Wednesday, April 22, 2026 03:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୁଣି… ରନ୍ଧନ ଗ୍ୟାସ୍ ଚଡ଼କ

୫୦ ଟଙ୍କା ବୃଦ୍ଧି, ଭୁବନେଶ୍ୱରରେ ଦର ୧୦୨୬

by Our Correspondent
07 May, 2022- 08:19 PM
in Latest News, News
1 min read
0
ପୁଣି… ରନ୍ଧନ ଗ୍ୟାସ୍ ଚଡ଼କ

ଭୁବନେଶ୍ୱର: ସାଧାରଣ ଜନତାଙ୍କ ଉପରେ ଚଡ଼କ ପରେ ଚଡ଼କ । ୧୪.୨ କେଜିଆ ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀରେ ବର୍ତ୍ତମାନ ଗୋଟିଏ ସିଲିଣ୍ଡର ଦାମ ୯୯୯.୫୦ ପଇସା ହୋଇଥିବା ବେଳେ ଭୁବନେଶ୍ୱରରେ ଏହାର ଦାମ୍ ହଜାର ଟଙ୍କା ପାର୍ ହୋଇଛି । ଗୋଟିଏ ଏଲପିଜି ସିଲିଣ୍ଡର ପାଇଁ ୧୦୨୬ ଟଙ୍କା ଗଣିବାକୁ ପଡିବ । ଏହାପୂର୍ବରୁ ଗତ ମାର୍ଚ୍ଚ ୨୨ ତାରିଖରେ ରନ୍ଧନ ଗ୍ୟାସ୍ ଦର ମଧ୍ୟ ୫୦ ଟଙ୍କା ବଢ଼ିଥିଲା ।

ଗତ ସପ୍ତାହ ମେ’ ୧ ତାରିଖରେ ୧୯ କେଜିଆ କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦର ୧୦୨ ଟଙ୍କା ବଢ଼ିଥିଲା । ଦିଲ୍ଲୀରେ ଗୋଟିଏ ସିଲିଣ୍ଡର ପାଇଁ ୨, ୩୫୫ ଟଙ୍କା ଗଣିବାକୁ ପଡୁଛି ।

ଦୁଇବର୍ଷ ତଳେ ୧୪.୨ କେଜିଆ ଏଲପିଜି ସିଲିଣ୍ଡର ଦାମ୍ ଥିଲା ଦର ୫୮୧ ଟଙ୍କା । ଯାହା ଏବେ ଦୁଇଗୁଣା ହୋଇଛି । ଗତ ବର୍ଷକରେ ଦର ପ୍ରାୟ ୨୦୦ ଟଙ୍କା ବଢ଼ିଛି । ସେହିଭଳି କମର୍ସିଆଲ୍ ସିଲିଣ୍ଡର ଦର ଦୁଇବର୍ଷ ତଳେ ୧୪୩୩ ଟଙ୍କା ଥିଲା ଯାହା ଏବେ ହଜାରେ ଟଙ୍କା ବଢ଼ିଛି ।

ପେଟ୍ରୋଲ ଓ ଡିଜେଲ୍ ର ଅହେତୁକ ଦରବୃଦ୍ଧି ପରେ ରନ୍ଧନ ଗ୍ୟାସ ଦରବୃଦ୍ଧି ସାଧାରଣ ଜନତାଙ୍କ ପେଟକୁ ଲାତ ହୋଇଛି । ଆଶ୍ଚର୍ଯ୍ୟର କଥା ମୋଦି ସରକାରଙ୍କ ଏହି ନିଷ୍ପତ୍ତି ବିରୋଧୀ ରାଜନୈତିକ ଦଳ ମଧ୍ୟରେ ସେଭଳି ପ୍ରତିକ୍ରିୟା ସୃଷ୍ଟି କରିନାହିଁ ଯେଭଳି କରିବା କଥା । ଉପା ସରକାର ସମୟରେ ସିଲିଣ୍ଡର ଦର ୫୦ ଟଙ୍କା ବଢ଼ି ୪୦୦ ଟଙ୍କା ହେଲା ବେଳେ ବିଜେପି ତାହାକୁ ଲଜ୍ଜା କହି ତମ୍ବିତୋଫାନ କରୁଥିଲା । ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ଚୋର କହିବାକୁ ନେତାମାନେ ପଛଉ ନ ଥିଲେ । ମାତ୍ର ଏବେ ନିଜେ ଶାସନଗାଦିରେ ଥିବାରୁ ତେଲ ଓ ଗ୍ୟାସ୍ ଦର ବୃଦ୍ଧି ବେଳକୁ ଦଳ ସିଦ୍ଧ ଘୋଷଣା କରିବାକୁ ଲଜ୍ଜା ଅନୁଭବ କରୁନାହିଁ । ତାହା ଠିକ୍ ନିଷ୍ପତ୍ତି ବୋଲି ନେତାମାନେ ଅଜବ ଯୁକ୍ତି କରୁଛନ୍ତି ।

ତେଲ ଓ ଗ୍ୟାସ୍ ଦର ବୃଦ୍ଧି ବିରୋଧରେ ବିଜେଡ଼ିଠାରେ ମଧ୍ୟ ପୂର୍ବର ଦାଢ଼ ନ ଥିବା ଜଣାପଡୁଛି । ପେଟ୍ରୋଲ ଓ ଡିଜେଲ ଦର ୧୧୦ ଟଙ୍କା ଏବଂ ରନ୍ଧନ ଗ୍ୟାସ ଦର ହଜାରେ ଟପିବା ପରେ ମଧ୍ୟ ବିଜେଡ଼ି ପାଇଁ ଏହା ମୁଖ୍ୟ ପ୍ରସଙ୍ଗ ହୋଇନାହିଁ । ଆନେ୍ଦାଳନ ଫାନ୍ଦୋଳନ କିଛି ନାହିଁ । ବରିଷ୍ଠ ନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ ଏହାକୁ ନିନ୍ଦା କରି ଟିଭିରେ ବୟାନ ଦେଇଥିଲା ବେଳେ ଖରା କମିଲା ପରେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସାମ୍ବାଦିକଙ୍କୁ କୁଆଡ଼େ କହିଥିଲେ ।

କଂଗ୍ରେସ ଏବଂ ବାମପନ୍ଥୀ ଦଳ କଥା ନ କହିବା ଭଲ । ଏଠି ସେମାନଙ୍କ ନିଜ ସ୍ଥିତି ଠିକ୍ ନ ଥିବାରୁ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ସେମାନେ ଯେ ଆନ୍ଦୋଳନକୁ ଓହ୍ଲାଇବେ ତାହା ଆଶା କରିବା ବୃଥା । ସୁତରାଂ ଏଠି ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ କହିବାକୁ କେହି ନାହାନ୍ତି । ନିଜ ଭାଗ୍ୟକୁ ଆଦରି ବଞ୍ଚିବା କଥା ।

ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ତୀବ୍ର ପ୍ରତିକ୍ରିୟା ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି । ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର କେଦାର ମିଶ୍ର ଲେଖିଛନ୍ତି, ୮ ବର୍ଷ ତଳେ ୪୦୦ ଟଙ୍କାର ସିଲିଣ୍ଡର କିଣିଲା ବେଳେ ସେତେବେଳର ପ୍ରଧାନମନ୍ତ୍ରୀଙ୍କୁ ଚୋର ବୋଲି କହି ଗାଳି କରୁଥିବା ମଧ୍ୟବିତ୍ତ ଭାରତୀୟମାନେ ଏବେ ନିଜେ ମୁହଁ ଲୁଚେଇ କାନ୍ଦୁଛନ୍ତି । ସ୍ୱାଧୀନ ଭାରତର ଇତିହାସରେ ନରେନ୍ଦ୍ର ମୋଦି ସବୁଠାରୁ ଭାଗ୍ୟବାନ ପ୍ରଧାନମନ୍ତ୍ରୀ । ତାଙ୍କ ପୂର୍ବରୁ ସବୁ ପ୍ରଧାନମନ୍ତ୍ରୀ ଦରଦାମ ବୃଦ୍ଧିକୁ ନେଇ ପ୍ରବଳ ଜନ ଆକ୍ରୋଶର ସମ୍ମୁଖୀନ ହୋଇଥିଲେ । ନଡ଼ିଆ ତେଲ ପାଇଁ ଇନ୍ଦିରା ଗାନ୍ଧୀ ସରକାର ଓ ପିଆଜ ଦର ପାଇଁ ବାଜପେୟୀଙ୍କ ସରକାର ଚାଲି ଯାଇଥିଲା । ମୋଦି କିନ୍ତୁ ଦରବୃଦ୍ଧିର ବଡ଼ବାପା ହୋଇଥିଲେ ମଧ୍ୟ ବଡ଼ ସହଜରେ ଆମେ ରହିଛୁ ବୋଲି ତାଙ୍କର କ୍ଷୋଭ ।

ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶ ଉଦବେଗ ପ୍ରକାଶ କରି ଲେଖିଛନ୍ତି ଯେ ଜାଳେଣି ଗ୍ୟାସ ଦର ବୃଦ୍ଧି ଯଥାର୍ଥ । କଥାକଥାକେ ରାଜରାସ୍ତାକୁ ଆସି ଯାଉଥିବା ବିଜେଡ଼ି, ବିଜେପି, କଂଗ୍ରେସ ଓ ଅନ୍ୟଦଳମାନେ ନହେଲେ କ’ଣ ଚୁପ୍ ବସିଥାନ୍ତେ!! ବିରୋଧୀ ଦଳ କଥା ଛାଡନ୍ତୁ, ଲୋକଙ୍କୁ ମଧ୍ୟ ଏହା ବୋଧହୁଏ ବାଧୁନାହିଁ । ତେଣୁ କାହାରି ପ୍ରତିବାଦ ନାହିଁ ।

Previous Post

ସମୁଦ୍ର ଉପରେ ଚାଲିଯିବ ବାତ୍ୟା !

Next Post

ରାଧାରାଣୀ ପଣ୍ଡା ବିଜେପି ପ୍ରାର୍ଥୀ

Next Post
ରାଧାରାଣୀ ପଣ୍ଡା ବିଜେପି ପ୍ରାର୍ଥୀ

ରାଧାରାଣୀ ପଣ୍ଡା ବିଜେପି ପ୍ରାର୍ଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA