Thursday, June 25, 2026 08:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁଲିସ ଖୋଲିଲା ମୁଣ୍ଡକାଟ ରହସ୍ୟ

୨ କିମି ଦୂରରୁ ମିଳିଲା ମୁଣ୍ଡ, ୨ ଅଭିଯୁକ୍ତ ଗିରଫ

by Our Correspondent
11 Feb, 2021- 04:19 PM
in Crime, Latest News, News
1 min read
0
ପୁଲିସ ଖୋଲିଲା ମୁଣ୍ଡକାଟ ରହସ୍ୟ

ଭୁୁବନେଶ୍ୱର: ରାଜଧାନୀ ଉପକଣ୍ଠ ଅନ୍ଧାରୁଆ-ଦାସପୁର ରାସ୍ତାକଡରୁ ଗତ ୪ ତାରିଖରେ ଉଦ୍ଧାର ହୋଇଥିବା ମୁଣ୍ଡବିହୀନ ମହିଳାଙ୍କ ପରିଚୟ ଏବଂ କଟାମୁଣ୍ଡ ମିଳିଛି । ଗଣ୍ଡିଠାରୁ ପ୍ରାୟ ୨ କିଲୋମିଟର ଦୂର ଭରତପୁର ଜଙ୍ଗଲରେ ମହିଳାଙ୍କ ମୁଣ୍ଡ ପଡ଼ିଥିଲା । ଦୁଇ ଅଭିଯୁକ୍ତ ଧରାପଡ଼ିବା ପରେ କଟାମୁଣ୍ଡ ଜାଗାକୁ ବାଟ କଢ଼ାଇ ନେଇଥିଲେ । ଦୀର୍ଘ ୮ ଦିନ ଧରି ଅଚିହ୍ନା ମୃତ ମହିଳାଙ୍କ ପରିଚୟ ଖୋଜୁଥିବା କମିଶନରେଟ୍ ପୁଲିସକୁ ଆଜି ଏହି ବଡ଼ ସଫଳତା ମିଳିଛି । ଏକ ସାମ୍ବାଦିକ ସମ୍ମିଳନୀରେ ରହସ୍ୟଜନକ ହତ୍ୟାକାଣ୍ଡର ଖୁଲାସା କରିଛନ୍ତି ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ । ବିବାହ ବିବାଦରୁ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସେ ସ୍ପଷ୍ଟ କରିଛନ୍ତି ।

ମୃତ ମହିଳାଙ୍କ ନାଁ ପୁଷ୍ପଲତା ରାଉଳ ଏବଂ ବୟସ ୨୮ ବର୍ଷ । ମଞ୍ଚେଶ୍ୱର ଥାନା ଧିରିକୁଟି ବସ୍ତିରେ ତାଙ୍କ ଘର । ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଭରତପୁରର ତାରେଣୀନଗର ବସ୍ତିରେ ଘର କରି ସେଠାରେ ଏକା ରହୁଥିଲେ । ଇତିମଧ୍ୟରେ ସଞ୍ଜୟ ଦାସ ନାମକ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ସଞ୍ଜୟ ପାତ୍ରପଡ଼ାର ଫୁଲେଶ୍ୱରୀ ବସ୍ତିରେ ରହନ୍ତି । ପୁଷ୍ପଲତାଙ୍କ ଘରେ ସଞ୍ଜୟ ଆଗରୁ ଭଡ଼ା ରହୁଥିବାରୁ ଗତ ୬ ବର୍ଷ ହେଲା ସେମାନଙ୍କର ପରିଚୟ ଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ସଞ୍ଜୟଙ୍କ ସହ ତାଙ୍କର ସମ୍ପର୍କ ନିବିଡ଼ ହୋଇଥିଲା ଏବଂ ଫୁଲେଶ୍ୱରୀ ବସ୍ତିରେ ତାଙ୍କ ପାଖକୁ ଯାଆସ କରୁଥିଲେ ।

ଇତିମଧ୍ୟରେ ପ୍ରୀତିରଞ୍ଜନ ପତି ନାମକ ଜଣେ ବ୍ୟକ୍ତିଙ୍କୁ ପୁଷ୍ପଲତା ଗତ ଡିସେମ୍ବର ୨୪ ତାରିଖରେ ଆମଫୋଇରେ ବାହା ହୋଇଥିଲେ ଏବଂ ତାଙ୍କର ଚକେଇସିଆଣୀ ଘରେ ରହୁଥିଲେ । ତେବେ ବିବାହର କିଛି ଦିନ ପରେ ସେ ସ୍ୱାମୀ ପ୍ରୀତିରଞ୍ଜନଙ୍କୁ ଛାଡ଼ି ଫୁଲେଶ୍ୱରୀ ବସ୍ତି ଚାଲି ଆସିଲେ ଏବଂ ମାସେ ହେଲା ସଞ୍ଜୟଙ୍କ ସହ ରହିବାକୁ ଆରମ୍ଭ କରିଥିଲେ ।

ତେବେ ବିବାହକୁ ନେଇ ପୁଷ୍ପଲତା ଓ ସଞ୍ଜୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ଗତ ଉଭୟଙ୍କ ବିବାଦ ଉଗ୍ର ହୋଇଥିଲା ଏବଂ ୩ ତାରିଖ ସଂଧ୍ୟା ୫ଟାରେ ପୁଷ୍ପଲତାଙ୍କୁ ସଞ୍ଜୟ ତଣ୍ଟିଚିପି ହତ୍ୟା କଲା । ଆଉ ଶବକୁ ଗାଏବ କରିବା ପାଇଁ ସଞ୍ଜୟ ତା ସାଙ୍ଗ ଚନ୍ଦୁ ଓରଫ୍ ଶ୍ରୀକାନ୍ତ ଦାସର ସାହାଯ୍ୟ ନେଲା । ଶବ ଗାଏବ କରି ପ୍ରମାଣ ନଷ୍ଟ କରିବାକୁ ସେଇଠାରେ ହିଁ ଯୋଜନା ହେଲା ।

ଯୋଜନା କାର୍ଯ୍ୟକାରୀ କରିବାକୁ ଉଭୟ ଆଇଗିଣିଆ ବଜାରକୁ ଗଲେ । ଦୁଇ ହଳ ସର୍ଜିକାଲ୍ ଗ୍ଲୋବସ୍ ଏବଂ ଗୋଟେ ଛୁରୀ କିଣିଲେ । ବସ୍ତିରେ ସେଦିନ ଲୋକ ଶୋଇଲା ପରେ ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡ଼ିରେ ଶବକୁ ସ୍ଥାନାନ୍ତର କରି ଅନ୍ଧାରୁଆ ରାସ୍ତାରେ ଫିଙ୍ଗିଦେଲେ । ସେଠି ମୁଣ୍ଡକୁ କାଟି ଖଣ୍ଡଗିରି ଚନ୍ଦକା ରାସ୍ତାରେ ହାତୀ ଟ୍ରେଞ୍ଚରେ ଫିଙ୍ଗି ଚାଲିଗଲେ ।

ଏହି ଜଘନ୍ୟ କାଣ୍ଡ ଭିଆଇବା ପରେ ଉଭୟ ଦଶପଲ୍ଲାର ଜଣେ ସାଙ୍ଗ ଘରକୁ ପଳାଇଲେ । ସେଠି ରହି କାମ ଖୋଜିବାର ବାହାନା କରୁଥିଲା ବେଳେ ୯ ତାରିଖ ରାତିରେ ପୁଲିସ ପଂଝାରେ ପଡିଥିଲେ । ଆଜି ପୁଲିସ ଦୁଇ ଅଭିଯୁକ୍ତଙ୍କ ସହାୟତାରେ କଟାମୁଣ୍ଡ ଜବତ କରିବା ପରେ ଭୁବନେଶ୍ୱର ଫୋରେନସିକ୍ ଲାବୋରେଟୋରିକୁ ପରୀକ୍ଷା ପାଇଁ ପଠାଇଛି । ମୁଣ୍ଡ, ଗଣ୍ଡିର ଡିଏନଏ ପ୍ରୋଫାଇଲିଂ କରାଯିବ ।

Previous Post

ବାଇ-ଲ’ ପ୍ରତ୍ୟାହାର ପାଇଁ ୨୪ ଘଣ୍ଟା ମହଲତ୍

Next Post

ଦେଶଦ୍ରୋହୀ ଈଶ୍ୱରକୁ ଆଜୀବନ ଜେଲ୍

Next Post
ଦେଶଦ୍ରୋହୀ ଈଶ୍ୱରକୁ ଆଜୀବନ ଜେଲ୍

ଦେଶଦ୍ରୋହୀ ଈଶ୍ୱରକୁ ଆଜୀବନ ଜେଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA