Wednesday, April 22, 2026 02:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଧାରାଣୀ ପଣ୍ଡା ବିଜେପି ପ୍ରାର୍ଥୀ

ବ୍ରଜରାଜନଗର ଉପନିର୍ବାଚନ

by Our Correspondent
08 May, 2022- 01:45 PM
in Latest News, News
1 min read
0
ରାଧାରାଣୀ ପଣ୍ଡା ବିଜେପି ପ୍ରାର୍ଥୀ

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରାଧାରାଣୀ ପଣ୍ଡା । ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଆଜି ତାଙ୍କ ନାଁ ଘୋଷଣା କରିଛନ୍ତି । ପୂର୍ବତନ ବିଧାୟିକା ରାଧାରାଣୀଙ୍କ ସହ ଯୁବନେତା ସୁଜିତ ସିଂହଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଥିଲା । ଦଳର ଏକ ଶକ୍ତିଶାଳୀ ଗୋଷ୍ଠୀ ନବାଗତ ସୁଜିତଙ୍କ ପାଇଁ ଜୋରଦାର ଲବି କରୁଥିଲେ । ମାତ୍ର ରାଜ୍ୟ ନେତୃତ୍ୱ ରିସ୍କ ନେବାକୁ ଚାହିଁନାହାନ୍ତି । ରାଧାରାଣୀଙ୍କ ନାଁ ଉପରେ କେନ୍ଦ୍ରୀୟ କମିଟି ମୋହର ମାରିଛନ୍ତି ।

୨୦୧୪ ନିର୍ବାଚନରେ ରାଧାରାଣୀ ପଣ୍ଡା ବିଜେପିରୁ ପ୍ରାର୍ଥୀ ହୋଇ ଜିତିଥିଲେ । ବିଜେଡ଼ି ପ୍ରାର୍ଥୀ ଅନୁପ ସାଏଙ୍କୁ ୬, ୭୯୦ ଭୋଟରେ ପରାସ୍ତ କରିଥିଲେ । ଗତ ନିର୍ବାଚନରେ ରାଧାରାଣୀ ପୁନଶ୍ଚ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜେଡ଼ି ପ୍ରାର୍ଥୀ କିଶୋର ମହାନ୍ତିଙ୍କଠାରୁ ପ୍ରାୟ ୧୨ ହଜାର ଭୋଟ ବ୍ୟବଧାନରେ ହାରିଥିଲେ । ରାଧାରାଣୀ ବିଜେଡ଼ିରେ ମିଶୁଥିବା ନେଇ ମଝିରେ ବହୁତ ଚର୍ଚ୍ଚା ହୋଇଥିଲା ।

ସେଠାରେ କଂଗ୍ରେସରୁ କିଶୋର ପଟେଲଙ୍କ ନାଁ ଚୂଡ଼ାନ୍ତ ହୋଇଥିବା ଦଳୀୟ ମହଲରୁ ସୂଚନା ମିଳିଛି । ବିଧାୟକ ସନ୍ତୋଷ ସିଂ ସାଲୁଜା ଗତକାଲି ତାଙ୍କ ନାଁ ସ୍ପଷ୍ଟ କରିଛନ୍ତି । ଦଳର ନିର୍ବାଚନ କମିଟି କିଶୋର ପଟେଲଙ୍କ ନାଁ ସୁପାରିଶ କରିଛନ୍ତି ଏବଂ ଏଆଇସିସି ପକ୍ଷରୁ ଔପଚାରିକ ଘୋଷଣା ବାକି ଅଛି ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ ସମସ୍ତଙ୍କ ନଜର ଏବେ ବିଜେଡ଼ି ପ୍ରାର୍ଥୀଙ୍କ ଉପରେ ରହିଛି । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିବେ । ଉପନିର୍ବାଚନରେ ମୃତ ବିଧାୟକଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବାର ପରମ୍ପରା ବିଜେଡ଼ି ଆପଣେଇଥିବାରୁ ସ୍ୱର୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ପ୍ରାର୍ଥୀତ୍ୱ ଏକ ପ୍ରକାର ସ୍ପଷ୍ଟ ବୋଲି କୁହାଯାଉଛି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ଝିଅକୁ ପ୍ରାର୍ଥୀ କରିବାକୁ ଚାହୁଁଥିବା ବି ଚର୍ଚ୍ଚା ହେଉଛି । ତେଣୁ ନବୀନ ନିବାସର ଘୋଷଣାକୁ ଏବେ ସମସ୍ତଙ୍କର ଅପେକ୍ଷା ।

କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ଯୋଗୁଁ ବ୍ରଜରାଜନଗର ଉପନିର୍ବାଚନ ହେଉଛି । ମେ’ ୩୧ ତାରିଖରେ ଭୋଟ ଏବଂ ଜୁନ୍ ୩ ତାରିଖରେ ଗଣତି ହେବ । ମେ’ ୧୧ ତାରିଖ ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ।

Previous Post

ପୁଣି… ରନ୍ଧନ ଗ୍ୟାସ୍ ଚଡ଼କ

Next Post

ବାଗ୍ମୀ ରଜତ କରଙ୍କ ପରଲୋକ

Next Post
ବାଗ୍ମୀ ରଜତ କରଙ୍କ ପରଲୋକ

ବାଗ୍ମୀ ରଜତ କରଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA