Thursday, May 21, 2026 09:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁରୀ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ପୀଠର ସଂରକ୍ଷଣ ଓ ସୁରକ୍ଷା ନେଇ ବୈଠକ

by Our Correspondent
23 May, 2025- 06:47 PM
in Latest News, News
1 min read
0
ପୁରୀ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ପୀଠର ସଂରକ୍ଷଣ ଓ ସୁରକ୍ଷା ନେଇ ବୈଠକ

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପୁରୀ ବାଲିସାହି ସ୍ଥିତ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠର ସଂରକ୍ଷଣ ଓ ବିକାଶ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୁରୀ ଗୋବର୍ଦ୍ଧନ ପୀଠର ସୁରକ୍ଷା ଓ ସଂରକ୍ଷଣ, ସମସ୍ତ ପୂର୍ବାଚାର୍ଯ୍ୟ ମାନଙ୍କ ସମାଧୀ ସ୍ଥଳର ସୁରକ୍ଷା, ପୂଜ୍ୟ ଜଗଦଗୁରୁଙ୍କ ସୁରକ୍ଷା ବ୍ୟବସ୍ଥା, ମଠ ପରିସରରେ ଥିବା ଗୋବର୍ଦ୍ଧନ ଗୋଶାଳାର ବିକାଶ, ମହୋଦଧି ସନ୍ଧ୍ୟା ଆରତୀ ସ୍ଥଳର ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା।

ସନାତନ ଧର୍ମର ସୁରକ୍ଷା ତଥା ଅଦୈତ ବେଦାନ୍ତର ପ୍ରଚାର ନିମନ୍ତେ କାର୍ଯ୍ୟ କରୁଥିବା ଗୋବର୍ଦ୍ଧନ ପୀଠର ଉନ୍ନତି ପାଇଁ ଶଙ୍କରାଚାର୍ଯ୍ୟ ପୀଠ ଟ୍ରଷ୍ଟ ବୋର୍ଡର ସଦସ୍ୟ ମାନଙ୍କୁ ଆବଶ୍ୟକୀୟ କାର୍ଯ୍ୟ ସମ୍ବନ୍ଧରେ ସରକାରଙ୍କୁ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ପୀଠର ଉନ୍ନତି ପାଇଁ ସବୁ ବିଭାଗ ତଥା ଜିଲ୍ଲା ପ୍ରଶାସନର ସମନ୍ୱୟରେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପୂଜ୍ୟ ଜଗଦଗୁରୁଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ମଠର ପାରିପାର୍ଶ୍ୱିକ ବିକାଶ ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏଥିସହିତ ମହୋଦଧି ସନ୍ଧ୍ୟା ଆଳତୀ ସ୍ଥଳକୁ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ କହିଥିଲେ। ପୁରୀ ଗୋବର୍ଦ୍ଧନ ପୀଠର ବିକାଶ ପାଇଁ ଯାହା ଯାହା ଆବଶ୍ୟକତା ରହିଛି ସମସ୍ତ କାର୍ଯ୍ୟକୁ ଗୁରୁତ୍ୱର ସହ ନେଇ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବୈଠକରେ ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ ଡଃ ସମ୍ବିତ ପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ଶ୍ରୀମନ୍ଦିର ପ୍ରଶାସକ ତଥା ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢୀ, ପ୍ରମୁଖ ଶାସନ ସଚିବ ଆଇନ ବିଭାଗ ମାନସ ରଞ୍ଜନ ବାରିକ, ପ୍ରମୁଖ ଶାସନ ସଚିବ ପୂର୍ତ୍ତ ବିଭାଗ ସଞ୍ଜୟ ସିଂହ, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ଜିଲ୍ଲାପାଳ ପୁରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ ଭୀନିତ୍ ଅଗ୍ରୱାଲ, ଗୋବର୍ଦ୍ଧନ ପୀଠର ପ୍ରତିନିଧି ପଣ୍ଡିତ ମାତୃପ୍ରସାଦ ମିଶ୍ର, ବ୍ରହ୍ମଚାରୀ ସୁୟସ ପ୍ରଶାନ୍ତ, ରଘୁନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ଏସ୍‌ଏସ୍‌ଇପିଡ଼ି ବିଭାଗ ପକ୍ଷରୁ ନଭିନାଉତ୍‌ ବଣ୍ଟନ ଶିବିର

Next Post

ମାସେ ନ ପୂରୁଣୁ ବଦଳିଲେ I & PR ନିର୍ଦ୍ଦେଶକ

Next Post
ମାସେ ନ ପୂରୁଣୁ ବଦଳିଲେ I & PR ନିର୍ଦ୍ଦେଶକ

ମାସେ ନ ପୂରୁଣୁ ବଦଳିଲେ I & PR ନିର୍ଦ୍ଦେଶକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA