ଭୁବନେଶ୍ୱର: ସର୍ବନିମ୍ନ ମଜୁରୀ ପରିମାଣକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ସବୁବର୍ଗର ଶ୍ରମିକଙ୍କ ମଜୁରୀରେ ଦୈନିକ ୭ ଟଙ୍କା ବୃଦ୍ଧି ହୋଇଛି ଓ ଏହା ପିଛିଲା ଭାବେ ଚଳିତ ମାସ ପହିଲାରୁ କାର୍ଯ୍ୟକାରୀ ହେବ। ରାଜ୍ୟ ସର୍ବନିମ୍ନ ମଜୁରୀ ପରାମର୍ଶଦାତା ବୋର୍ଡର ପରାମର୍ଶ ଓ ହାରାହାରି ଖାଉଟି ଦର ଇଣ୍ଡେକ୍ସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି ନିମନ୍ତେ ନିଷ୍ପତ୍ତି ନେଇଛନ୍ତି।
ଏହି ବର୍ଦ୍ଧିତ ମଜୁରୀର ଲାଭ ୮୯ଟି ବର୍ଗର ଶ୍ରମିକଙ୍କୁ ମିଳିବ। ଅଣକୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ମଜୁରୀ ପରିମାଣ ୩୨୬ ଟଙ୍କାରୁ ୩୩୩ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଅର୍ଦ୍ଧ କୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ମଜୁରୀ ୩୬୬ରୁ ୩୭୩ ଟଙ୍କା, କୁଶଳୀ ଶ୍ରମିକଙ୍କ ୪୧୬ରୁ୪୨୩ ଟଙ୍କା ଓ ଉଚ୍ଚକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୪୭୬ ଟଙ୍କାରୁ ୪୮୩ ଟଙ୍କାକୁ ବୃଦ୍ଧି ପାଇଛି।