋଟିଏ ଟିମ୍ ରାଜ୍ୟ ଭିତରେ ସମସ୍ତ ଘଟଣାର ତଦନ୍ତ କରିବ ଏବଂ ଅନ୍ୟ ଟିମ୍ ଶର୍ମିଷ୍ଠାଙ୍କୁ ଧରିବା ପାଇଁ ରାଜ୍ୟ ବାହାରକୁ ଯିବ । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ମାମଲାର ଗୁରୁତ୍ୱ ଏବଂ ଏଥିରେ ତିନୋଟି ଜିଲ୍ଲା ଯୋଡି ହୋଇଥିବାରୁ କ୍ରାଇମବ୍ରାଞ୍ଚପାଇଁ ଏହା ଅଧିକ ଚାଲେଂଜ ହୋଇଛି । ଶର୍ମିଷ୍ଠା ରାଜ୍ୟ ବାହାରକୁ ପଳାଇ ଯାଇଥିବା ବିଶ୍ୱାସ କରାଯାଉଛି । ସେହି ଆଧାରରେ ତଦନ୍ତ ଆଗକୁ ନେଇଛି କ୍ରାଇମବ୍ରାଞ୍ଚ ।

ଇତିମଧ୍ୟରେ ମାନସ ଅପହରଣଠାରୁ ଆରମ୍ଭ କରି ହତ୍ୟା ଏବଂ ଶବ ପୋତିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ବ୍ୟବହୃତ ହୋଇଥିବା କାର୍ କୁ ଚାନ୍ଦବାଲି ପୁଲିସ ଶର୍ମିଷ୍ଠାଙ୍କ ସୁନ୍ଦରପଦାସ୍ଥିତ ସ୍କାଏ ଟାୱାର୍ ଆପାର୍ଟମେଣ୍ଟ୍ ବେସ୍ ରୁ ଜବତ କରିଛି । ଏହି କାର୍ ଟି ଖୋଦ୍ ଶର୍ମିଷ୍ଠାଙ୍କର ଏବଂ ଘଟଣାବେଳେ ସେ ନିଜେ ଗାଡ଼ି ଚଲାଉଥିଲେ । ଅନ୍ୟତମ ସହଯୋଗୀ ଭାଗ୍ୟଧର ମଧ୍ୟ ମଝିରେ ମଝିରେ ଗାଡ଼ି ଚଳାଉଥିଲେ । ଗାଡ଼ି ଜବତ କରିବାକୁ ଆଜି ଭୁବନେଶ୍ୱର ଆସିଥିବା ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତି ଏହା ସ୍ପଷ୍ଟ କରିଛନ୍ତି ।

ଏହି ଗାଡ଼ିରେ ଚାନ୍ଦବାଲିରୁ ମାନସଙ୍କୁ ଅପହରଣ କରାଯାଇ ଭୁବନେଶ୍ୱର ଅଣାଯାଇଥିଲା । ଦୟାଲ୍ ଆଶ୍ରମରେ ତାଙ୍କୁ ହତ୍ୟା ପରେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳକୁ ଶବ ବୋହିବା ଏବଂ ପୋତିବା କାମରେ ମଧ୍ୟ ଏହି ଗାଡ଼ି ବ୍ୟବହାର ହୋଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି ।

ଶର୍ମିଷ୍ଠାଙ୍କର ଏହି ଧଳାରଙ୍ଗର ହୁଣ୍ଡାଇ ସାଣ୍ଟ୍ରୋ କାର୍(ଓଡ଼ି୦୨ ବିଏ ୬୫୯୯) ଟି କାହା ପାଇଁ ଅଚିହ୍ନା ନ ଥିଲା । ସେଥିରେ ‘ପ୍ରେସ୍’ ଏବଂ ‘ସମ୍ପୂର୍ଣ୍ଣ’ ୱେବ୍ ଚାନେଲ୍ ଷ୍ଟିକର୍ ମରାଯାଇଥିଲା । ଆପାର୍ଟମେଣ୍ଟ ଗ୍ୟାରେଜ୍ ରେ ଗାଡ଼ିଟି ଖୋଲାମେଲାରେ ରହିଥିଲା । ମାତ୍ର ଶର୍ମିଷ୍ଠାଙ୍କୁ ୨୦ ଦିନ ହେଲା ଖୋଜୁଥିବା ତଦନ୍ତକାରୀ ପୁଲିସ ନଜରକୁ ଏହା ଆସି ନ ପାରିବା ସମସ୍ତଙ୍କୁ ବିସ୍ମିତ କରିଛି । ସୁତରାଂ ଚାନ୍ଦବାଲି ପୁଲିସର ତଦନ୍ତ ପ୍ରକ୍ରିୟା କିଭଳି ଖାମ ଖିଆଲ ଥିଲା ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି ।

ସେପଟେ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ରାଉତଙ୍କୁ ଚାନ୍ଦବାଲି ପୁଲିସ ଆଜି ଗିରଫ କରିଛି । ଭଉଣୀ ଆକାଉଣ୍ଟକୁ ଟଙ୍କା ପଠାଇବା ଏବଂ ତାକୁ ଫେରାର କରାଇବା ଅଭିଯୋଗ ତାଙ୍କ ବିରୋଧରେ ରହିଛି । ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଗତକାଲି ପୁଲିସ ତାଙ୍କୁ ଉଠାଇ ଆଣିଥିଲା । ଆଜି ଅପରାହ୍ନ ୩ଟାରେ ଚାନ୍ଦବାଲି ଥାନାରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ପଚରାଉଚୁରା କଲା ପରେ କୋର୍ଟ ଚାଲାଣ କରାଯାଇଛି ।

Previous Post

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ

Next Post

ଆଉ ୬ ବାବୁଙ୍କୁ ବାଧ୍ୟତାମୂଳକ ଅବସର

Next Post
ଆଉ ୬ ବାବୁଙ୍କୁ ବାଧ୍ୟତାମୂଳକ ଅବସର

ଆଉ ୬ ବାବୁଙ୍କୁ ବାଧ୍ୟତାମୂଳକ ଅବସର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA