Wednesday, April 22, 2026 06:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଧର୍ମେନ୍ଦ୍ରଙ୍କୁ ଜବାବ, ବିଜେଡିର ପାଲଟା ପ୍ରଶ୍ନବାଣ

by Our Correspondent
05 Feb, 2023- 08:26 PM
in Latest News, News, Politics
1 min read
0
ଧର୍ମେନ୍ଦ୍ରଙ୍କୁ ଜବାବ, ବିଜେଡିର ପାଲଟା ପ୍ରଶ୍ନବାଣ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଅଙ୍ଗୁଳି ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଥିଲା ବେଳେ ବିଜେଡି ତାଙ୍କୁ ପାଲଟା ଜବାବ ଦେଇ ପ୍ରଶ୍ନବାଣରେ ଛନ୍ଦିଛି । ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଘଟୁଥିବା ଦୁର୍ଘଟଣା ଓ ଅପରାଧକୁ ମନେ ପକାଇ ଦିଆଯାଇଛି ।

ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଜବାବ ଦେଇ କହିଥିଲେ ଯେ ଆପଣଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଅପରାଧିକ ମାମଲାର ରାଜନୀତିକରଣ କରିବା ଏବଂ ରାଜନୈତିକ କାହାଣୀ ସୃଷ୍ଟି କରିବା । ରାଜ୍ୟ ସ୍ୱଚ୍ଛ ଏବଂ ଏହି ମାମଲାର ତଦାରଖ ପାଇଁ ଓଡ଼ିଶା ହାଇକୋର୍ଟ ଜଣେ ହାଇକୋର୍ଟ ବିଚାରପତିଙ୍କୁ ଦାୟିତ୍ୱ ଦେଇଛନ୍ତି । ଏଥିରେ ଆମ ପାଇଁ ଲୁଚାଇବାର କିଛି ନାହିଁ ।

ଆପଣ ନିଜ ବିବୃତ୍ତିରେ ବାରମ୍ବାର ହାଇକୋର୍ଟଙ୍କ ନାମ ନେଇଥିଲେ କିନ୍ତୁ ଆପଣ ହାଇକୋର୍ଟର ଜଣେ ବିଚାରପତିଙ୍କ ମନିଟରିଂ ଉପରେ ସନ୍ଦେହ କରୁଛନ୍ତି । ଏହା କ’ଣ କେବଳ ରାଜନୈତିକ ଉଦ୍ଦେଶ୍ୟ ହାସଲ କରିବାକୁ କି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି । ବିଜେଡି ମୁଖପାତ୍ର କହିଛନ୍ତି ଯେ ଆଜି ସକାଳେ ଆପଣଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ସମସ୍ତ ମାମଲା ସମ୍ପୃକ୍ତ ଅଦାଲତରେ ଅଛି । ଅନ୍ତତଃ ପକ୍ଷେ ନ୍ୟାୟପାଳିକା ଉପରେ ଆପଣଙ୍କର ବିଶ୍ୱାସ ରହିବା ଉଚିତ ଏବଂ ଆପଣ ସେମାନଙ୍କ ଅନୁଯାୟୀ ନ୍ୟାୟ ପ୍ରଦାନ କରିବାକୁ କୋର୍ଟଙ୍କୁ ସୁଯୋଗ ଦେବା ଉଚିତ ଏବଂ ସେମାନଙ୍କ ଉପରେ ସନେ୍ଦହ ଏବଂ ପ୍ରଶ୍ନ ସୃଷ୍ଟି କରିବା ଉଚିତ୍‌ ନୁହେଁ ।

ହତ୍ୟା ମାମଲା ସମେତ ୧୪ଟି ଅପରାଧିକ ମାମଲା ଥିବା ଜଣେ ବରିଷ୍ଠ ବିଜେପି ନେତା ଆପଣଙ୍କ ଦ୍ୱାରା ଓଡିଶା ବିଧାନସଭାରେ ବିରୋଧୀଦଳର ନେତା ଭାବରେ ନିଯୁକ୍ତ ହୋଇଛନ୍ତି । ଅତୀତରେ ସେ ଜେଲରେ ଥିଲେ ଏବଂ ବିଜେପୁର ଉପନିର୍ବାଚନ ସମୟରେ ଘଟିଥିବା ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ସେ ଜାମିନରେ ଆସି ନାହାନ୍ତି କି ? ଆପଣ ଆପଣଙ୍କର ଏଭଳି ଲୋକଙ୍କୁ ବିରୋଧୀ ଦଳର ନେତା କରୁଥିବାବେଳେ ଓଡିଶା ସରକାରଙ୍କୁ ପ୍ରଶ୍ନ କରିବା ପାଇଁ ଆପଣଙ୍କର ନୈତିକତା ଅଛି କି ବୋଲି ଡକ୍ଟର ପାତ୍ର ସିଧାସଳଖ ପଚାରିଛନ୍ତି ।

ସେ କହଛନ୍ତି ଯେ ଭାରତୀୟ ଜନତା ପାର୍ଟିର ବର୍ତ୍ତମାନର ଯୁବ ମୋର୍ଚ୍ଚା ସଭାପତି ଜେଲ୍‌ରେ ଥିଲେ ଏବଂ ଭଟଲି ହତ୍ୟାକାଣ୍ଡ ଘଟଣାରେ ଏବେ ଜାମିନରେ ଆସିଛନ୍ତି । ସେହିଭଳି ଏହା କ’ଣ ଲଜ୍ଜାଜନକ ନୁହେଁ କି ? ଓଡିଶାରୁ କେନ୍ଦ୍ରମନ୍ତ୍ରୀ ହୋଇଥିବା ଆପଣଙ୍କ ନେତା ମୟୂରଭଞ୍ଜରେ ସରକାରୀ କର୍ମଚାରୀଙ୍କ ହାତକୁ ଭାଙ୍ଗି ଦେଇଥିଲେ ଏବଂ ବର୍ତ୍ତମାନ ଜାମିନରେ ଅଛନ୍ତି ।

ସେହି ଦୁର୍ଭାଗ୍ୟଜନକ କୋରାପୁଟ ମାମଲାରେ ଆପଣ ରାଜନୀତି କରିଛନ୍ତି ଏବଂ ନିର୍ବାଚନ ସମୟରେ ଆପଣଙ୍କ ଦଳ ମଧ୍ୟ ସେହି ଗ୍ରାମପଞ୍ଚାୟତ ହରାଇଛନ୍ତି । ନିଜର ରାଜନୈତିକ ଲାଭ ତଥା ଅଧିକାଂଶ କ୍ଷେତ୍ରରେ ଅପରାଧୀଙ୍କ ପକ୍ଷ ରଖିବା ପାଇଁ ଅପରାଧିକ ମାମଲାକୁ ରାଜନୀତିକରଣ କରିବାର ବିଜେପିର ରଣନୀତିକୁ ଲୋକମାନେ ଦେଖୁଛନ୍ତି । ଓଡିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି କିଏ ସୃଷ୍ଟି କରୁଛି ଏବଂ କିପରି କରୁଛି ତାହା ଓଡିଶାର ଲୋକମାନେ ଜାଣିଛନ୍ତି । ଓଡିଶାର ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଯେଉଁ ଚେଷ୍ଟା କରୁଛନ୍ତି ସେଥିରେ ଆପଣ ସଫଳ ହେବେ ନାହିଁ ।

୨୦୧୯ ସାଧାରଣ ନିର୍ବାଚନ ଏବଂ ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆପଣ ବିଭିନ୍ନ ସମ୍ବେଦନଶୀଳ ମାମଲାରେ ରାଜନୀତି କରିଥିଲେ ଏବଂ ସମସ୍ତ ପ୍ରକାରର ମିଥ୍ୟା କାହାଣୀ ସହିତ ଲୋକଙ୍କ ନିକଟକୁ ଯାଇଥିଲେ । ଓଡିଶାର ଲୋକମାନେ ଏହାକୁ ପସନ୍ଦ କରୁନଥିଲେ ଏବଂ ଏଭଳି ନିଚ୍ଚ ସ୍ତରର ରାଜନୀତି ପାଇଁ ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ଜିଲା ପରିଷଦ ନିର୍ବାଚନରେ ସମସ୍ତ ତିରିଶ ଜିଲ୍ଲା ବିଜେପି ହରାଇଛି । ଏଠାରେ ଅପରାଧର ରାଜନୀତିକରଣର ରଣନୀତି କାମ କରେ ନାହିଁ ଏବଂ ସରକାରଙ୍କ ଉପରେ ଲୋକଙ୍କର ବିଶ୍ୱାସ ଅଛି । ଆପଣ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ ଏବଂ ଲୋକଙ୍କ ପାଇଁ କିଛି କରନ୍ତୁ ଏବଂ ଅପରାଧର ରାଜନୀତିକରଣ କରିବା ପରିବର୍ତ୍ତେ ଲୋକଙ୍କ ପାଇଁ ଭଲ କାମ କରନ୍ତୁ ଯାହା ଆପଣଙ୍କୁ ରାଜନୈତିକ ଫାଇଦା ଦେବ ବୋଲି ଆଶା କରୁଛି । ଅତୀତରେ ଓଡିଶାର ଲୋକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଭବିଷ୍ୟତରେ ଆପଣଙ୍କର ଏଭଳି ରାଜନୀତିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିବେ ବୋଲି ଡକ୍ଟର ପାତ୍ର କହିଛନ୍ତି ।

Previous Post

ମୁହଁ ଖୋଲିଲେ ଧର୍ମେନ୍ଦ୍ର

Next Post

ସାରସ୍ୱତ ସାଧିକା ନିର୍ମଳାପ୍ରଭା ନାୟକଙ୍କ ପରଲୋକ

Next Post
ସାରସ୍ୱତ ସାଧିକା ନିର୍ମଳାପ୍ରଭା ନାୟକଙ୍କ ପରଲୋକ

ସାରସ୍ୱତ ସାଧିକା ନିର୍ମଳାପ୍ରଭା ନାୟକଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA