Saturday, November 21, 2026 02:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୁର୍ବଳ ହୋଇ ମାଡ଼ ହେଲା ‘ଅକଭାନ୍’

by Our Correspondent
20 Nov, 2026- 07:44 PM
in Latest News, News, Politics
1 min read
0
ଦୁର୍ବଳ ହୋଇ ମାଡ଼ ହେଲା ‘ଅକଭାନ୍’
  • ଭୀଷଣ ହେଲାନି ବାତ୍ୟା

  • ସକାଳ ସାଢ଼େ ୭ରେ ଲ୍ୟାଣ୍ଡଫଲ୍

  • ପବନ କମ୍, ବର୍ଷିଲା ଅଧିକ

ଭୁବନେଶ୍ୱର: ଭୀଷଣ ନୁହେଁ, ସାଧାରଣ ବାତ୍ୟା ରୂପରେ ଚାଲିଗଲା ‘ଅକଭାନ୍’ । ଗୋପାଳପୁର ପାଖରେ ସ୍ଥଳଭାଗ ଛୁଇଁଲା ପୂର୍ବରୁ ହିଁ ଦୁର୍ବଳ ହୋଇସାରିଥିଲା ଭୀଷଣ ବାତ୍ୟା । ସାଧାରଣ ବାତ୍ୟା ହୋଇ ସ୍ଥଳଭାଗ ମୁହାଁ ହୋଇଥିଲା । ସକାଳ ସାଢ଼େ ୭ ରୁ ସାଢ଼େ ୮ଟା ମଧ୍ୟରେ ଗୋପାଳପୁରରୁ ୧୫ କିମି ଦୂରରେ ସ୍ଥଳଭାଗ ଛୁଇଁଥିଲା । ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ ୭୦ରୁ ୮୦ କିମି ଏବଂ ଝଟକା ପବନର ବେଗ ୯୦ କିମି ଥିଲା । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୪ ଘଣ୍ଟା ଧରି ଚାଲିଥିଲା । ସ୍ଥଳଭାଗ ଅତିକ୍ରମ କଲା ପରେ । ଧୀରେ ଧୀରେ ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରୁଛି । ଆଜି ସଂଧ୍ୟାରେ ଏହା ଆହୁରି ଦୁର୍ବଳ ଗଭୀର ଅବପାତରେ ପରିଣତ ହୋଇଛି । ପରବର୍ତ୍ତୀ ସମୟରେ ଏହା ଅବପାତରେ ପରିଣତ ହେବ ।

ମାଡ଼ ହେବା ପୂର୍ବରୁ ବାତ୍ୟା ଦୁର୍ବଳ ହୋଇଥିବାରୁ ବଡ଼ ବିପଦରୁ ରକ୍ଷା ମିଳିଛି । ବେଶୀ ଝଡ଼ପବନ ହୋଇନଥିବାରୁ ଗଛପତ୍ର ସେଭଳି ଅଧିକ ଉପୁଡ଼ି ନାହିଁ । ସୁତରାଂ ବିଦ୍ୟୁତ ସରବରାହ ଉପରେ ବାତ୍ୟାର ପ୍ରଭାବ ପଡ଼ିନାହିଁ । ପ୍ରାୟ ଜାଗାରେ ବିଦ୍ୟୁତ ସରବରାହ ସ୍ୱାଭାବିକ ରହିଛି । ତେବେ ଅଧିକାଂଶ ଜିଲ୍ଲାରେ ଚାଷୀଙ୍କ ପାଇଁ ବିପଦ ଆଣିଛି ବର୍ଷା । ଅମଳ ପ୍ରାୟ ଧାନବିଲ ବର୍ଷାପାଣିରେ ବୁଡ଼ି ଯାଇଥିବାରୁ ତାହା ନଷ୍ଟ ହୋଇଯାଇଛି ।

ଗତକାଲିଠାରୁ ଦକ୍ଷିଣ ଓ ଉପକୂଳ ଜିଲ୍ଲାମାନଙ୍କରେ ଠାଏ ଠାଏ ପ୍ରବଳ ବର୍ଷା ଲାଗିରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲା ପାତ୍ରପୁରରେ ସର୍ବାଧିକ ୨୦୯ ମିମି ବର୍ଷା ରେକର୍ଡ କରାଯାଇଛି । ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଋଷିଗୂଲ୍ୟା ନଦୀରେ ପୁଣି ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଆସନ୍ତା କାଲି ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ଆସନ୍ତାକାଲି ପାଇଁ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

୩.୭୨ ଲକ୍ଷ ଲୋକ ସ୍ଥାନାନ୍ତର

ସମ୍ଭାବ୍ୟ ବିପଦ ଦୃଷ୍ଟିରୁ ରାଜ୍ୟରେ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସୂଚନା ଦେଇଛନ୍ତି । ଏବେ ପ୍ରାୟ ୧୦ ହଜାର ଲୋକ ଆଶ୍ରୟସ୍ଥଳରେ ଅଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧,୫୪,୨୯୦ ଜଣଙ୍କୁ ରଖାଯାଇଥିଲା ବେଳେ କେନ୍ଦ୍ରାପଡ଼ାରେ ୫୧,୯୫୬ ଜଣ, ପୁରୀରେ ୪୦, ୨୯୫ ଜଣ , ଗଜପତିରେ ୨୮, ୬୯୩ ଜଣ ଏବଂ ଖୋର୍ଦ୍ଧା ଜିଲ୍ଲାରେ ୨୩,୦୬୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା । ୪,୪୭୦ ଗର୍ଭବତୀଙ୍କୁ ଡାକ୍ତରଖାନା ଓ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି । ଏହି ସମୟରେ ୧,୪୫୦ ଶିଶୁ ଜନ୍ମଗ୍ରହଣ କରିଛନ୍ତି । ଉଭୟ ମା’ ଓ ଶିଶୁ ସୁରକ୍ଷିତ ଥିବା ମୁଖ୍ୟ ସଚିବ କହିଛନ୍ତି ।

 

Previous Post

ମନ୍ତ୍ରୀଙ୍କ ଉପରୁ ଭରସା ତୁଟାଇଲେ

Next Post

ଗ୍ରାଉଣ୍ଡ ଜିରୋରେ ସହଯୋଗର ହାତ

Next Post
ଗ୍ରାଉଣ୍ଡ ଜିରୋରେ ସହଯୋଗର ହାତ

ଗ୍ରାଉଣ୍ଡ ଜିରୋରେ ସହଯୋଗର ହାତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA