ଭୁବନେଶ୍ୱର: ଓଡ଼ିଶାର ସମସ୍ତ ସାର୍ଟିଫାଏଡ୍ ଫାଇନାନସିଆଲ୍ ପ୍ଲାନର(ସିଏଫପି) ସମୂହଙ୍କର ପ୍ରଥମ ଓଡ଼ିଶା ସିଏଫପି ସାର୍ଟିଫିକାଣ୍ଟ ସମ୍ମିଳନୀ ଆଜି ହୋଟେଲ ନ୍ୟୁ ମାରିଅନ୍ ଠାରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ସମସ୍ତ ସିଏଫପି ସାର୍ଟିଫିକାଣ୍ଟ ଏହି ସମ୍ମିଳନୀରେ ଯୋଗଦାନ କରି ଓଡ଼ିଶାବାସୀଙ୍କୁ ଆର୍ଥିକ ସାକ୍ଷରତା ଓ ସର୍ବଶ୍ରେଷ୍ଠ ଆର୍ଥିକ ଯୋଜନା ସେବା କାର୍ଯ୍ୟ ପ୍ରଣାଳୀ ପ୍ରଦାନ କରିବାକୁ ସଂକଳ୍ପ ନେଇଛନ୍ତି ।
ନଳିନୀକାନ୍ତ ଧର, ସିଏଫପି, ରାଉରକେଲା ତାଙ୍କ ଅଭିଭାଷଣରେ ସମସ୍ତ ଆର୍ଥିକ ଯୋଜନାରେ ଗ୍ରାହକଙ୍କର ସ୍ୱାର୍ଥକୁ ପ୍ରାଥମିକତା ଦେଇ ସେବା ପ୍ରଦାନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଆର୍ଥିକ ସ୍ୱାଧିନତା ହାସଲ କରିବା କ୍ଷେତ୍ରରେ ନିବେଶକାରୀଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଆର୍ଥିକ ଯୋଜନାକାରୀଙ୍କ ଆର୍ଥିକ ସେବା ପ୍ରଦାନ କ୍ଷେତ୍ରରେ ଆସୁଥିବା ସମସ୍ତ ପ୍ରକାର ଅସୁବିଧା ଓ ଆହ୍ୱାନ ବିଷୟରେ ଆଲୋକପାତ କରିବା ସହିତ ଗ୍ରାହକ-ସମ୍ପର୍କ ମଜବୁତ ତଥା ଓଡ଼ିଶାର ଜନସାଧାରଣଙ୍କ ପାଇଁ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ କରିବା ଉପରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ ।
ମୌସୁମୀ ମିତ୍ର, ସିଏଫପି ଏସଏସ ଫାଇନାନସିଆଲ୍ ସର୍ଭିସେସ୍, ଭୁବନେଶ୍ୱର ତାଙ୍କ ବକ୍ତବ୍ୟରେ ଆର୍ଥିକ ଯୋଜନାକାରୀ ସେବା ପ୍ରଦାନ କ୍ଷେତ୍ରରେ ଆସୁଥିବା ସମସ୍ତ ଆହ୍ୱାନ ଉପରେ ଆଲୋକପାତ କରିଥିଲେ । ଆମେମାନେ ଆର୍ଥିକ ସେବାର ସମସ୍ତ ଆହ୍ୱାନକୁ ସମ୍ମୁଖୀନ ହୋଇ ନିବେଶକଙ୍କୁ ଆନ୍ତର୍ଜାତିକ ମାନଦଣ୍ଡର ଆର୍ଥିକ ଯୋଜନା ସେବା ପ୍ରଦାନ କରିବା ଉଚିତ ହେବ ବୋଲି କହିଥିଲେ ।
ସଲିଳ କୁମାର ପଲାଇ, ଜୋନାଲ୍ ହେଡ୍, ଓଡ଼ିଶା ଓ ପଶ୍ଚିମବଙ୍ଗ, ସୁନ୍ଦରମ୍ ଆସେଟ୍ ମ୍ୟାନେଜମେଣ୍ଟ ତାଙ୍କ ବକ୍ତବ୍ୟରେ ଟ୍ରେନିଂ ଉପରେ ଗୁରୁତ୍ୱ ଦେଇଥିଲେ । କମ୍ପାନୀ ଆର୍ଥିକ ପରାମର୍ଶ କ୍ଷେତ୍ରରେ ଆସୁଥିବା ସମସ୍ତ ଆହ୍ୱାନକୁ ସାହାସର ସହିତ ସମ୍ମୁଖୀନ ହେବାର ଆବଶ୍ୟକତା ଅଛି । ଟ୍ରେନିଂ ଜରିଆରେ ନିଜର ଦକ୍ଷତା ବୃଦ୍ଧି କରି ଓଡ଼ିଶାବାସୀଙ୍କୁ ସର୍ବଶ୍ରେଷ୍ଠ ଆର୍ଥିକ ପରାମର୍ଶ ସେବା ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଥିଲେ ।
ନିବେଶକାରୀ ବା ଗ୍ରାହକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବା ଓ ଓଡ଼ିଶାରେ ଆର୍ଥିକ ସାକ୍ଷରତା ହାର ଅଧିକ ଉନ୍ନତି କରିବା ସହିତ ଆନ୍ତର୍ଜାତିକ ମାନଦଣ୍ଡର ଆର୍ଥିକ ଯୋଜନା ସେବା ପ୍ରଦାନକୁ ମୁଖ୍ୟ ଲକ୍ଷ୍ୟ ହିସାବରେ ରଖି ଏହି ସମ୍ମିଳନୀରେ ସମସ୍ତ ସିଏଫପି ସଂକଳ୍ପ କରିଥିଲେ ।
ଋୂପକୁମାର ପ୍ରଧାନ, ସିଏଫପି, ସିଡବ୍ଲୁଏମ୍ ଓ ଧନଞ୍ଜୟ ବାଣ୍ଠିଆ, ସିଏଫପି ସିଏଆଇମ ଏହି ସମ୍ମିଳନୀକୁ ପରିଚାଳନା କରିଥିଲେ ।