ଭୁବନେଶ୍ୱର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଆଜି ପୋଖରୀପୁଟସ୍ଥିତ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷଠାରେ ଆଲିଆନ୍ ଇନୋଭେସନ୍ ଲିମିଟେଡ୍, ହାଇଦ୍ରାବାଦର ସହଯୋଗରେ ନଭିନାଉତ୍ (NAVINAUT) ବଣ୍ଟନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ବିଭାଗର ନିର୍ଦ୍ଦେଶକ ଶ୍ରୀମତୀ ନିୟତି ପଟ୍ଟନାୟକଙ୍କ ଦ୍ୱାରା ୬୦ ଜଣ ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ନଭିନାଉତ୍ ଉପକରଣ ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ଆଲିଆନ୍ ଇନୋଭେସନ୍ ଲିମିଟେଡ୍ରର ପ୍ରତିଷ୍ଠାତା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରବି କିରଣ, ଅତିରିକ୍ତ ଶାସନ ସଚିବ ଶ୍ରୀ ଭାସ୍କାର ରାଇତୁ, ଉପଶାସନ ସଚିବ ଶ୍ରୀ ସନ୍ନ୍ୟାସୀ କୁମାର ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଖୋର୍ଦ୍ଧା ଶ୍ରୀ ଦିଲ୍ଲୀପ ହିଆଲଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କୁ ଉପକରଣଟିର ବ୍ୟବହାର ନେଇ ପ୍ରଶିକ୍ଷଣ ଦିଆଯାଇଥିଲା ।







