Wednesday, April 22, 2026 02:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ହରିଦାସପୁର-ପାରାଦ୍ୱୀପ ଲାଇନ୍ ରେ ଯାତ୍ରୀବାହୀ ରେଳଗାଡ଼ି କେବେ?

by Our Correspondent
19 Dec, 2022- 08:05 PM
in Latest News, News
1 min read
0
ହରିଦାସପୁର-ପାରାଦ୍ୱୀପ ଲାଇନ୍ ରେ ଯାତ୍ରୀବାହୀ ରେଳଗାଡ଼ି କେବେ?
ଭୁବନେଶ୍ୱର: ହରିଦାସପୁର-ପାରାଦ୍ୱୀପ ରେଳପଥରେ ମାଲବାହୀ ଟ୍ରେନ୍ ଚଳାଚଳକୁ ଦୁଇବର୍ଷ ହେଲାଣି । ମାତ୍ର ଏ ପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ୍ ଚାଲିପାରିଲା ନାହିଁ । ସମସ୍ତ ଔପଚାରିକତା ସମାପ୍ତ ହୋଇଥିବା ବେଳେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କାହିଁକି ଆରମ୍ଭ ହେଉନାହିଁ ବୋଲି ପ୍ରଶ୍ନ କରିଛି ବିଜେଡି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଜେଡି ବିଧାୟକମାନେ ମିଳିତ ଭାବେ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ସମାଲୋଚନା କରିଛନ୍ତି ।
ମହାକାଳପଡ଼ା ବିଧାୟକ ତଥା ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ହରିଦାସପୁର-ପାରାଦ୍ୱୀପ ୮୨ କିଲୋମିଟର ଦୀର୍ଘ ରେଳପଥରେ ଗତ ୨୩.୦୯.୨୦୨୦ ରୁ ମାଲବାହୀ ଟ୍ରେନ୍ ଚଳାଚଳ କରୁଛି । ଏହି ଲାଇନ୍ ରେ ନିୟମିତ ପ୍ରାୟ ୨୦ ରେକ୍ ମାଲବାହୀ ଟ୍ରେନ୍ ଚଳାଚଳ କରିବା ସହିତ ଭାରତ ସରକାରଙ୍କୁ କୋଟି କୋଟି ଟଙ୍କା ରାଜସ୍ୱ ପ୍ରଦାନ କରୁଛି । ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ପରୀକ୍ଷାମୂଳକ ଚଳାଚଳ ସମାପ୍ତ ହୋଇଛି । ପୂର୍ବତଟ ରେଳବାଇ ପକ୍ଷରୁ ଏହି ଲାଇନ୍ ରେ ଯାତ୍ରୀବାହୀ ରେଳ ଚଳାଚଳକୁ ଏନଓସି ପ୍ରଦାନ କରାଯାଇଛି । କୋଲକତାସ୍ଥିତ ପୂର୍ବାଞ୍ଚଳ ରେଳ ସୁରକ୍ଷା କମିସନର ମଧ୍ୟ ଯାତ୍ରୀବାହୀ ଟ୍ରେନ୍ ଚଳାଚଳକୁ ସବୁଜ ସଙ୍କେତ ଦେଇଛନ୍ତି । ସମସ୍ତ ଔପଚାରିକତା ସରିଥିଲେ ମଧ୍ୟ ଏହି ଲାଇନ୍ ରେ ଯାତ୍ରୀବାହୀ ଟ୍ରେନ୍ କାହିଁକି ଚଳାଚଳ ଆରମ୍ଭ ହେଉନାହିଁ ତାହା ଆମେ ବୁଝିପାରୁନାହୁଁ ।
ଶ୍ରୀ ନାୟକ ପୁଣି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରେଳଲାଇନ୍ ର ନିର୍ମାଣ କାର୍ଯ୍ୟର ନିୟମିତ ସମୀକ୍ଷା କରିବା ସହିତ ଏ ନେଇ ରେଳବାଇ କର୍ତ୍ତୃପକ୍ଷଙ୍କ ସହିତ ବାରମ୍ବାର ଆଲୋଚନା କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରି ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଲିଖିତ ଭାବେ ମଧ୍ୟ ଅନୁରୋଧ କରିଥିଲେ । ଏହି ରେଳଲାଇନ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ବିନା ମୂଲ୍ୟରେ ଜମି ଓ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କର ବାରମ୍ବାର ଅନୁରୋଧ ସତ୍ତ୍ୱେ ଯାତ୍ରୀବାହୀ ଟ୍ରେନ୍ ଚଳାଇବାରେ ଟାଳଟୁଳ ନୀତି ଅତ୍ୟନ୍ତ ପରିତାପର ବିଷୟ । ଏହି ରେଳଲାଇନ୍ ରେ ତୁରନ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଇବା ଆମର ଦାବି ବୋଲି ସେ କହିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ ଏବଂ ପାଟକୁରା ବିଧାୟକ ସାବିତ୍ରୀ ଅଗ୍ରୱାଲ୍ ଉପସ୍ଥିତ ଥିଲେ ।

 

Previous Post

କେନ୍ଦ୍ରକୁ ବକେୟା ଅର୍ଥ ମାଗିଲେ ବିଜେଡି ସାଂସଦ

Next Post

ହକି ବିଶ୍ୱକପ୍ ପାଇଁ ରାଉରକେଲା ପ୍ରସ୍ତୁତ

Next Post
ହକି ବିଶ୍ୱକପ୍ ପାଇଁ ରାଉରକେଲା ପ୍ରସ୍ତୁତ

ହକି ବିଶ୍ୱକପ୍ ପାଇଁ ରାଉରକେଲା ପ୍ରସ୍ତୁତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA