Wednesday, April 22, 2026 04:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୁହଁ ଖୋଲିଲେ ଧର୍ମେନ୍ଦ୍ର

ନବ ଦାସ ହତ୍ୟା ମାମଲା

by Our Correspondent
05 Feb, 2023- 07:57 PM
in Latest News, News
1 min read
0
ମୁହଁ ଖୋଲିଲେ ଧର୍ମେନ୍ଦ୍ର

ଭୁୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ସପ୍ତାହେ ପୂରିଗଲା । କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି । ଅଭିଯୁୂକ୍ତ ଗୋପାଳ ଦାସଙ୍କୁ ରିମାଣ୍ଡରେ ଆଣି ପଚରା ଉଚୁରା ଜାରି ରହିଛି । ମାତ୍ର ହତ୍ୟାକାଣ୍ଡର ଉଦ୍ଦେଶ୍ୟ ଏ ପର୍ଯ୍ୟନ୍ତ ଖୁଲାସା ହୋଇପାରିନାହିଁ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ଘଟଣାରେ ସମ୍ପୂର୍ଣ୍ଣ ଭାବେ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ମାତ୍ର ଓଡ଼ିଶା ବିଜେପିର ଅଘୋଷିତ ମୁଖିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଶ୍ଚର୍ଯ୍ୟଜନକ ଭାବେ ନିରବ ରହିଥିଲେ । ଦିବଙ୍ଗତ ମନ୍ତ୍ରୀଙ୍କ ପରିବାରଙ୍କ ପାଇଁ କେବଳ ସମବେଦନାର ଟୁଇଟ୍ କରିବା ପରେ ଆଉ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥିଲେ । ଭୁବନେଶ୍ୱର ଆସି ଆଜି ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ତଦନ୍ତର ଗତି କୁଆଡ଼େ ବୋଲି ପ୍ରଶ୍ନ କରି ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ବାଣରେ ଛନ୍ଦିଥିଲେ ଧର୍ମେନ୍ଦ୍ର । ରାଜ୍ୟର ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସଙ୍କୁ ସରକାରୀ ବନ୍ଧୁକରୁ ଜଣେ ପୁଲିସ ଏଏସଆଇ ଗୁଳି କଲେ । ମାତ୍ର ତଦନ୍ତକାରୀ ସଂସ୍ଥାକୁ ଆଜି ପର୍ଯ୍ୟନ୍ତ ଏହାର ସୁରାଗ ମିଳିନାହିଁ । ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ କେବଳ ସମବେଦନା ଜଣାଇ ଚୁପ୍ ବସିଛନ୍ତି । ସପ୍ତାହ ପରେ ପୁଲିସ ଡିଜି ସାମ୍ବାଦିକ ସମ୍ମିଳନୀ କରି ମହାପ୍ରଭୁ ଜଗନ୍ନାଥଙ୍କୁ ଭରସା କରିଛନ୍ତି । ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଅବସରପ୍ରାପ୍ତ ନ୍ୟାୟାଧୀଶଙ୍କ ଅଧିକାରରେ ସ୍ପଷ୍ଟତା ନ ଥିବା ଦର୍ଶାଇ ତଦନ୍ତର ଗତି କୁଆଡ଼େ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଥିଲେ ।

ଓଡ଼ିଶାରେ ଆଇନଶୃଙ୍ଖଳା କେଉଁଭଳି ବିପର୍ଯ୍ୟସ୍ତ ତାହା ମନ୍ତ୍ରୀଙ୍କ ହତ୍ୟା ଘଟଣାରୁ ସ୍ପଷ୍ଟ ପ୍ରତୀୟମାନ । କେବଳ ଏଇ ଗୋଟିଏ ଘଟଣା ନୁହେଁ, ଦୁଇଦିନ ତଳେ ବାଲେଶ୍ୱର ଉପଜିଲ୍ଲାପାଳ ଏବଂ ତାଙ୍କ ଡ୍ରାଇଭର ବାଲି ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଆଇନକୁ କାର୍ଯ୍ୟକାରୀ କରିବାକୁ ଥିବା ସଂସ୍ଥା ମୂଳ କାମରେ ନ ଥିବାରୁ କ୍ୟାବିନେଟ୍ ମନ୍ତ୍ରୀ, ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଏହାର ପରିଣାମ ଭୋଗିବାକୁ ପଡୁଛି ବୋଲି ଧର୍ମେନ୍ଦ୍ର କହିଥିଲେ ।

ଏହି ପରିପ୍ରେକ୍ଷୀରେ ମାହାଙ୍ଗା ଡବଲ ମର୍ଡର, ଆନନ୍ଦ ଟପ୍ନୋ ହତ୍ୟା ଏବଂ ତିର୍ତ୍ତୋଲ ବିଧାୟକଙ୍କ ବିରୋଧରେ ଯୁବତୀଙ୍କ ଅଭିଯୋଗ ପ୍ରସଙ୍ଗ ଉଠାଇଥିଲେ । ସଂପୃକ୍ତ ତିନୋଟି ଯାକ ମାମଲାରେ ପୁଲିସ ଅଭିଯୋଗ ଗ୍ରହଣ କରି ନ ଥିବାରୁ ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି । ଗୃହମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ଏଥିପ୍ରତି ସଚେତନ ହେବା ଦରକାର । ଦାୟିତ୍ୱ ନେବାର ଆବଶ୍ୟକତା ଅଛି ବୋଲି ଧର୍ମେନ୍ଦ୍ର କହିଥିଲେ ।

ଆଜି କେବଳ ଧର୍ମେନ୍ଦ୍ର ନୁହଁନ୍ତି, ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ନବ ଦାସ ହତ୍ୟା ମାମଲାରେ ହାଇକୋର୍ଟ କାର୍ଯ୍ୟରତ ବିଚାରପତିଙ୍କ ତତ୍ୱାବଧାନରେ ଏସଆଇଟି ତଦନ୍ତ ପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱ ଛାଡ଼ିଦେବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି ।

Previous Post

ନେଉଥିବା ରାଜସ୍ୱ ତୁଳନାରେ ଓଡିଶାକୁ ଅର୍ଥ ଦେଉନି ରେଳବାଇ: ବିଜେଡି

Next Post

ଧର୍ମେନ୍ଦ୍ରଙ୍କୁ ଜବାବ, ବିଜେଡିର ପାଲଟା ପ୍ରଶ୍ନବାଣ

Next Post
ଧର୍ମେନ୍ଦ୍ରଙ୍କୁ ଜବାବ, ବିଜେଡିର ପାଲଟା ପ୍ରଶ୍ନବାଣ

ଧର୍ମେନ୍ଦ୍ରଙ୍କୁ ଜବାବ, ବିଜେଡିର ପାଲଟା ପ୍ରଶ୍ନବାଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA