Monday, May 25, 2026 06:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମାସେ ନ ପୂରୁଣୁ ବଦଳିଲେ I & PR ନିର୍ଦ୍ଦେଶକ

by Our Correspondent
23 May, 2025- 10:36 PM
in Latest News, News
1 min read
0
ମାସେ ନ ପୂରୁଣୁ ବଦଳିଲେ I & PR ନିର୍ଦ୍ଦେଶକ

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଭାବେ ଗତ ମାସରେ ନିଯୁକ୍ତି ପାଇଥିଲେ ଦେବପ୍ରସାଦ ଦାଶ । ଏହି ପଦବୀରେ ଆସନ୍ତାକାଲି ତାଙ୍କର ମାସେ ପୂରିଥାନ୍ତା । ମାତ୍ର ଆଜି ସଂଧ୍ୟାରେ ରାଜ୍ୟ ସରକାର ତାଙ୍କୁ ଅଚାନକ ହଟାଇ ତାଙ୍କର ମୂଳ ପଦବୀ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗରେ ସୀମିତ ରଖିଛନ୍ତି ।

ଗତ ଏପ୍ରିଲ୍ ୨୨ ତାରିଖରେ ରାଜ୍ୟ ସରକାର ଏକ ନିର୍ଦ୍ଦେଶନାମାରେ ଶ୍ରୀ ଦାଶଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦେଇ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗରେ ମୂଳ ନିଯୁକ୍ତି ସହ ଏହା ଥିଲା ତାଙ୍କର ଅତିରିକ୍ତ ଦାୟିତ୍ୱ । ଫେବ୍ରୁଆରୀ ୨୮ ରେ ସରୋଜ ସାମଲଙ୍କ ଅବସର ପରଠାରୁ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ପଦବୀ ଖାଲି ଥିଲା । ଦେବପ୍ରସାଦ ଦାଶ ଦାୟିତ୍ୱ ନେବା ପରେ ବିଭାଗ ଚଳଚଞ୍ଚଳ ହୋଇଥିଲା ।

ବିଜେଡି ସରକାରରେ ଶ୍ରୀ ଦାଶ ଦୀର୍ଘ ୬ ବର୍ଷ ଧରି ଚାକିରିରୁ ନିଲମ୍ବିତ ଥିଲେ । ବିଜେପି ସରକାର ଆସିବା ପରେ ତାଙ୍କ ଉପରୁ ନିଲମ୍ବନ ଉଠାଇ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗରେ ନିଯୁକ୍ତି ଦେଇଥିଲେ । ମାସେ ତଳେ ସୂଚନା ଓ ଲୋକସମ୍ପର୍କ ବିଭାଗରେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଥିଲା । ଜଣେ ଦକ୍ଷ ଅଫିସର ଭାବେ ଜଣାଶୁଣା ଶ୍ରୀ ଦାଶଙ୍କ କାର୍ଯ୍ୟକାଳ ସେଠାରେ ମାସେ ନ ପୂରୁଣୁ ରାଜ୍ୟ ସରକାର ତାଙ୍କୁ ଅଚାନକ ହଟାଇବା ପଛର କାରଣକୁ ନେଇ ଜୋରଦାର ଚର୍ଚ୍ଚା । ଆଗକୁ ରଥଯାତ୍ରା ଏବଂ ମୋହନ ମାଝୀ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବ ଆୟୋଜନ ଭଳି ସୂଚନା ଓ ଲୋକସମ୍ପର୍କ ବିଭାଗ ହାତରେ ଗୁରୁ ଦାୟିତ୍ୱ ଥିବା ବେଳେ ଅଚାନକ ନିର୍ଦ୍ଦେଶକଙ୍କୁ ହଟାଇବା ଅନେକଙ୍କୁ ସହଜ ମନେ ହେଉନାହିଁ ।

ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବ କାମର ଟେଣ୍ଡରକୁ ନେଇ କିଛି ଗଡ଼ବଡ଼ ହୋଇଥିବା ଶୁଣିବାକୁ ମିଳୁଛି । ଯେଉଁଥିପାଇଁ ଶ୍ରୀ ଦାଶ ବଳି ପଡ଼ିଛନ୍ତି । ତେବେ ଏ ନେଇ ସଠିକ ସୂଚନା ମିଳିପାରିନାହିଁ ।

ସୂଚନା ଓ ଲୋକସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ଅନୁଜ କୁମାର ଦାସ ପଟ୍ଟନାୟକ । ପିଏମ୍ ପୋଷଣ ଏବଂ ଏମଏମ ପୋଷଣର ରାଜ୍ୟ ନୋଡାଲ୍ ଅଫିସର ଭାବେ ସେ କାର୍ଯ୍ୟ କରୁଥିଲେ । ଏହି ଜାଗାକୁ ବଦଳି ହୋଇଛନ୍ତି ସୁରେନ୍ଦ୍ର କୁମାର ପଣ୍ଡା । ସେ ବର୍ତ୍ତମାନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀର ପୂର୍ବତନ ତହସିଲଦାର ଶ୍ରୀମତୀ ମିତାଲି ପାତ୍ରଙ୍କୁ ବାରିପଦା ସିଡିଏମ ଆଣ୍ଡ ପିଏଚଓର ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ମିଳିଛି । ରାୟଗଡ଼ା ଆଇଟିଡିଏ ପିଏ ଭାବେ ଅଜୟ କୁମାର ପ୍ରଧାନଙ୍କ ବଦଳି ବାତିଲ ହୋଇଛି । ସେ ପୂର୍ବଭଳି ଗୁଣୁପୁର ଆଇଟିଡିଏ ପିଏ ଭାବେ କାର୍ଯ୍ୟ କରିବେ ।

Previous Post

ପୁରୀ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ପୀଠର ସଂରକ୍ଷଣ ଓ ସୁରକ୍ଷା ନେଇ ବୈଠକ

Next Post

Vision for Viksit Odisha for Viksit Bharat 2047

Next Post
Vision for Viksit Odisha for Viksit Bharat 2047

Vision for Viksit Odisha for Viksit Bharat 2047

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA