Sunday, June 21, 2026 08:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପି-ବିଜେଡି ପାଇଁ ଧାମନଗର ଚାଲେଂଜ

ନଭେମ୍ବର ୩ ରେ ଉପନିର୍ବାଚନ

by Our Correspondent
03 Oct, 2022- 08:42 PM
in Latest News, News, Politics
1 min read
0
ବିଜେପି-ବିଜେଡି ପାଇଁ ଧାମନଗର ଚାଲେଂଜ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି । ନଭେମ୍ବର ୩ ତାରିଖରେ ଉପନିର୍ବାଚନ ହେବ ଏବଂ ୬ ତାରିଖରେ ରେଜଲ୍ଟ ବାହାରିବ । ଏଥିପାଇଁ ଆସନ୍ତା ୭ ତାରିଖରେ ବିଜ୍ଞପ୍ତି ଜାରି ହେବ । ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୧୪ ଥିବା ବେଳେ ପ୍ରତ୍ୟାହାର ତାରିଖ ୧୭ ତାରିଖ ରହିଛି ।

ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ଯୋଗୁଁ ଏହି ଉପନିର୍ବାଚନ ହେଉଛି । ସେ ଥିଲେ ବିଜେପି ଦଳର ବିଧାୟକ । ବିଧାନସଭାକୁ ଦ୍ୱିତୀୟ ଥର ନିର୍ବାଚିତ ବିଷ୍ଣୁ ଟାଣୁଆ ନେତା ଥିଲେ । ବିଧାନସଭାରେ ବିରୋଧୀ ଦଳର ଉପନେତା ପଦ ମଣ୍ଡନ କରିଥିଲେ । ସୁତରାଂ ତାଙ୍କ ବିୟୋଗରେ ଅନୁଷ୍ଠିତ ଉପନିର୍ବାଚନ ବିଜେପି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ଆସନଟି ଦଳ ସପକ୍ଷରେ ବଜାୟ ରଖିବା ବିଜେପି ପାଇଁ ସମ୍ମାନର ପ୍ରଶ୍ନ ।

୨୦୧୯ ନିର୍ବାଚନରେ ବିଷ୍ଣୁ ସେଠୀ ବିଜେଡିର ରାଜେନ୍ଦ୍ର କୁମାର ଦାସଙ୍କୁ ୪, ୬୨୫ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ବିଜେଡିରେ ଗୋଷ୍ଠୀ କନ୍ଦଳ ବିଜେପି ପ୍ରାର୍ଥୀଙ୍କୁ ସୁହାଇଥିଲା । ଏଥର ଉପନିର୍ବାଚନରେ ବିଜେପି ପାଇଁ ତିନି ତିନୋଟି ସୁଯୋଗ ରହିଛି । ପ୍ରଥମତଃ ସହାନୁଭୂତି ଭୋଟ, ଦ୍ୱିତୀୟରେ ବିଜେଡି ଗୋଷ୍ଠୀ କନ୍ଦଳ ଏବଂ ତୃତୀୟରେ, ନଗଦ ଓଡ଼ିଶା ଆସିଥିବା ନଡ୍ଡାଙ୍କ ଗୁରୁମନ୍ତ୍ର ।

ଉଲ୍ଲେଖଥାଉକି, ୨୦୨୪ ରେ ଓଡ଼ିଶାକୁ ବିଜେଡିମୁକ୍ତ କରିବାକୁ ନିକଟରେ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା । ବିଜେଡି ସରକାରକୁ ଫିଙ୍ଗି ଦେବାକୁ କର୍ମୀଙ୍କ କାନରେ ବଳ ଦେଇଛନ୍ତି । ଅଲବତ ଏହା କରିକି ଦେଖାଇବାକୁ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦମ୍ଭ ମାରିଛନ୍ତି । ୨୦୨୪ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଏହି ଉପନିର୍ବାଚନ ବିଜେପି ପାଇଁ ପ୍ରାକ୍ଟସି ମ୍ୟାଚ୍ ବୋଲି ସେ କହିସାରିଲେଣି । ସୁତରାଂ ବିଜେଡିମୁକ୍ତ ଓଡ଼ିଶା ଅଭିଯାନ ଏବଂ ବିଜେପିର ଅସଲ ଶକ୍ତି ଏହି ଧାମନଗର ଉପନିର୍ବାଚନରୁ ହିଁ ଜଣାପଡ଼ିଯିବ ।

ଏହି ପରିପ୍ରେକ୍ଷୀରେ ବିଜେପିର ପ୍ରାର୍ଥୀ କିଏ ହେବ ତାହା ସବୁଠାରୁ ଗୁରୁୂତ୍ୱପୂର୍ଣ୍ଣ । ଦିବଗଂତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅଙ୍କୁ ପ୍ରାର୍ଥୀ କରିବାକୁ ଦଳ ମନସ୍ଥ କରିସାରିଥିବା ଦଳ ପକ୍ଷରୁ ସଙ୍କେତ ମିଳୁଛି । କାରଣ ଦଳର ବିଜୟ ପାଇଁ ଏହା ଶ୍ରେଷ୍ଠ ବିକଳ୍ପ । ତାଙ୍କୁ ପ୍ରାର୍ଥୀ କରି ସହାନୁଭୂତି ଭୋଟ ପାଇବାକୁ ବିଜେପି ଆଶା ରଖିଥାଇପାରେ ।

ଏହା ସତ ଯେ ବିଜେପିରେ ବିଷ୍ଣୁ ସେଠୀଙ୍କ ବିକଳ୍ପ ନାହାନ୍ତି । କେବଳ ତାଙ୍କ ପୁଅକୁ ପ୍ରାର୍ଥୀ କରିଦେଲେ ଲୋକ ଭୋଟ ଦେଇଦେବେ ବୋଲି ଯଦି ବିଜେପି ଭାବୁଥାଏ ତେବେ ତାହା ଭୁଲ୍ । ବାଲେଶ୍ୱର ଉପନିର୍ବାଚନରୁ ବିଜେପି ଏହା ଶିକ୍ଷାଲାଭ କରିଥିବ । ମଦନ ମୋହନ ଦତ୍ତଙ୍କ ବିୟୋଗଜନିତ ସହାନୁଭୂତି ଭୋଟ ତାଙ୍କ ପୁଅକୁ ମିଳିଥିଲେ ସେ ନିର୍ବାଚନ ଜିତିଯାଇଥାନ୍ତେ । ମାତ୍ର ତାହା ସମ୍ଭବ ହେଲାନି ।

ସେପଟେ ବିଜେଡି ପାଇଁ ଉପନିର୍ବାଚନ ଜିତିବା ସେତେ ସହଜ ନୁହେଁ । ବିଜେଡିରେ ଗୋଷ୍ଠୀ ବିବାଦ ଆଗରୁ ଥିଲା ଏବଂ ତାହା ରହିଛି । ଗତ ନିର୍ବାଚନରେ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ମୁକ୍ତିକାନ୍ତ ମଣ୍ଡଳ ସହଯୋଗ କରି ନ ଥିଲେ । ଓଲଟି ତାଙ୍କ ଯୋଗୁଁ ବିଜେଡ ଭୋଟ୍ ବିଜେପି ପକେଟ୍ କୁ ଯାଇଥିଲା । ଏବେ ମଣ୍ଡଳଙ୍କ ଜାଗାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଭୂମିକାକୁ ଲୋକେ ଚର୍ଚ୍ଚା କରୁଛନ୍ତି । ରାଜେନ୍ଦ୍ରଙ୍କ ବଦଳରେ ତାଙ୍କର ଜଣେ ସମର୍ଥକଙ୍କୁ ପ୍ରାର୍ଥୀ କରିବାକୁ ସେ ଲବି କରୁଥିବା ଚର୍ଚ୍ଚା ହେଉଛି । ଏହା ସତ ହୋଇଥିଲେ ବିଜେଡି ପାଇଁ ଉପନିର୍ବାଚନ ସମସ୍ୟା ଆସିପାରେ ବୋଲି କୁହାଯାଉଛି ।

ତେବେ ସେ ଯାହା ହେଉ, ଉପନିର୍ବାଚନରେ ଶାସକ ଦଳକୁ ସାମନା କରିବା ବିରୋଧୀ ଦଳ ପାଇଁ ସବୁବେଳେ ଚାଲେଂଜ ରହିଛି । ଖାସ୍ କରି ବିଜେଡିର ପ୍ରସ୍ତୁତି ଏବଂ ରଣକୌଶଳ ବେଶ ସୁଦୃଢ଼ ଥିବାରୁ ସାଧାରଣ ନିର୍ବାଚନ ପରି ଉପନିର୍ବାଚନରେ ଏଠାରେ ଗୋଷ୍ଠୀ କନ୍ଦଳ ମୁଣ୍ଡ ଟେକିବାର ଆଶଙ୍କା ବହୁତ କମ । ବିରୋଧୀ ଦଳଠାରୁ ଆସନଟି ଛଡ଼ାଇ ଆଣିବା ଶାସକ ଦଳ ପାଇଁ ସମାନ ଭାବେ ସମ୍ମାନର ପ୍ରଶ୍ନ ।

ତେଣୁ ଉପନିର୍ବାଚନ ବେଶ୍ ରୋଚକ ହେବ ଏଥିରେ ସନ୍ଦେହ ନାହିଁ ।

Previous Post

ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ପରଲୋକ

Next Post

ଜିତେନ୍ଦ୍ରଙ୍କୁ ମରଣ ମୁଁହରୁ ଉଦ୍ଧାର କଲା ଓଡିଶା ମୋ ପରିବାର

Next Post
ଜିତେନ୍ଦ୍ରଙ୍କୁ ମରଣ ମୁଁହରୁ ଉଦ୍ଧାର କଲା ଓଡିଶା ମୋ ପରିବାର

ଜିତେନ୍ଦ୍ରଙ୍କୁ ମରଣ ମୁଁହରୁ ଉଦ୍ଧାର କଲା ଓଡିଶା ମୋ ପରିବାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA