Friday, August 28, 2026 04:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାଗ୍ମୀ ରଜତ କରଙ୍କ ପରଲୋକ

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ

by Our Correspondent
08 May, 2022- 07:48 PM
in Latest News, News
1 min read
0
ବାଗ୍ମୀ ରଜତ କରଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ, ଜଗନ୍ନାଥ ସଂସ୍କୃତି ଗବେଷକ, ବାଗ୍ମୀ ପଦ୍ମଶ୍ରୀ ରଜତ କର ଆଉ ନାହାନ୍ତି । ଆଜି ସଂଧ୍ୟାରେ ହୃଦଘାତରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ରଜତ କରଙ୍କ ବିୟୋଗ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

୧୯୩୪ ମସିହା ଅକ୍ଟୋବର ୨ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିବା ରଜତ କର ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରେ କାମ କରି ଏସସିଇଆଇଟିର ନିର୍ଦ୍ଦେଶକ ଭାବେ ଅବସର ନେଇଥିଲେ । କେବଳ ଜଣେ ଶିକ୍ଷାବିତ୍ ନୁହେଁ, ବହୁମୁଖୀ ପ୍ରତିଭାର ସେ ଥିଲେ ଅଧିକାରୀ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବରେ ତାଙ୍କର ଖ୍ୟାତି ଥିଲା ।

ଜଗନ୍ନାଥ ସଂସ୍କୃତି ଉପରେ ତାଙ୍କର ପ୍ରଚଣ୍ଡ ଦଖଲ ଥିଲା । ରଥଯାତ୍ରା ଧାରା ବିବରଣୀ ପାଇଁ ସେ ଘରେ ଘରେ ପରିଚିତ ଥିଲେ । ଦୀର୍ଘ ୬ ଦଶନ୍ଧୀ ଧରି ସେ ରେଡିଓ ଓ ଟିଭିରେ ପୁରୀରୁ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଆସୁଥିଲେ । ଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ୭ ଟି ପୁସ୍ତକ ରଚନା କରିଥିଲେ । ଓଡ଼ିଶାରେ ପାଲା ସଂସ୍କୃତିକୁ ଜୀବିତ ରଖିବାରେ ସେ ଥିଲେ ମୁଖ୍ୟ ପୁରୋଧା ।

ନାଟକ ରଚନାରେ ମଧ୍ୟ ତାଙ୍କର ରୁଚି ଥିଲା । ତାଙ୍କ ରଚିତ ଅନେକ ନାଟକ ଲୋକପ୍ରିୟତା ଅର୍ଜନ କରିଥିଲା । ନାଟକ ଲେଖିବା ସହ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଅଭିନୟ କରିଥିଲେ ।

ସାହିତ୍ୟ ଓ ଶିକ୍ଷା ପାଇଁ ୨୦୨୧ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ । ଜୀବନକାଳ ମଧ୍ୟରେ ସେ ଅନେକ ସମ୍ମାନ ଓ ପୁରସ୍କାର ପାଇଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଙ୍ଗୀତ ଏକାଡେମୀ, ଗୋଦାବରୀଣ ମିଶ୍ର ସମ୍ମାନ, ରାମଚନ୍ଦ୍ର ମିଶ୍ର ସମ୍ମାନ ସେଥିମଧ୍ୟରେ ଅନ୍ୟତମ ।

ପୂର୍ବତନ ମନ୍ତ୍ରୀ, ବାଚସ୍ପତି ସ୍ୱର୍ଗତ ଶରତ କରଙ୍କର ସେ ବଡ଼ଭାଇ ।

ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଯାଇଛନ୍ତି । ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ଓଡ଼ିଆ ସଂସ୍କୃତି ଓ ପରମ୍ପରା ବିଶେଷ କରି ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ରେ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ। ତାଙ୍କ ବିୟୋଗରେ ଓଡିଶା ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୋକ ସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକ ଗତ ଆତ୍ମାର ସଦଗତି କାମନା କରିଛନ୍ତି.

Previous Post

ରାଧାରାଣୀ ପଣ୍ଡା ବିଜେପି ପ୍ରାର୍ଥୀ

Next Post

ଅପରାଜିତାଙ୍କୁ ବ୍ରଜରାଜନଗର ଝଟକା !

Next Post
ଅପରାଜିତାଙ୍କୁ ବ୍ରଜରାଜନଗର ଝଟକା !

ଅପରାଜିତାଙ୍କୁ ବ୍ରଜରାଜନଗର ଝଟକା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA