Wednesday, April 22, 2026 03:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରିକ୍ସାବାଲାକୁ ଦେଇଦେଲେ କୋଟିଏ ସମ୍ପତ୍ତି

ସେବାର ପରିଶୋଧ, ସମ୍ପର୍କର ନୂଆ ପରିଭାଷା

by Our Correspondent
13 Nov, 2021- 08:59 PM
in Latest News, News
1 min read
0
ରିକ୍ସାବାଲାକୁ ଦେଇଦେଲେ କୋଟିଏ ସମ୍ପତ୍ତି

କଟକ: ଅର୍ଥସର୍ବସ୍ୱ ଦୁନିଆରେ ସ୍ୱାର୍ଥପର ମଣିଷଙ୍କର ଅଭାବ ନାହିଁ । ରକ୍ତ ସମ୍ପର୍କର ବାହାରକୁ ଯାଇ ମଣିଷଟି ବିନା ମତଲବରେ କାହାରିକୁ ଟଙ୍କାଟିଏ ମୂର୍ଚ୍ଛିବା କ୍ୱଚିତ ଦେଖିବାକୁ ମିଳେ । ବରଂ ମଣିଷ ଯାହାଠୁ ବେଶୀ ଉପକାର ପାଏ, ତାକୁ ଖୋଜି ଖୋଜି ଆଗ ମାରିବାର ଉଦାହରଣ ଅଧିକ । ତେବେ ଏହାର ଏକ ବଡ଼ ବ୍ୟତିକ୍ରମ ସାମନାକୁ ଆସିଛି । ସ୍ନେହ, ପ୍ରେମ ଓ ବିବେକ ଆଗରେ ସମ୍ପତ୍ତି ତୁଚ୍ଛ ବୋଲି ଦୁନିଆକୁ ଦେଖାଇଛନ୍ତି ୬୩ ବର୍ଷୀୟା କଟକର ମିନତୀ ପଟ୍ଟନାୟକ । ସ୍ୱାମୀ ଓ ଏକମାତ୍ର ଝିଅକୁ ହରାଇଲା ପରେ ନିଜର ସବୁ ସମ୍ପତ୍ତି ଟେକିଦେଇଛନ୍ତି ଆପଣାର କରିଥିବା ଜଣେ ରିକ୍ସାବାଲାକୁ । ଅବଶିଷ୍ଟ ଜୀବନ ସେହି ରିକ୍ସାବାଲା ସାହାରାରେ କାଟିବାକୁ ନିଷ୍ପତ୍ତି ନେଇଛନ୍ତି ।

ସମ୍ବଲପୁର ଝିଅ ମିନତୀ କଟକ ସୁତାହାଟ ଅଞ୍ଚଳର କୃଷ୍ଣକୁମାର ପଟ୍ଟନାୟକଙ୍କୁ ବିବାହ କରି ସଂସାର ଗଢ଼ିଥିଲେ । ଗୋଟିଏ ବୋଲି ଝିଅ । ଧନ ସମ୍ପତ୍ତି, ପ୍ରାଚୁର୍ଯ୍ୟର  ଅଭାବ ନ ଥିଲା । ତେବେ ସେମାନଙ୍କ ସୁଖର ସଂସାରକୁ ଦଇବ ସହିପାରିଲାନି । ୨୦୨୦ ଜୁଲାଇ ମାସରେ ସ୍ୱାମୀ କୃଷ୍ଣକୁମାର ଆରପାରିକୁ ଚାଲିଗଲେ । ଜୀବନ ନାଆରେ ମିନତୀ ଏକୁଟିଆ ହୋଇଗଲେ । ଏକମାତ୍ର ଝିଅ କମଲକୁୁମାରୀ ମୁହଁକୁ ଚାହିଁ ଅବଶିଷ୍ଟ ଜୀବନ କାଟିବାର ଶପଥ ନେଇ ସ୍ୱାମୀଙ୍କ ଦୁଃଖ ଭୁଲିବାକୁ ଚେଷ୍ଟା କରୁଥିଲେ । ମାତ୍ର ନିୟତିର ଯୋଜନା ସେୟା ନ ଥିଲା । ସ୍ୱାମୀଙ୍କ ମୃତ୍ୟୁର ୬ ମାସ ପରେ ୨୦୨୧ ଜାନୁଆରୀ ମାସରେ ଝିଅ ବି ତାଙ୍କୁ ଏକାକରି ଆରପାରିକୁ ଚାଲିଗଲା । ହୃଦଘାତ୍ ରେ ଝିଅ ଚାଲିଯିବା ପରେ ମିନତୀ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଲେ । ବଞ୍ଚିବା ତାଙ୍କ ପାଇଁ ଦୁର୍ବିସହ ହୋଇଗଲା ।

ଠିକ୍ ଏଇ ମୁହୁର୍ତ୍ତରେ ଜୀବନକୁ ଭିନ୍ନ ଭାବରେ ଅନୁଭବ କଲେ ମିନତୀ । ଝିଅର ଶୁଦ୍ଧିକ୍ରିୟା ସରିବା ପରେ ଆତ୍ମୀୟ ଓ ବନ୍ଧୁବାନ୍ଧବମାନେ ତାଙ୍କୁ ଘୃଣା ଦୃଷ୍ଟିରେ ଦେଖି ଦୂରେଇ ଗଲେ । ତେବେ ନିଜ ଲୋକମାନେ ନାକ ଟେକି ପର କରିଦେଲା ବେଳେ ପର ମଣିଷ ବୁଢ଼ା ସାମଲ କିନ୍ତୁ ତାଙ୍କୁ ନିଜର କରିଦେଲେ । ବିନା ସ୍ୱାର୍ଥରେ ସେ ଏବଂ ତାଙ୍କ ପତ୍ନୀ ମିନତୀଙ୍କ ପାଖେ ପାଖେ ରହି ସେବା ସୁଶ୍ରୁଷା କଲେ । ଆଗରୁ ସମ୍ମାନ ଓ ଭଲ ପାଇବା କାରଣରୁ ସେବା କରୁଥିଲେ ମାତ୍ର ଏବେ ମିନତୀଙ୍କ ଦେଖାଶୁଣାକୁ ସେମାନେ ଦାୟିତ୍ୱ ଭାବିଦେଲେ ସେହି ଅଶିକ୍ଷିତ ଦମ୍ପତ୍ତି ।

ରିକ୍ସାବାଲା ବୁଢ଼ା ସାମଲ ସହ ୨୫ ବର୍ଷ ତଳେ ପରିଚୟ ହୋଇଥିଲା । ସେତେବେଳେ ଝିଅକୁ ସ୍କୁଲ ନେଉଥିଲେ । ଆଉ ପରିବାର ସଦସ୍ୟଙ୍କ ଯିବା ଆସିବାରେ ସବୁବେଳେ ଲୋଡା ହେଉଥିଲେ ବୁଢ଼ା । ଘରର ବୋଲହାକ ବି କରୁଥିଲେ । ଏହା କ୍ରମଶଃ ସମ୍ପର୍କ ପାଲଟିଗଲା । ଆତ୍ମୀୟ ପରି ଘରର ସବୁ କାମରେ ସାହାଯ୍ୟ କରୁଥିଲେ ବିଶ୍ୱସ୍ତ ବୁଢ଼ା । ମା’ ଏକା ହୋଇଗଲା ପରେ ତାଙ୍କର ସବୁ କଷ୍ଟ ନିଜ ଉପରକୁ ନେଇଗଲେ । ପତ୍ନୀଙ୍କ ସହ ମିଶି ମା’ ଙ୍କର ଯାବତୀୟ ସେବା ସୁଶ୍ରୁଷା କଲେ । ସେମାନଙ୍କର ଦୁଇପୁଅ ବି ମା’ ଙ୍କ ସେବାରେ ରହିଲେ ।

ଆଉ ପ୍ରତିଦାନସ୍ୱରୂପ ପାଇଛନ୍ତି ଗୋଟେ ଗୁଣ୍ଠ ଜମି, ତିନି ମହଲାର ଘର, ଅଳଙ୍କାର, ଟଙ୍କାପଇସା । ବୁଢ଼ା ପରିବାରର ସେବା ଓ ଆଚାର ବ୍ୟବହାରରେ ମୁଗ୍ଧ ମିନତୀ ତାଙ୍କର ଏହି ସବୁ ସମ୍ପତ୍ତି ବୁଢ଼ା ସାମଲକୁ ଦାନ କରିଦେଇଛନ୍ତି । ଏସବୁ ସମ୍ପତ୍ତିର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ । ଓକିଲଙ୍କ ଉପସ୍ଥିତିରେ ଆଜି ଏସବୁ କାଗଜପତ୍ର ସେ ବୁଢ଼ାକୁ ହସ୍ତାନ୍ତର କରିଛନ୍ତି ।

ଏଥିପାଇଁ ଆତ୍ମୀୟମାନେ ତାଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ମଧ୍ୟ ମିନତୀ ଖାତିର କରିନାହାନ୍ତି । ସେ କହିଛନ୍ତି, ତାଙ୍କର ଏହି ଅବସ୍ଥାରେ ସମ୍ପତ୍ତିବାଡ଼ି ମୂଲ୍ୟହୀନ । ଯେଉଁ ଲୋକ ତାଙ୍କର କଷ୍ଟ ଜୀବନରେ ଏତେ ସେବା, ସ୍ନେହ ଦେଇଛି ତାକୁ ସେ ଦେବେନି ତ ଆଉ କାହାରିକୁ ଦେବେ? ବୁଢ଼ା ପାଖରେ ମୁଁ ଚିର ଋଣୀ । ସେ ହିଁ
ମୋ ସମ୍ପତ୍ତି ପାଇବାକୁ ହକଦାର ଥିଲା ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।

ରିକ୍ସାବାଲା ବୁଢ଼ା ଏତେ ସମ୍ପତ୍ତିର ଅଧିକାରୀ ହୋଇ ଖୁସି ହୋଇଥିଲେ ବି ତାଙ୍କର ସେଥିପ୍ରତି ଆଗ୍ରହ ନଥିଲା କି ନାହିଁ ବୋଲି କହିଛନ୍ତି । ସେ କହିଛନ୍ତି, ମୋ ଭଳି ଜଣେ ଗରିବ, ଖଟିଖିଆ ମଣିଷକୁ ଏତେ ସମ୍ପତ୍ତି ମିଳିବା ଏକ ଚମତ୍କାର । ପଟ୍ଟନାୟକ ପରିବାର ସହ ଦୀର୍ଘ ବର୍ଷ ଧରି ରହି ଆସିଛି । ମା’ ଙ୍କ ବଳକା ଜୀବନର ସେବା ଦାୟିତ୍ୱ ମୁଁ ଓ ମୋର ପରିବାରବର୍ଗ ନେଇଛୁ । ଏଥିରେ ତିଳେ ମାତ୍ର ଊଣା ହେବ ନାହିଁ, ବରଂ ଦାୟିତ୍ୱ ଆହୁରି ବଢ଼ିଗଲା ବୋଲି ସେ କହିଛନ୍ତି ।

ମିନତୀଙ୍କର ମାନବିକତା ଓ ମଣିଷପଣିଆ ଏକ ଉଦାହରଣ ସୃଷ୍ଟି କରିଛି । ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲିଟିଛି ।

Previous Post

ବରଗଡ଼ରେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ନବୀନ

Next Post

ପ୍ରଥମ ଓଡ଼ିଶା ସିଏଫପି ସାର୍ଟିଫିକାଣ୍ଟ ସମ୍ମିଳନୀ

Next Post
ପ୍ରଥମ ଓଡ଼ିଶା ସିଏଫପି ସାର୍ଟିଫିକାଣ୍ଟ ସମ୍ମିଳନୀ

ପ୍ରଥମ ଓଡ଼ିଶା ସିଏଫପି ସାର୍ଟିଫିକାଣ୍ଟ ସମ୍ମିଳନୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA