Wednesday, April 22, 2026 05:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସମୁଦ୍ର ଉପରେ ଚାଲିଯିବ ବାତ୍ୟା !

ଓଡ଼ିଶା ଉପରେ ସେତେଟା ପ୍ରଭାବ ନାହିଁ

by Our Correspondent
07 May, 2022- 06:57 PM
in Latest News, News
1 min read
0
ସମୁଦ୍ର ଉପରେ ଚାଲିଯିବ ବାତ୍ୟା !

ଭୁବନେଶ୍ୱର: ବାତ୍ୟା ହେବ । କିନ୍ତୁ ତାହା ଓଡ଼ିଶା କି ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିବନି । ସମୁଦ୍ର ଉପରେ ଚାଲିଯାଇ ଦୁର୍ବଳ ହୋଇଯିବ । ଓଡ଼ିଶା ଉପରେ ବାତ୍ୟାର ସେତେଟା ପ୍ରଭାବ ପଡ଼ି ନପାରେ । ଉପକୂଳବର୍ତ୍ତୀ ୪/୫ ଟି ଜିଲ୍ଲାରେ କେବଳ ମଧ୍ୟମ ଧରଣର ପବନ ଏବଂ ବର୍ଷା ହେବାର ସମ୍ଭାବନା ରହିଛି ।

ଏ ହେଉଛି ପାଣିପାଗ ବିଭାଗର ଆକଳନ ।

ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଲଘୁଚାପ ଆଜି ଅବପାତର ରୂପ ନେଇଛି । ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଆସନ୍ତାକାଲି ଦକ୍ଷିଣ ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏହା ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇପାରେ । ତାହାପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୧୦ ତାରିଖରେ ଏହି ସାଇକ୍ଲୋନିକ୍ ଷ୍ଟ୍ରର୍ମ ରୂପ ନେଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଏବଂ ନିକଟସ୍ଥ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅର୍ଥାତ୍ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପକୂଳ ସଂଲଗ୍ନ ସମୁଦ୍ରରେ କେନ୍ଦ୍ରୀଭୂତ ହେବ ।

୧୦ ତାରିଖ ରାତି ବେଳକୁ ଏହାର ଦିଗରେ ପରିବର୍ତ୍ତନ ହେବ । ଏହା ଉତ୍ତର ପଶ୍ଚିମ ଦିଗରେ ଗତି ନ କରି ଅର୍ଥାତ ଉପକୂଳ ଆଡ଼କୁ ନ ମୁହାଁଇ ଉତ୍ତର- ଉତ୍ତର ପୂର୍ବ ଦିଗକୁ ଗତି କରିବ । ଦିଗ ବଦଳାଇବା ପରେ ବାତ୍ୟା ଆଉ ସ୍ଥଳଭାଗ ଛୁଇଁବ ନାହିଁ । ଓଡ଼ିଶା ହେଉ କି ଆନ୍ଧ୍ର, କେଉଁଠି ଲ୍ୟାଣ୍ଡଫଲ୍ କରିବନି । ସମାନ୍ତରାଳ ଭାବେ ସମୁଦ୍ରରେ ଓଡ଼ିଶା ଉପକୂଳ ଦେଇ ଚାଲିଯିବ ।

ଏହାର ପ୍ରଭାବରେ ୯ ତାରିଖରୁ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ । ପବନର ବେଗ ବଢ଼ିବ । ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ୧୦ ତାରିଖ ସଂଧ୍ୟା ପରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଜିଲ୍ଲାରେ ବର୍ଷା ଆରମ୍ଭ ହେବ । କିଛି ଜାଗାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଓଡ଼ିଶା ଉପକୂଳ ନିକଟରେ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ରହିବ । ଅତି ବେଶୀରେ ୬୦ କିମି ହୋଇପାରେ । ୧୧ ତାରିଖ ବେଳକୁ ଏହା ବଢ଼ିପାରେ । ତାହାପରେ ଧୀରେ ଧୀରେ କମିଯିବ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏସଆରସି ମଧ୍ୟ ଓଡ଼ିଶାବାସୀଙ୍କୁ ଏହି ସୂଚନା ଦେଇଛନ୍ତି । ପୁରୀଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ବର୍ତ୍ତମାନ ୧୨୫୦ କିମି ଦୂରରେ ଅବପାତ ରୂପରେ ବାତ୍ୟା ରହିଛି । ୧୦ ତାରିଖରେ ଏହା ଡାହାଣକୁ ମୋଡ଼ି ହୋଇ ଗତି କରିବ । ଉପକୂଳର ଯଥେଷ୍ଟ ଦୂରରେ ଗତି କରିବାର ସମ୍ଭାବନା ଥିବାରୁ ବାତ୍ୟାର ସେତେଟା ପ୍ରଭାବ ଅନୁଭୂତ ହୋଇ ନପାରେ । ତଥାପି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଏସଆରସି ପ୍ରଦୀପ ଜେନା କହିଛନ୍ତି ।

Previous Post

୮ରେ ବାତ୍ୟା, ୧୦ରେ ଲ୍ୟାଣ୍ଡଫଲ୍ !

Next Post

ପୁଣି… ରନ୍ଧନ ଗ୍ୟାସ୍ ଚଡ଼କ

Next Post
ପୁଣି… ରନ୍ଧନ ଗ୍ୟାସ୍ ଚଡ଼କ

ପୁଣି... ରନ୍ଧନ ଗ୍ୟାସ୍ ଚଡ଼କ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA