Thursday, June 25, 2026 10:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାଇ-ଲ’ ପ୍ରତ୍ୟାହାର ପାଇଁ ୨୪ ଘଣ୍ଟା ମହଲତ୍

ଗଣ ଆନ୍ଦୋଳନର ଚେତାବନୀ ଦେଲେ ଚାରି ନିଯୋଗ

by Our Correspondent
11 Feb, 2021- 02:49 PM
in Latest News, News
1 min read
0
ବାଇ-ଲ’ ପ୍ରତ୍ୟାହାର ପାଇଁ ୨୪ ଘଣ୍ଟା ମହଲତ୍

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ(ନ୍ୟାସନାଲ୍ ମନୁମେଣ୍ଟ ଅଥରିଟି) ଜାରି କରିଥିବା ବାଇ-ଲ’ ପ୍ରତ୍ୟାହାର ଦାବି ଜୋର୍ ହୋଇଛି । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଖୋାର୍ଦ୍ଧା ଜିଲ୍ଲାପାଳ ଆଜି ଏନଏମଏ ସଦସ୍ୟଙ୍କୁ ଏ ନେଇ ଚିଠି ଲେଖିଥିଲା ବେଳେ ଲିଙ୍ଗରାଜ ମନ୍ଦିରର ଚାରି ନିଯୋଗ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ୨୪ ଘଣ୍ଟାର ମହଲତ୍ ଦିଆଯାଇଛି । ୨୪ ଘଣ୍ଟା ମଧ୍ୟରେ ବାଇ-ଲ’ ପ୍ରତ୍ୟାହାର କରା ନ ଗଲେ ବିରାଟ ଗଣ ଆନ୍ଦୋଳନ ହେବ ଏବଂ ମନ୍ଦିର ଆଗରେ ଦୀପ ଜାଳି ପ୍ରତିବାଦ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ସାମର୍ଥ ନିଯୋଗ, ବଡୁ ନିଯୋଗ, ପୂଜାପଣ୍ଡା ନିଯୋଗ ଏବଂ ବ୍ରାହ୍ମଣ ନିଯୋଗ ପକ୍ଷରୁ ଲିଙ୍ଗରାଜ ମନ୍ଦିର ସାମନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନଏମଏର ପ୍ରସ୍ତାବିତ ବାଇ-ଲ’ କୁ ଘୋର ବିରୋଧ କରାଯାଇଥିଲା । ଶ୍ରୀମନ୍ଦିର ପାଇଁ ବାଇ-ଲ’ ଯେଭଳି ପ୍ରଯୁଜ୍ୟ ନୁହେଁ, ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ମଧ୍ୟ ସେମିତି ପ୍ରଯୁଜ୍ୟ ନୁହେଁ । ଠାକୁରଙ୍କୁ ଭାଗ ଭାଗ କରିବାକୁ ହୀନ ଉଦ୍ୟମ କରାଯାଇଛି ବୋଲି ନିଯୋଗ କର୍ମକର୍ତ୍ତାମାନେ ଅଭିଯୋଗ କରି ବେଆଇନ ନିର୍ମାଣ ବେଳେ ୫୦ ବର୍ଷ ଧରି ଏଏସଆଇ କ’ଣ କରୁଥିଲା ବୋଲି ପ୍ରଶ୍ନ କରିଥିଲେ ।

ସେମାନଙ୍କ କହିବା କଥା, ଏକାମ୍ର କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପରେ ସେବାୟତ ଓ ସ୍ଥାନୀୟ ଅଞ୍ଚଳବାସୀ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଏଥିପାଇଁ ୨୦୦ ସେବାୟତ ପରିବାର ସେମାନଙ୍କ ଜମି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ସୁତରାଂ, ଏନଏମଏର ବାଇ-ଲ’ ନିଷ୍ପତ୍ତି ଏକ ତରଫା ଏବଂ ଏକାମ୍ର ଐତିହ୍ୟ ବିକାଶ କାର୍ଯ୍ୟରେ ଏହା ବାଧା ସୃଷ୍ଟି କରିବ । ସମଗ୍ର ମାମଲାରେ ସେବାୟତ ନିଯୋଗ ରାଜନୀତିର ଗନ୍ଧ ବାରିବା ସହ ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିରବତାକୁ ପ୍ରଶ୍ନ କରିଥିଲେ ।

ସୂଚନାଥାଉକି, ବାଇ- ଲ’ ପ୍ରତ୍ୟାହାର ଦାବିରେ ଗତକାଲି ଏକାମ୍ର ଜନ ଜାଗରଣ ମଞ୍ଚ, ଲିଙ୍ଗରାଜ ସେନା ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏନଏମଏର ଏହି ନିଷ୍ପତ୍ତିକୁ ସେମାନେ କଟୁ ସମାଲୋଚନା କରିଥିଲା ବେଳେ ସ୍ଥାନୀୟ ସାଂସଦଙ୍କ ନିରୁଦ୍ଦିଷ୍ଟତାକୁ ପ୍ରଶ୍ନ କରିଥିଲେ । ସ୍ଥାନୀୟ ଲୋକ ପ୍ରତିନିଧି ହୋଇ ସାଂସଦ ଏ ପର୍ଯ୍ୟନ୍ତ ପାଟି ଖୋଲୁ ନ ଥିବାରୁ ଅଧିକାଂଶ ଅସନ୍ତୋଷ ପ୍ରକାଶ କରିଥିଲେ ।

ସେପଟେ ଏନଏମଏର ସଦସ୍ୟ ସଚିବଙ୍କୁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଖୋର୍ଦ୍ଧା ଜିଲ୍ଲାପାଳ ଲେଖିଥିବା ଚିଠିରେ ବାଇ-ଲ’ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଏକାମ୍ର କ୍ଷେତ୍ର ସହ ଲୋକଙ୍କ ଧର୍ମ ଓ ଭାବାବେଗ ଜଡ଼ିତ । ବାଇ-ଲ’ ଲାଗୁ ହେଲେ ଏହା ସେମାନଙ୍କ ପାଇଁ କୁଠାରଘାତ ହେବ । ଏହାଦ୍ୱାରା ଏକାମ୍ର କ୍ଷେତ୍ରର ବିକାଶ ବାଧାପ୍ରାପ୍ତ ହେବା ସହ ମନ୍ଦିର ଚାରିପଟେ ବସବାସ କରୁଥିବା ସେବାୟତ ପରିବାର ବିଶେଷ କ୍ଷତିଗ୍ରସ୍ତ ହେବେ । ଆବଶ୍ୟକତା ଥିଲେ ଆଲୋଚନା ଜରିଆରେ କାମ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

ପୂର୍ବରୁ ଦେବୋତ୍ତର କମିଶନର ମଧ୍ୟ ଏନଏମଆଇ ସଦସ୍ୟ ସଚିବଙ୍କୁ ଚିଠି ଲେଖି ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଉଦ୍ଦିଷ୍ଟ ବାଇ-ଲ’ ତୁରନ୍ତ ପ୍ରତ୍ୟାହାର କରିନେବାକୁ ଦାବି କରିଥିଲେ ।

Previous Post

ପେପରଲେସ୍ ହେଲା ଆରଟିଓ

Next Post

ପୁଲିସ ଖୋଲିଲା ମୁଣ୍ଡକାଟ ରହସ୍ୟ

Next Post
ପୁଲିସ ଖୋଲିଲା ମୁଣ୍ଡକାଟ ରହସ୍ୟ

ପୁଲିସ ଖୋଲିଲା ମୁଣ୍ଡକାଟ ରହସ୍ୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA