Tuesday, June 30, 2026 05:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୨୬ ମଧ୍ୟାହ୍ନରେ ‘ୟାସ୍’ ଲ୍ୟାଣ୍ଡଫଲ୍

୩ ଦିନ ଧରି ପ୍ରବଳ ବର୍ଷା, ପବନ

by Our Correspondent
24 May, 2021- 11:34 AM
in Latest News, News
1 min read
0
୨୬ ମଧ୍ୟାହ୍ନରେ ‘ୟାସ୍’ ଲ୍ୟାଣ୍ଡଫଲ୍

-ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି, କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମୀକ୍ଷା
-୫ ବରିଷ୍ଠ ଆଇଏଏସ/୫ ବରିଷ୍ଠ ଆଇପିଏସ୍ ଙ୍କୁ ଜିଲ୍ଲା ଦାୟିତ୍ୱ
-ଅପରାହ୍ନ ୪ରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ଭୁୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ଅବପାତ ଆଜି ସକାଳ ସାଢ଼େ ୫ଟାରେ ବାତ୍ୟାର ରୂପ ନେଇଛି । ଦୀର୍ଘ ୬ ଘଣ୍ଟା ଧରି ସମୁଦ୍ର ଭିତରେ ଏହା ସ୍ଥିର ରହି ଅଧିକ ବଳ ଗୋଟାଇବାରେ ଲାଗିଛି । ଆସନ୍ତା ୨୪ ଘଣ୍ଟାରେ ବାତ୍ୟା ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ୨୬ ତାରିଖ ଭୋର୍ ସମୟରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ । ମଧ୍ୟାହ୍ନରେ ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ ଏହି ଅତି ଭୀଷଣ ବାତ୍ୟା ‘ୟାସ୍’ ଲ୍ୟାଣ୍ଡଫଲ୍ କରିବ ।

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମଡି) ଆଜି ଏହି ପୂର୍ବାନୁମାନ କରିଛି । ଆଜି ସକାଳେ ବାତ୍ୟା ୟାସ୍ ପାରାଦ୍ୱୀପଠାରୁ ଦକ୍ଷିଣ ଦକ୍ଷିଣ ପୂର୍ବକୁ ୫୪୦ କିମି ଦୂରରେ କେନ୍ଦ୍ରୀଭୂତ ଥିଲା । ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା କୁହାଯାଇଛି । ୨୬ ତାରିଖ ସଂଧ୍ୟାରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା । ମାତ୍ର ଏହାର ବେଗ ବଢ଼ିଥିବାରୁ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ ବୋଲି କୁହାଯାଇଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବ । ସ୍ଥଳବିଶେଷରେ ପବନର ବେଗ ୧୮୫ କିମି ହୋଇପାରେ ।

ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଏଥିରେ ଅଧିକ ପ୍ରଭାବିତ ହେବ । ଯାଜପୁର, କଟକ ଓ ମୟୁରଭଞ୍ଜ ଜିଲ୍ଲାରେ ବି ବାତ୍ୟାର ପ୍ରଭାବ ଅଧିକ ରହିବ । ଏହି ସବୁ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । କେନ୍ଦୁଝର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ଅଛି । ବଡ଼ ବଡ଼ ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡ଼ିବା ସହ କଚ୍ଚାଘର ଭାଙ୍ଗିବାର ସମ୍ଭାବନା ଥିବାରୁ ଲୋକମାନେ ଆଗୁଆ ସୁରକ୍ଷିତ ସ୍ଥାନକୁ ଚାଲି ଆସିବାକୁ କୁହାଯାଇଛି ।

ଉତ୍ତର ଓ ଉପକୂଳ ଓଡ଼ିଶାର ଏହି ୧୦ଟି ଜିଲ୍ଲାରେ ୨୫,୨୬ ଓ ୨୭ ତାରିଖ ୩ ଦିନ ଧରି ପ୍ରବଳ ବର୍ଷା ଓ ପବନ ଲାଗି ରହିବାର ସମ୍ଭାବନା ଥିବାରୁ ସତର୍କ କରାଯାଇଛି ।

କୋଭିଡ୍ ବେଳେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନଗୁଡ଼ିକ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ପ୍ରସ୍ତୁତି ଶେଷ ହୋଇଛି । ବିଭିନ୍ନ ଜାଗାରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ସମୀକ୍ଷା କରିଥିବା ବେଳେ ଆଜି ଗୃହମନ୍ତ୍ରୀ ଅମିତ୍ ଶାହା ଓଡ଼ିଶା,ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନସିଂ ଯୋଗେ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଆଜି ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ।

୫ ବରିଷ୍ଠ ଆଇଏଏସ/୫ ବରିଷ୍ଠ ଆଇପିଏସ୍ ଙ୍କୁ ଜିଲ୍ଲା ପଠାଗଲା

ସମ୍ଭାବ୍ୟ ବାତ୍ୟାରେ ରିଲିଫ୍, ଥଇଥାନ ଓ ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ରାଜ୍ୟ ସରକାର ୫ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ୫ ଟି ଜିଲ୍ଲା ପଠାଇଛନ୍ତି । ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ସେମାନଙ୍କୁ କୁହାଯାଇଛି । ହେମନ୍ତ ଶର୍ମା କେନ୍ଦ୍ରାପଡ଼ା ଜିଲ୍ଲା, ଶାସ୍ୱତ ମିଶ୍ର ଜଗତସିଂହପୁର ଜିଲ୍ଲା, ବୀର ବିକ୍ରମ ଯାଦବ ଭଦ୍ରକ, ବିଶାଲ କୁମାର ଦେବ ବାଲେଶ୍ୱର ଜିଲ୍ଲା ଏବଂ ସୁରେଶ କୁମାର ବଶିଷ୍ଠ ମୟୁରଭଞ୍ଜ ଜିଲ୍ଲାରେ ରିଲିଫ୍, ଥଇଥାନ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବେ ।

ସେହିଭଳି ବାତ୍ୟା ସମୟରେ ଜିଲ୍ଲା ପୁଲିସ ପ୍ରଶାସନକୁ ସହଯୋଗ ଓ ମାର୍ଗଦର୍ଶନ ପାଇଁ ୫ ବରିଷ୍ଠ ଆଇପିଏସ୍ ଙ୍କୁ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । କେନ୍ଦ୍ରାପଡ଼ାକୁ ଡିଆଇଜି ଜେ.ଏନ.ପଙ୍କଜ, ଜଗତସିଂହପୁରକୁ ଆଇଜି ଅମିତାଭ ଠାକୁର, ଭଦ୍ରକକୁ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ବାଲେଶ୍ୱରକୁ ଆଇଜି ଦୀପ୍ତେଶ କୁମାର ପଟ୍ଟନାୟକ ଏବଂ ମୟୁରଭଞ୍ଜକୁ ଡିଆଇଜି ଅନିରୁଦ୍ଧ କୁମାର ସିଂହଙ୍କୁ ପଠାଯାଇଛି ।

୨ ଦିନ ପାଇଁ ୧୦ ଜିଲ୍ଲାରେ ଳକଡାଉନ୍ କୋହଳ: ୧୦ ଜିଲ୍ଲାରେ ଦୁଇ ଦିନ ପାଇଁ ଲକଡାଉନ୍ କଟକଣା କୋହଳ କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା-ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଏବଂ ଖୋର୍ଦ୍ଧା । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସକାଳ ୭ଟାରୁ ୧ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ସମ୍ଭାବ୍ୟ ବାତ୍ୟା ପାଇଁ କଟକଣା କୋହଳ ହୋଇଥିବା ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Previous Post

ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍

Next Post

ପ୍ରଶାସନକୁ ସହଯୋଗ କରନ୍ତୁ, ଡବଲ୍ ମାସ୍କ ପିନ୍ଧନ୍ତୁ: ମୁଖ୍ୟମନ୍ତ୍ରୀ

Next Post
ପ୍ରଶାସନକୁ ସହଯୋଗ କରନ୍ତୁ, ଡବଲ୍ ମାସ୍କ ପିନ୍ଧନ୍ତୁ: ମୁଖ୍ୟମନ୍ତ୍ରୀ

ପ୍ରଶାସନକୁ ସହଯୋଗ କରନ୍ତୁ, ଡବଲ୍ ମାସ୍କ ପିନ୍ଧନ୍ତୁ: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA