Monday, June 29, 2026 08:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମାଡି ଆସୁଛି ଭୟଙ୍କର ବାତ୍ୟା ବିପଦ

୨୨ ରେ ଲଘୁଚାପ, ୨୬ ରେ ବାତ୍ୟା!

by Our Correspondent
19 May, 2021- 09:39 PM
in Latest News, News
1 min read
0
ମାଡି ଆସୁଛି ଭୟଙ୍କର ବାତ୍ୟା ବିପଦ

??????????

ଭୁବନେଶ୍ୱର: ମାନବ ଜଗତ ଉପରେ ସତେ ଯେମିତି ପଡ଼ିଛି ପ୍ରକୃତିର ଭୟଙ୍କର କୋପ । ଦେଶବାସୀ କରୋନା ଭୂତାଣୁ କବଳରେ ଛଟପଟ ହେଉଥିଲା ବେଳେ ଦୁଇଦିନ ତଳେ ଆରବ ସାଗରରେ ସୃଷ୍ଟ ବାତ୍ୟା ‘ତାଉତେ’ ବ୍ୟାପକ ଧ୍ୱସ୍ତ ବିଧ୍ୱସ୍ତ କଲା । ଦୁଇ ଦିନ ଯାଇନି, ବଙ୍ଗୋପ ସାଗରରେ ଦାନା ବାନ୍ଧିଲାଣି ଆଉ ଏକ ବାତ୍ୟା ‘ୟଶ’ । କେହି କେହି ଏହାକୁ ମହାବାତ୍ୟାର ଆଖ୍ୟା ଦେଲେଣି । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ବ୍ୟାପକ ତାଣ୍ଡବ ରଚାଇବ ବୋଲି ଆଶଙ୍କା କରାଯାଉଛି ।

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଏହି ବାତ୍ୟା । ଆସନ୍ତା ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବାର ସମ୍ଭାବନା ଅଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସଂଧ୍ୟାରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିପାରେ ।

ବାଲେଶ୍ୱର ଆଖପାଖ ନଚେତ ବାଲେଶ୍ୱର ଓ ଦୀଘା ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି କିଛି ବିଶେଷଜ୍ଞ ପୂର୍ବାନୁମାନ କରୁଥିଲା ବେଳେ ବାତ୍ୟା କେବେ ଓ କେଉଁଠି ଲ୍ୟାଣ୍ଡଫଲ୍ କରିବ, ଏହାର ତୀବ୍ରତା କେତେ ହେବ ତାହା ଲଘୁଚାପ ସୃଷ୍ଟି ହେବା ପରେ ଯାଇ ଆକଳନ କରାଯାଇପାରିବ ବୋଲି ଆଇଏମଡି ନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି ।

୨୫ ତାରିଖ ରାତିରୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ପରବର୍ତ୍ତୀ ସମୟରେ ବର୍ଷାର ତୀବ୍ରତା ବୃଦ୍ଧି ହେବାର ସମ୍ଭାବନା ରହିଛି । ମତ୍ସ୍ୟଜୀବୀମାନଙ୍କୁ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳରେ ଏବଂ ଉତ୍ତର ବଙ୍ଗୋପସାଗର ତଥା ଓଡ଼ିଶାର ଉପକୂଳ ମଧ୍ୟକୁ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବେଶ ନ କରିବାକୁ ପରାମର୍ଶ ଦିଆଯାଇଛି ।

ବାତ୍ୟାକୁ ବଳ ଦେବା ପାଇଁ ବାୟୁମଣ୍ଡଳୀୟ ସ୍ଥିତି ବର୍ତ୍ତମାନ ଯଥେଷ୍ଟ ଅନୁକୂଳ ଥିବାରୁ ଏହା ଭୟଙ୍କର ବିପଦ ଆଣିପାରେ ବୋଲି କୁହାଯାଉଛି ।

୧୦ ଜିଲ୍ଲାପାଳ,ଏସପିଙ୍କ ସହ ବୈଠକ କଲେ ଏସଆରସି: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତତ୍ପର ହୋଇଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ଲୋକସେବା ଭବନରେ ବସି ମାରାଥନ ବୈଠକ କରିଛନ୍ତି । ୧୦ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହିତ କଥା ହୋଇ କୋଭିଡ କଟକଣା ଭିତରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିପଦାଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତର, ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ ଉପରେ ଏସଆରସି ଗୁରୁତ୍ୱ ଦେଇଥିଲା ବେଳେ ଶୁଖିଲା ଖାଦ୍ୟ, ରନ୍ଧାଖାଦ୍ୟ ପ୍ରସ୍ତୁତି ସହ ଖାଦ୍ୟ ସାମଗ୍ରୀ, ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଓଡ୍ରାଫ୍, ଅଗ୍ନିଶମ ବିଭାଗକୁ ସମ୍ପୂର୍ଣ୍ଣ ସଜାଗ କରିଛନ୍ତି ଏସଆରସି ଶ୍ରୀ ଜେନା ।

Previous Post

ରଘୁନାଥଙ୍କ କ୍ରିକେଟିୟର୍ ପୁଅ ପ୍ରଶାନ୍ତ ମହାପାତ୍ର ବି ଚାଲିଗଲେ

Next Post

କରୋନାକୁ ପରାସ୍ତ କଲେ ୯୯ ବର୍ଷୀୟ ବୃଦ୍ଧ

Next Post
କରୋନାକୁ ପରାସ୍ତ କଲେ ୯୯ ବର୍ଷୀୟ ବୃଦ୍ଧ

କରୋନାକୁ ପରାସ୍ତ କଲେ ୯୯ ବର୍ଷୀୟ ବୃଦ୍ଧ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA