Thursday, April 30, 2026 09:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ ଆହୁରି ବଢ଼ିଲା !

ୟୁପି ଦାୟିତ୍ୱରେ, ବିରୋଧୀ ଶିବିରଙ୍କୁ ଝଟକା

by Our Correspondent
08 Sep, 2021- 01:36 PM
in Latest News, News, Politics
1 min read
0
ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ ଆହୁରି ବଢ଼ିଲା !

ଭୁବନେଶ୍ୱର: ୪୦୩ ବିଧାନସଭା ଆସନ ବିଶିଷ୍ଟ ଦେଶର ସର୍ବବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶ ନିର୍ବାଚନ ଦାୟିତ୍ୱ ମିଳିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ । ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ତାଙ୍କୁ ଦଳୀୟ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି । ଧର୍ମେନ୍ଦ୍ରଙ୍କୁ ସହଯୋଗ କରିବା ପାଇଁ ୭ ସହପ୍ରଭାରୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା । ସେମାନେ ହେଲେ ଅନୁରାଗ ସିଂ ଠାକୁର, ଅର୍ଜୁନ ମେଘୱାଲ୍, ସରୋଜ ପାଣ୍ଡେ, ଶୋଭା କରନ୍ଦଲାଜେ, କ୍ୟାପଟେନ ଅଭିମନ୍ୟୁ, ଅନ୍ନପୂର୍ଣ୍ଣା ଦେବୀ ଏବଂ ବିବେକ ଠାକୁର ।

ଉତ୍ତର ପ୍ରଦେଶ ଭଳି ରାଜ୍ୟର ନିର୍ବାଚନ ଦାୟିତ୍ୱ ମିଳିବା ପରେ ଦଳରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁୁରୁତ୍ୱ ସ୍ପଷ୍ଟ ବୁଝାପଡୁଛି । ଗତ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ଧର୍ମେନ୍ଦ୍ରଙ୍କ ହାତରୁ ପେଟ୍ରୋଲିୟମ୍ ବିଭାଗ ଚାଲିଯିବା ପରେ ତାଙ୍କର ଗୁରୁତ୍ୱ ହ୍ରାସ୍ ପାଇଥିବା ବିରୋଧୀ ଶିବିର ପକ୍ଷରୁ ପ୍ରଚାର କରାଯାଇଥିଲା । ଏପରିକି ଧର୍ମେନ୍ଦ୍ରଙ୍କ ପତ୍ତା କାଟିବା ପାଇଁ ରାଜ୍ୟ ବିଜେପିର ଗୋଟେ ଗୋଷ୍ଠୀ ମନ୍ତ୍ରଣା ଆରମ୍ଭ କରିଦେଇଥିଲେ ।

ସୂଚନାଥାଉକି, କିଛି ଦିନ ତଳେ ହୋଟେଲ ମେ ଫେୟାରରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଆୟୋଜିତ ଘରୋଇ ପାର୍ଟିରେ ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର, ଜୁଏଲ୍ ଓରାମ, ପ୍ରତାପ ଷଡ଼ଙ୍ଗୀ ଓ ସୁରେଶ ପୂଜାରୀଙ୍କ ମେଳି ସୋସିଆଲ୍ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହୋଇଥିଲା । ଧର୍ମେନ୍ଦ୍ରଙ୍କ ବିରୋଧରେ ଏହି ମେଳି ହୋଇଥିବା ଖୋଦ୍ ଦଳୀୟ ମହଲରେ ଟୁପୁରୁ ଟାପର୍ ହୋଇଥିଲା ।

ଏହାପୂର୍ବରୁ ବିଜେପି ଭୁବନେଶ୍ୱର, ସୋସିଆଲ୍ ମିଡ଼ିଆରେ ଏକ ପୋଷ୍ଟିଂ ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲା । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଓଡ଼ିଶାର ଆଗାମୀ ଭବିଷ୍ୟତ ଭାବେ ଏଥିରେ ଉପସ୍ଥାପନ କରାଯାଇ ତାଙ୍କୁ ବିରୋଧ କରୁଥିବା ନେତାଙ୍କୁ ସତର୍କ କରାଯାଇଥିଲା । ଏହି ପୋଷ୍ଟ୍ ରେ ଲେଖାଥିଲା- ରାଜନୀତିର ସଂଜ୍ଞା ବଦଳାଇ ଇତିହାସ ରଚିବାକୁ ଯାଉଛନ୍ତି ଅପରାଜିତା ଷଡ଼ଙ୍ଗୀ । ସାଥୀରେ ଅଛନ୍ତି ଲକ୍ଷ ଲକ୍ଷ ଓଡ଼ିଶାବାସୀ । ସୁଧୁରିବା ନେତା ସୁଧୁରି ଯାନ୍ତୁ । ନହେଲେ ଇତିହାସରେ ଏକ କଳଙ୍କିତ ନେତା ଭାବେ ଚିତ୍ରିତ ହେବେ । ଏହି ପୋଷ୍ଟକୁ ବହୁମାତ୍ରାରେ ସେୟାର୍ କରିବାକୁ ନିବେଦନ କରାଯାଇଥିଲା । ଧର୍ମେନ୍ଦ୍ରଙ୍କ ବିରୋଧରେ ଲେଖାଟି ଉଦ୍ଦିଷ୍ଟ ଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା ।

ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତରେ ଓଡ଼ିଶା ବିଜେପିରେ ଧର୍ମେନ୍ଦ୍ରଙ୍କ ଜାଗା ନେବାକୁ ଅପରାଜିତା କିମ୍ବା ବୈଜୟନ୍ତଙ୍କ ଗୋଟିଚାଳନା ନୂଆ ଚର୍ଚ୍ଚା ନୁହେଁ । ଧର୍ମେନ୍ଦ୍ର ବିରୋଧୀଙ୍କୁ ଏକଜୁଟ୍ କରିବା ରାଜନୈତିକ ଦୃଷ୍ଟିକୋଣରୁ ସେମାନଙ୍କ ପାଇଁ ପ୍ରାସଙ୍ଗିକ ହୋଇପାରେ । ମାତ୍ର ଉଭୟ ଦଳୀୟ ସଂଗଠନରେ ସେଭଳି ପତିଆରା ତିଆରି କରିପାରିନାହାନ୍ତି ।

ବୈଜୟନ୍ତ କେନ୍ଦ୍ରାପଡ଼ା ନିର୍ବାଚନ ହାରିବା ପରେ ଓଡ଼ିଶା ରାଜନୀତିରେ ତାଙ୍କର ପ୍ରାସଙ୍ଗିକତା ଆଉ ନାହିଁ କହିଲେ ଚଳେ । ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପରିଚୟ ତାଙ୍କ ପାଇଁ ବଡ଼ ହୋଇଥିବା ବେଳେ ଆସାମ ପ୍ରଭାରୀ ଦାୟିତ୍ୱରେ ସେ ନିଜକୁ ସନ୍ତୁଷ୍ଟ ରଖିଛନ୍ତି । ଅନ୍ୟପକ୍ଷରେ ଅପରାଜିତା ଷଡ଼ଙ୍ଗୀ ଦଳୀୟ ସଂଗଠନରେ ଧ୍ୟାନ ନ ଦେଇ ବ୍ୟକ୍ତିଗତ ଭାବେ ସମାନ୍ତରାଳ ସଂଗଠନ ଗଢ଼ି ନିଜର ପ୍ରଚାର କରୁଥିବାରୁ ଏହା ତାଙ୍କ ପାଇଁ ବୁମେରାଂ ସଦୃଶ । ଧର୍ମେନ୍ଦ୍ରଙ୍କ ସହ ଟକ୍କର ଦେବା ପାଇଁ ହେଲେ ଅପରାଜିତାଙ୍କୁ ଆଗ ସଂଗଠନ ପାଠ ପଢ଼ିବାକୁ ପଡ଼ିବ ବୋଲି ସେମାନଙ୍କ ମତ ।

Previous Post

ହୃଦଘାତରେ ପ୍ରାଣ ହରାଇଲେ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୟ ପଣ୍ଡା

Next Post

ପିସିସି ନୂଆ ଟିମ୍: ୧୨ ଉପସଭାପତି, ୨୦ ସାଧାରଣ ସମ୍ପାଦକ, ୪୬ ସମ୍ପାଦକ

Next Post
ପିସିସି ନୂଆ ଟିମ୍: ୧୨ ଉପସଭାପତି, ୨୦ ସାଧାରଣ ସମ୍ପାଦକ, ୪୬ ସମ୍ପାଦକ

ପିସିସି ନୂଆ ଟିମ୍: ୧୨ ଉପସଭାପତି, ୨୦ ସାଧାରଣ ସମ୍ପାଦକ, ୪୬ ସମ୍ପାଦକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA