ଭୁବନେଶ୍ୱର: ଇଣ୍ଡିଆଟୁଡେ ଇନ୍ ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ସ୍ତମ୍ଭ ଲେଖିଛନ୍ତି । ତାହା ଅନ୍ୟ କୌଣସି ପ୍ରସଙ୍ଗରେ ନୁହେଁ । ବରଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରି ଲେଖିଛନ୍ତି । ‘ନବୀନ ପଟ୍ଟନାୟକ: ସଫ୍ଟ ପାୱାର୍’ ଶୀର୍ଷକ ଏହି ଲେଖାରେ ନବୀନଙ୍କ ନେତୃତ୍ୱ ଓ ବ୍ୟକ୍ତିତ୍ୱର ଉଚ୍ଚ ପ୍ରଶଂସା କରିଛନ୍ତି ନୀତୀଶ । ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଜଣେ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି ସ୍ତମ୍ଭ ଲେଖିବା ଏକ ବିରଳ ଘଟଣା ବୋଲି କୁହାଯାଉଛି ।







