Tuesday, April 21, 2026 06:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ

by Our Correspondent
22 Mar, 2022- 06:56 PM
in Crime, Latest News, News
1 min read
0
ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ଭୁବନେଶ୍ୱର: ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି । ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କ ମାଡ଼ରେ ଲହୁଲୁହାଣ ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିବା ଏହି ବିଧାୟକ ଆଜି ସେଠାରୁ ଡିସଚାର୍ଜ ହେଲା ପରେ ପୁଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ବାଣପୁର ଜେଏମସି କୋର୍ଟରେ ଆଜି ରାତିରେ ତାଙ୍କୁ ହାଜର କରାଯିବ ।

ଗତ ୧୨ ତାରିଖରେ ବିଧାୟକ ଜଗଦ୍ଦେବଙ୍କ ଜଘନ୍ୟ କାଣ୍ଡ ଓଡ଼ିଶାବାସୀ ଦେଖିଛନ୍ତି । ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନ ପରିପ୍ରେକ୍ଷୀରେ ବାଣପୁର ବ୍ଲକ୍ ଆଗରେ ଜମା ହୋଇଥିବା ଲୋକଙ୍କ ଉପରକୁ ସେ ଗାଡ଼ି ଚଢ଼ାଇ ଦେଇଥିଲେ । ସେଥିରେ ୭ ପୁଲିସ କର୍ମଚାରୀଙ୍କ ସମେତ ୨୨ ଜଣ ଆହତ ହୋଇଥିଲେ । ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ନିସ୍ତୁକ ପିଟି ଲହୁ ଲୁହାଣ କରିଦେଇଥିଲେ । ତାଙ୍କୁ ଟାଙ୍ଗୀ ହସ୍ପିଟାଲ୍ ରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା ।

ପୁଲିସ ସେହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଥିଲା । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଏକ ସାମ୍ବାଦିକ ସମ୍ମିଳନୀରେ ଅଘଟଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ବାଣପୁର ଆଇଆଇସିଙ୍କ ବାରଣ ସତ୍ତ୍ୱେ ବିଧାୟକ କିଭଳି ଲୋକଙ୍କ ଗହଳି ଭିରତକୁ ପଶି ଗାଡ଼ି ଚଢ଼ାଇ ଦେଇଥିଲେ ତାହା କହିଥିଲେ । ବିଧାୟକଙ୍କ ବିରୋଧରେ ହତ୍ୟା ଉଦ୍ୟମ, କାର୍ କୁ ଅସ୍ତ୍ର ଭାବେ ବ୍ୟବହାର କରି ହତ୍ୟା ଉଦ୍ୟମ, ପୁଲିସକୁ କାର୍ଯ୍ୟରେ ବାଧା ଦେବା ଏବଂ ସାଧାରଣ ଜନତାଙ୍କୁ ଆଘାତ ଦେବା ଭଳି ଦଫା ଲାଗିଥିବା ଆଇଜି ସୂଚନା ଦେଇଥିଲେ । ବିଧାୟକ ହସ୍ପିଟାଲ୍ ରୁ ଡିସଚାର୍ଜ ହେବା କ୍ଷଣି ତାଙ୍କୁ ଗିରଫ କରି ଜେଲ୍ ପଠାଇ ଦିଆଯିବ ବୋଲି କହିଥିଲେ ।

ସେହି ଅନୁଯାୟୀ ବିଧାୟକ ଆଜି ହସ୍ପିଟାଲ୍ ରୁ ଡିସଚାର୍ଜ ହେବା କ୍ଷଣି ପୁଲିସ ତାଙ୍କୁ ଗିରଫ କରି ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ହାଜର କରିଥିଲା । ସ୍ୱାସ୍ଥ୍ୟଗତ କାରଣରୁ ଜାମିନ୍ ପାଇଁ ଆଇନଜୀବୀ ଅରୂପ ଚାନ୍ଦ ବିଧାୟକଙ୍କ ପକ୍ଷରୁ ଆବେଦନ କରିଥିଲେ । ମାତ୍ର ବିଚାରପତି ତାଙ୍କୁ ବାଣପୁର ଜେଏମସି କୋର୍ଟରେ ଜାମିନ୍ ଆବେଦନ କରିବାକୁ ଆଦେଶ ଦେଇଥିଲେ । କୋର୍ଟଙ୍କ ଆଦେଶ ଅନୁଯାୟୀ ଆଜି ସଂଧ୍ୟାରେ ଏକ ସ୍ୱତନ୍ତ୍ର ଆମ୍ବୁଲାନସ୍ ଯୋଗେ ତାଙ୍କୁ ବାଣପୁର ନିଆଯାଉଛି ।

ସୂଚନାଯୋଗ୍ୟ, ବିଜେଡ଼ି ଟିକେଟରେ ଗତଥର ବେଗୁନିଆ ଏବଂ ଏଥର ଚିଲିକାରୁ ବିଧାୟକ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ତାଙ୍କ ବିରୋଧରେ ୧୦ ରୁ ଅଧିକ ଗୁରୁତର ମାମଲା ଅଛି । ଗତବର୍ଷ ସେପ୍ଟେମ୍ବରରେ ବିଜେପିର ବାଲୁଗାଁ ମଣ୍ଡଳ ସଭାପତିଙ୍କୁ ମାଡ଼ ମାରି ଗିରଫ ହୋଇଥିଲେ । ଏହି ଘଟଣାରେ ବିଜେଡ଼ି ତାଙ୍କୁ ନିଲମ୍ବନ କରିଥିଲା । ବିଜେଡ଼ିରୁ ୨ ମାସରୁ ଅଧିକ ସମୟ ନିଲମ୍ବନ ରହିଲେ ତାହାକୁ ବହିଷ୍କାର ବୋଲି ଧରିନେବାକୁ ହେବ ବୋଲି ଦଳର ସାଂସଦ ପିନାକୀ ମିଶ୍ର ସ୍ପଷ୍ଟ କରିଥିବାରୁ ପ୍ରଶାନ୍ତ ଜଗଦ୍ଦେବ ବିଜେଡ଼ିରେ ଆଉ ନ ଥିବା କୁହାଯାଇଛି ।

Previous Post

ପୁଲିସ ହାତରେ ଶର୍ମିଷ୍ଠା-ନିରଞ୍ଜନ ସମ୍ପର୍କ ପେଡ଼ି

Next Post

ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ

Next Post
ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ

ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA