Tuesday, April 21, 2026 03:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ପୁଲିସ କ୍ଲିନଚିଟ୍ ପାଇଥିବା ଡିଏଫଓଙ୍କୁ ଘାଣ୍ଟିଲା କ୍ରାଇମବ୍ରାଞ୍ଚ

ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ବେଳେ ଉପସ୍ଥିତ ଥିଲେ

by Our Correspondent
21 Aug, 2021- 08:26 PM
in Crime, Latest News, News
1 min read
0
ପୁଲିସ କ୍ଲିନଚିଟ୍ ପାଇଥିବା ଡିଏଫଓଙ୍କୁ ଘାଣ୍ଟିଲା କ୍ରାଇମବ୍ରାଞ୍ଚ

ଭୁୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଆଜି କ୍ରାଇମବ୍ରାଞ୍ଚ ଟିମ୍ ପ୍ରାୟ ତିନି ଘଣ୍ଟା କାଳ ଜେରା କରିଛନ୍ତି । ପୁଲିସ କ୍ଲିନଚିଟପ୍ରାପ୍ତ ଏହି ଅଧିକାରୀଙ୍କୁ କ୍ରାଇବ୍ରାଞ୍ଚ ଅଧିକାରୀମାନେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ । ଆବଶ୍ୟକ ପଡ଼ିଲେ ଡିଏଫଓ ଏବଂ ବିଦ୍ୟାଭାରତୀଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ ହେବ ବୋଲି ସୂଚନା ମିଳିଥିବାରୁ ମାମଲାରେ ଡିଏଫଓଙ୍କ ସଂପୃକ୍ତି ସମ୍ପର୍କରେ କ୍ରାଇବ୍ରାଞ୍ଚ ହାତରେ କିଛି ଠୋସ୍ ତଥ୍ୟ ଲାଗିଥିବା ସନ୍ଦେହ କରାଯାଉଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାରଳାଖେମୁଣ୍ଡି ଡାକ୍ତରଖାନାରେ ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ବେଳେ ଡିଏଫଓ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ଏହା ଚପି ଯାଇଥିଲା । ପୁଲିସ ତଦନ୍ତ ବେଳେ ଏ ଦିଗକୁ ଯାଇ ନ ଥିଲା । ଡିଏଫଓଙ୍କୁ ନାମକୁ ମାତ୍ର ପଚରାଉଚୁରା କରିବା ପରେ ଏସପି ସାମ୍ବାଦିକ ସମ୍ମିଳନୀ ଡାକି ତାଙ୍କୁ କ୍ଲିନଚିଟ୍ ଦେଇଦେଇଥିଲେ । ତେବେ କ୍ରାଇବ୍ରାଞ୍ଚ ମାମଲାର ତଦନ୍ତ ଭାର ନେଲା ପରେ ଡିଏଫଓଙ୍କ ଭୂମିକାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।

ଗତକାଲି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିବା ଏକ ଭିଡ଼ିଓରୁ ଏକ ନିଚ୍ଛକ ତଥ୍ୟ ପଦାକୁ ଆସିଥିଲା । ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ବେଳେ ଡିଏଫଓ ସେଠାରେ ଉପସ୍ଥିତ ଥିବା ଏହି ଭିଡ଼ିଓ କହୁଛି । ନିଜେ ଡିଏଫଓ ଏହି ବିଷୟକୁ ଗୋପନ ରଖିଥିଲେ । ସେଠାରେ ଉପସ୍ଥିତ ସୌମ୍ୟମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ମଧ୍ୟ ଗୋପନ ରଖିଥିଲେ । ଡ୍ୟୁଟିରେ ଥିବା ଡାକ୍ତର କି ତଦନ୍ତକାରୀ ପୁଲିସ ମଧ୍ୟ ଏହାକୁ ଗୋପନ ରଖିଥିଲେ । ସୁତରାଂ ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ବେଳେ ଡିଏଫଓଙ୍କ ଉପସ୍ଥିତିକୁ କୌଣସି କାରଣରୁ ମିଳିମିଶି ଚାପି ଦେଇଥିଲେ ।

ପାଖାପାଖି ଦେଢ଼ମାସ ପରେ ଏହାର ଭିଡ଼ିଓ ଭାଇରାଲ୍ ହୋଇଥିବାରୁ ଡିଏଫଓ ଫାଙ୍କି ପାରିନାହାନ୍ତି । ଆଜି ଜେରା ବେଳେ ଡିଏଫଓ ସେଦିନ ନିଜର ଉପସ୍ଥିତି ସମ୍ପର୍କରେ ମାନିଥିବା କ୍ରାଇବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ।

ତେବେ ସାମ୍ବାଦିକମାନଙ୍କ ଆଗରେ ଡିଏଫଓ କିନ୍ତୁ ଏହା ମାନିନାହାନ୍ତି । ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ବେଳେ ସେ ଉପସ୍ଥିତ ଥିଲେ ନା ନାହିଁ ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ନା ବୋଲି କହିଥିଲେ । ସାମ୍ବାଦିକମାନେ ତାଙ୍କୁ ଆଉ କିଛି ପ୍ରଶ୍ନ କରିବାରୁ ଡିଏଫଓ ଉତକ୍ଷିପ୍ତ ହୋଇଯାଇଥିଲେ । ଆଉ କୌଣସି ପ୍ରଶ୍ନର ଜବାବ ଦେଇ ନ ଥିଲେ ।

ସୂଚନାଥାଉକି, ସୌମ୍ୟଙ୍କ ମୃତ୍ୟୁ ପାଇଁ ପତ୍ନୀ ବିଦ୍ୟାଭାରତୀଙ୍କ ସମେତ ଡିଏଫଓ ଓ ରୋଷେୟାଙ୍କୁ ଦାୟୀ କରି ତାଙ୍କ ବାପା ଥାନାରେ ଏତଲା ଦେଇଛନ୍ତି । ବିଦ୍ୟାଭାରତୀ ଓ ଡିଏଫଓଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିଲା ଏବଂ ସେହି କାରଣରୁ ସୌମ୍ୟଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇଥିବା ବାପାଙ୍କ ଅଭିଯୋଗକ୍ରମେ ପୁଲିସ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରିଛି । ତେବେ ତଦନ୍ତକାରୀ ପୁଲିସ ଡିଏଫଓଙ୍କୁ ମାତ୍ର କେଇ ଘଣ୍ଟାର ଜେରା ପରେ କ୍ଲିନଚିଟ୍ ଦେବା ସମସ୍ତଙ୍କୁ ଚକିତ କରିଥିଲା । ରୋଷେୟା ମନ୍ମଥଙ୍କୁ ମଧ୍ୟ କ୍ଲିନଚିଟ୍ ଦେଇଥିଲା ପାରଳା ପୁଲିସ ।

ପୁଲିସ ତଦନ୍ତ ଉପରେ ସୌମ୍ୟଙ୍କ ପରିବାର ଆପତ୍ତି ଉଠାଇବା ଏବଂ ଗଣମାଧ୍ୟମରେ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ଗଣମାଧ୍ୟମ କ୍ରମାଗତ ଭାବେ ପ୍ରଶ୍ନ ଉଠାଇବାରୁ ଚଳିତ ଅଗଷ୍ଟ ୧୪ରେ ପୁଲିସ ଡିଜି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଏଇ ୬ ଦିନରେ ୧୫ ଜଣଙ୍କୁ ଜେରା କରିସାରିଲେଣି । କେବଳ ବିଦ୍ୟାଭାରତୀଙ୍କୁ ଜେରା ବାକି ଅଛି ।

Previous Post

ମାଲକାନଗିରିରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Next Post

ନବୀନଙ୍କ ପ୍ରଶଂସାରେ ନୀତୀଶଙ୍କ ସ୍ତମ୍ଭ

Next Post
ନବୀନଙ୍କ ପ୍ରଶଂସାରେ ନୀତୀଶଙ୍କ ସ୍ତମ୍ଭ

ନବୀନଙ୍କ ପ୍ରଶଂସାରେ ନୀତୀଶଙ୍କ ସ୍ତମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA