Tuesday, April 21, 2026 06:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ପୁଲିସ ହାତରେ ଶର୍ମିଷ୍ଠା-ନିରଞ୍ଜନ ସମ୍ପର୍କ ପେଡ଼ି

ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲା

by Our Correspondent
22 Mar, 2022- 06:39 PM
in Crime, Latest News, News
1 min read
0
ପୁଲିସ ହାତରେ ଶର୍ମିଷ୍ଠା-ନିରଞ୍ଜନ ସମ୍ପର୍କ ପେଡ଼ି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଅନ୍ୟତମ ଅଭିଯୁକ୍ତ ଭାବେ ଗତକାଲି ଗିରଫ ହୋଇ ଜେଲ୍ ଯାଇଛନ୍ତି । ଅପରାଧରେ ସେ ଯୋଡି ହେବା ପଛର କାରଣ ସେହି ମେମୋରି ଚିପ୍ ବୋଲି ବିଶ୍ୱାସ କରାଯାଉଛି । ମୁଖ୍ୟ ଅଭିଯୁକ୍ତ ୱେବ୍ ଚାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ସହ ତାଙ୍କ ଗହନ ସମ୍ପର୍କର ଅନେକ ତଥ୍ୟ ଇତିମଧ୍ୟରେ ପଦାକୁ ଆସିଗଲାଣି ।

ମାନସଙ୍କ ଅପହରଣଠାରୁ ହତ୍ୟା ସବୁଠି ନିରଞ୍ଜନ ସେଠୀ ଥିଲେ ବୋଲି ଗତକାଲି ଭଦ୍ରକ ଅତିରିକ୍ତ ଏସପି ସ୍ପଷ୍ଟ କରିଥିଲେ । ଭୁବନେଶ୍ୱରରେ ଥାଇ ସେ ମାନସଙ୍କୁ ଚାନ୍ଦବାଲିରୁ ଅପହରଣର ପ୍ଲଟ୍ ତିଆରି କରିଥିଲେ । ଦୟାଲ୍ ଆଶ୍ରମରେ ମାନସଙ୍କୁ ପିଟିଥିଲେ । ମାନସଙ୍କ ଶବକୁ କେଉଁଠି ପୋତି ରଫାଦଫା କରାଯିବ ତାହାର ମଧ୍ୟ ପ୍ଲାନ୍ କରିଥିଲେ ନିରଞ୍ଜନ ।

ନିରଞ୍ଜନ ସେଠୀ ହୁଏତ ସହଜରେ ଧରାପଡ଼ି ନ ଥାନ୍ତେ ଯଦି ମାନସ ଅପହରଣଠାରୁ ମୃତଦେହ ମିଳିବା ପର୍ଯ୍ୟନ୍ତ ଶର୍ମିଷ୍ଠା ରାଉତଙ୍କ ସହ ସେ ବାରମ୍ବାର ଫୋନ୍ ରେ କଥା ହୋଇ ନଥାନ୍ତେ । ଏହି ଫୋନ୍ କଲ୍ ହିଁ ତାଙ୍କୁ ଧରାଇଦେଇଛି । ଆଶ୍ଚର୍ଯ୍ୟର କଥା କି ମାନସ ନିଖୋଜ ପରଠୁ ନିରଞ୍ଜନ ଦିନକୁ ୨୦ରୁ ୩୦ ଥର ଶର୍ମିଷ୍ଠାଙ୍କୁ ଫୋନ୍ କରୁଥିଲେ । କଲ୍ ଡିଟେଲ ଲୋକେସନ୍ ଆନାଲିସିସ୍ ରୁ ପୁଲିସ ଏହି ତଥ୍ୟ ହାସଲ କରିଛି । ମାନସ ଅପହରଣ ଦିନ ନିରଞ୍ଜନ ଦୟାଲ୍ ଆଶ୍ରମରେ ସାଢ଼େ ୩ ଘଣ୍ଟା ରହିଥିବା ସିସିଟିଭି କ୍ୟାମେରାରୁ ଜଣାପଡ଼ିଛି । 

ଶର୍ମିଷ୍ଠାଙ୍କ ମାଲିକାନାରେ ପାକ୍ଷିକ ପତ୍ରିକା ‘ସମ୍ପୂର୍ଣ୍ଣା’ କୁ ସରକାରୀ ସ୍ୱୀକୃତି ଦେବା ପଛରେ ଏହି ନିରଞ୍ଜନ ସେଠୀଙ୍କ ଭୂମିକା ପଦାକୁ ଆସିସାରିଛି । ଫେବ୍ରୁଆରୀ ୨୮ ତାରିଖରେ ତାଙ୍କର ଅବସରଦିନ ହିଁ ସେ ଏହି ପତ୍ରିକାକୁ ସ୍ୱୀକୃତି କରାଇ ଦେଇଥିଲେ । ଏହି ସବୁ ତଥ୍ୟରୁ ଶର୍ମିଷ୍ଠା ଏବଂ ନିରଞ୍ଜନଙ୍କ ଗହନ ସମ୍ପର୍କର ପ୍ରମାଣ ମିଳୁଛି ।

ଶର୍ମିଷ୍ଠାଙ୍କ ଭାଇଙ୍କୁ ବିଜୟୱାଡାରୁ ଉଠାଇ ଆଣିଲା ପୁଲିସ

ମାନସ ସ୍ୱାଇଁ ଅପହରଣ ଓ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଖୋଜି ଖୋଜି ପୁଲିସ ଆଜି ପହଞ୍ଚିଛି ତାଙ୍କ ଭାଇ ପାଖରେ । ଆନ୍ଧ୍ର ପ୍ରଦେଶର ବିଜୟୱାଡାରୁ ଶର୍ମିଷ୍ଠାର ଭାଇ ପରମେଶ୍ୱର ରାଉତଙ୍କୁ ପୁଲିସ ଉଠାଇ ଆଣିଛି । ଭଉଣୀକୁ ଫେରାର କରାଇବାରେ ପରମେଶ୍ୱରଙ୍କ ହାତ ଥିବା ପୁଲିସ ଜାଣିବାକୁ ପାଇଛି । ତେବେ ଶର୍ମିଷ୍ଠା ବିଜୟୱାଡାରେ ନ ଥିବା ପୁଲିସ ସୂତ୍ରରୁ ଖବର ମିଳିଛି ।

ଶର୍ମିଷ୍ଠାଙ୍କ ଘର ଓ ଅଫିସ୍ ରେଡ୍

ଆଜି ସଂଧ୍ୟାରେ ଚାନ୍ଦବାଲି ପୁଲିସ ଶର୍ମିଷ୍ଠାଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ଏବଂ ଅଫିସ୍ ରେଡ୍ କରିଛି । ତିନିଜଣିଆ ପୁଲିସ ଟିମ୍ ଏୟାରଫିଲଡ୍ ଥାନା ଅନ୍ତର୍ଗତ ସ୍କାଏ ଟାୱାର୍ ଆପାର୍ଟମେଣ୍ଟ ଏବଂ ତାଙ୍କର “ସମ୍ପୂର୍ଣ୍ଣା’ ଅଫିସ ଉପରେ ରେଡ୍ କରିଥିଲା । ଉଭୟ ଜାଗାରୁ ପୁଲିସ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ତେବେ ଫେରାର ଶର୍ମିଷ୍ଠାଙ୍କ ଟେର୍ ଜାଣିବାରେ ପୁଲିସ ସଫଳ ହୋଇ ନ ଥିବା ଜଣାପଡ଼ିଛି ।

ଦୁଇମନ୍ତ୍ରୀଙ୍କ ଆଡକୁ ଅଙ୍ଗୁଳି ଉଠାଇଲେ ମାନସଙ୍କ ପତ୍ନୀ

ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ବଡ଼ବଡ଼ିଆଙ୍କ ଭୂମିକା ପଦାକୁ ଆସିଲାଣି । ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଅନ୍ୟତମ ଅଭିଯୁକ୍ତ ଭାବେ ଗିରଫ ହୋଇଛନ୍ତି । ଏହି ମାମଲାରେ ଆଉ କିଛି ବଡ଼ବଡ଼ିଆ ସଂପୃକ୍ତ ବୋଲି ଚର୍ଚ୍ଚା ଜୋର୍ ଧରିଥିବା ବେଳେ ମୃତ ମାନସଙ୍କ ପତ୍ନୀ ଆଜି ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଇଛନ୍ତି । ସିଧାସଳଖ ଭାବେ ସେ ମନ୍ତ୍ରୀ ପ୍ରତାପ ଜେନା ଏବଂ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ନେଇଛନ୍ତି । ଘଟଣାରେ ଏହି ଦୁଇମନ୍ତ୍ରୀଙ୍କ ହାତ ଅଛି, ସେମାନଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ।

ମାନସଙ୍କ ପତ୍ନୀ କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସହ ଏହି ଦୁଇ ମନ୍ତ୍ରୀଙ୍କର ଫଟୋ ଆସିଛି । ତେଣୁ ସେମାନଙ୍କର ହାତ ଥିବାର ସନ୍ଦେହ ହେଉଛି । ମାନସଙ୍କ ପାଖରେ ଏକ ଚିପ୍ ଥିଲା । ସେହି ଚିପ୍ ରେ ସେହି ମ୍ୟାଡାମ୍ ଙ୍କର କିଛି କଳା ଗୁପ୍ତ ଜିନିଷ ଥିଲା । ଦୁନିଆ ଆଗରେ ଖୋଲିଯିବ ବୋଲି ସେମାନେ ମାରିଛନ୍ତି । ସେହି ଚିପ୍ କୁ ଧରିଲେ ସବୁ ରହସ୍ୟ ଜଣାପଡ଼ିବ ।

Previous Post

କବି ଡ. ଗାୟତ୍ରୀବାଳା ପଣ୍ଡାଙ୍କ “ଏ ସ୍ଲାଇସ୍ ଅଫ୍ ନାଇଟ୍” ଉନ୍ମୋଚିତ

Next Post

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ

Next Post
ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA