Thursday, April 30, 2026 09:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରଘୁନାଥଙ୍କ କ୍ରିକେଟିୟର୍ ପୁଅ ପ୍ରଶାନ୍ତ ମହାପାତ୍ର ବି ଚାଲିଗଲେ

by Our Correspondent
19 May, 2021- 10:27 AM
in Latest News, News
0
ରଘୁନାଥଙ୍କ କ୍ରିକେଟିୟର୍ ପୁଅ ପ୍ରଶାନ୍ତ ମହାପାତ୍ର ବି ଚାଲିଗଲେ

ଭୁବନେଶ୍ୱର: ବାପାଙ୍କ ଏକାଦଶାହରେ ପୁଅ ଚାଲିଗଲେ ଆରପାରିକୁ । ଦିବଙ୍ଗତ ଭାସ୍କର୍ଯ୍ୟ ଜଗତର ଭୀଷ୍ମ ପିତାମହ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପୁଅ ପୂର୍ବତନ ରଣଜୀ ଖେଳାଳୀ ପ୍ରଶାନ୍ତ ମହାପାତ୍ର(୪୮)ଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି ଏମସ୍ ହସ୍ପିଟାଲ୍ ରେ ମୃତ୍ୟୁ ହୋଇଛି । କୋଭିଡ୍ ଆକ୍ରାନ୍ତରୁ ମୁକ୍ତ ହୋଇଥିଲେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ଥିଲା । ଡାକ୍ତରମାନଙ୍କ ସକଳ ଚେଷ୍ଟା ସତ୍ତ୍ୱେ ଆଜି ସକାଳ ୭ଟା ୫୧ ମିନିଟ୍ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଏମସ୍ ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି ।

ବାପାଙ୍କ ପଛେ ପଛେ ପୁଅର ଏଭଳି ମୃତ୍ୟୁ ସମସ୍ତଙ୍କ ପାଇଁ ଦାରୁଣ ଦୁଃଖ ଆଣିଛି । ଓଡ଼ିଶାର ଏହି କ୍ରିକେଟ୍ ତାରକାଙ୍କ ବିୟୋଗ କ୍ରିକେଟ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।

ବାପାଙ୍କ ସହ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲା ପରେ ଗତ ୨୧ ତାରିଖରେ ପ୍ରଶାନ୍ତ ଏମସ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା । କିଛି ଦିନ ତଳେ ତାଙ୍କ ଅବସ୍ଥାରେ ସୁଧାର ଆସିବା ସହ ରିପୋର୍ଟ ନେଗେଟିଭ୍ ଆସିଥିଲା । ତେବେ ତାଙ୍କର ଚିକିତ୍ସା ଜାରି ଥିବା ବେଳେ ପୁଣି ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା ବୋଲି କୁହାଯାଇଛି ।

ରଘୁନାଥ ମହାପାତ୍ରଙ୍କର ଗତ ୯ ତାରିଖରେ ଏମସ୍ ହସ୍ପିଟାଲ୍ ରେ ପରଲୋକ ହୋଇଥିଲା । ପ୍ରଶାନ୍ତ ତାଙ୍କର ସାନପୁଅ । ବଡ଼ପୁଅ ଯଶୋବନ୍ତ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଏମସ୍ ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଅବସ୍ଥା ମଧ୍ୟ ଗୁରୁତର ଅଛି ।

ଓଡ଼ିଶା ରଣଜୀ ଦଳର ପୂର୍ବତନ ଖେଳାଳୀ ପ୍ରଶାନ୍ତ ମହାପାତ୍ର ଜଣେ ଦକ୍ଷ କ୍ରିକେଟିୟର ଭାବେ ବେଶ୍ ଜଣାଶୁଣା ଥିଲେ । ଓଡ଼ିଶା ରଣଜୀର ସେ ଥିଲେ ଓପନିଂ ବ୍ୟାଟସମ୍ୟାନ୍ । କ୍ରିକେଟ୍ ପଡ଼ିଆରେ ସେ ଯେଭଳି ଶୃଙ୍ଖଳିତ ଥିଲେ, ବାସ୍ତବ ଜୀବନରେ ମଧ୍ୟ ସେଭଳି ଶୃଙ୍ଖଳିତ, ଭଦ୍ର, ଅମାୟିକ ଓ ବନ୍ଧୁବତ୍ସଳ ଥିଲେ ।

Previous Post

ରକ୍ତ ଅଭାବ ମେଣ୍ଟାଇବାକୁ ଅଣ୍ଟା ଭିଡ଼ିଲା ଓଡ଼ିଶା-ମୋ ପରିବାର

Next Post

ମାଡି ଆସୁଛି ଭୟଙ୍କର ବାତ୍ୟା ବିପଦ

Next Post
ମାଡି ଆସୁଛି ଭୟଙ୍କର ବାତ୍ୟା ବିପଦ

ମାଡି ଆସୁଛି ଭୟଙ୍କର ବାତ୍ୟା ବିପଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA