Friday, June 26, 2026 11:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ର, ବୈଷ୍ଣବ କାହାର ?

ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇଲା ବିଜେପି

by Our Correspondent
08 Jul, 2021- 11:20 AM
in Latest News, News
1 min read
0
ଧର୍ମେନ୍ଦ୍ର, ବୈଷ୍ଣବ କାହାର ?

ଭୁବନେଶ୍ୱର: ରାଜସ୍ଥାନର ବହୁଳ ପ୍ରସାରିତ ହିନ୍ଦୀ ଖବରକାଗଜ ଦୈନିକ ଭାସ୍କରରେ ଆଜିର ମୁଖ୍ୟ ଖବର ଶୀର୍ଷକ ରହିଛି ‘ନଇ କ୍ୟାବିନେଟ୍ ମେଁ ରାଜସ୍ଥାନ କା ଜଲୱା- ମୋଦି ସରକାର ମେଁ ହମାରେ ୩ କ୍ୟାବିନେଟ୍ ମନ୍ତ୍ରୀ, ୨ ରାଜ୍ୟମନ୍ତ୍ରୀ ।’ ଏହି ଖବରରେ ଫଟୋ ସହ ସେମାନଙ୍କ ନାଁ ପ୍ରକାଶ ପାଇଛି । ରାଜସ୍ଥାନର ଏହି ଜଲୱାଙ୍କ ମଧ୍ୟରେ ଅଛନ୍ତି ଅଶ୍ୱିନୀ ବୈଷ୍ଣବ । କେବଳ ଦୈନିକ ଭାସ୍କର ନୁହେଁ, ରାଜ୍ୟର ସବୁ ଖବରକାଗଜ ଓ ଟିଭିରେ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜସ୍ଥାନ କୋଟା ଭାବେ ଗଣତି କରାଯାଇଛି । ତାଙ୍କୁ ରେଳ ଏବଂ ଆଇଟି ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦିଆଯାଇଥିବାରୁ ମୋଦିଙ୍କୁ କୃତଜ୍ଞତା ଦିଆଯାଇଛି ।

ଏପଟେ ଆମ ଓଡ଼ିଶାରେ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ହୁରି ପଡ଼ିଛି । ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଏବଂ ଗୁରୁତ୍ୱପୂର୍ଣ୍ଣ ରେଳ ବିଭାଗ ମିଳିଥିବାରୁ ତାଙ୍କ ଦଳ ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛି । ବୈଷ୍ଣବଙ୍କୁ ଏହି ଦାୟିତ୍ୱ ଦେଇ ମୋଦି ଓଡ଼ିଶାକୁ ପ୍ରାଧାନ୍ୟ ଦେଇଛନ୍ତି ବୋଲି ରାଜ୍ୟର ସବୁ ମିଡ଼ିଆରେ ଖବର ହୋଇଛି । ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ସ୍ୱାଭାବିକ ଭାବେ ତାଙ୍କୁ ଓଡ଼ିଶାର ମୁଣ୍ଡ ଭାବେ ଏଠି ଗଣତି କରାଯାଇଛି । ଜାତୀୟ ଗଣମାଧ୍ୟମରେ ବି ତାଙ୍କୁ ଓଡ଼ିଶାର ପ୍ରତିନିଧି ଭାବେ ଦର୍ଶାଯାଇଛି ।

ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ବିଚାର କରାଯାଉ । ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ପୁଅ ହୋଇଥିଲେ ମଧ୍ୟ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ଏବଂ କେନ୍ଦ୍ରରେ ମନ୍ତ୍ରୀପଦ ମଣ୍ଡନ କରି ଆସୁଛନ୍ତି । ଗତ ସରକାରରେ ସେ ବିହାରରୁ ରାଜ୍ୟସଭାକୁ ଯାଇ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ମାତ୍ର କେବେ ବି ତାଙ୍କୁ ବିହାର କିମ୍ବା ମଧ୍ୟପ୍ରଦେଶ ପରିଚୟ ଦିଆଯାଇନି । ତାଙ୍କର କାର୍ଯ୍ୟକ୍ଷେତ୍ର ଓଡ଼ିଶା ରହି ଆସିଛି ଏବଂ କେନ୍ଦ୍ରମନ୍ତ୍ରୀ ଭାବେ ଓଡ଼ିଶା ତାଙ୍କର ଫୋକସ୍ ରେ ରହିଆସିଛି । ଓଡ଼ିଶାର ସେ ପ୍ରତିନିଧି ବୋଲି ତାଙ୍କ ଦଳ ଓ ମିଡ଼ିଆ ବିବେଚନା କରୁଛନ୍ତି ।

ପ୍ରଶ୍ନ ହେଉଛି, ଯଦି ଧର୍ମେନ୍ଦ୍ର ମଧ୍ୟପ୍ରଦେଶରୁ ନିର୍ବାଚିତ ହୋଇ ବି ଓଡ଼ିଆ ପୁଅ ଭାବେ ଓଡ଼ିଶାର ପ୍ରତିନିଧି ଭାବେ ଗଣାଯାଉଛନ୍ତି, ତେବେ ଅଶ୍ୱିନୀ ବୈଷ୍ଣବଙ୍କ କ୍ଷେତ୍ରରେ ତାହା ଭିନ୍ନ ହେବ କେମିତି? ବୈଷ୍ଣବ ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ ମଧ୍ୟ ରାଜସ୍ଥାନ ପୁଅ । ତେଣୁ ଧର୍ମେନ୍ଦ୍ରଙ୍କ ଭଳି ତାଙ୍କୁ ରାଜସ୍ଥାନର ପ୍ରତିନିଧି ଭାବେ ବିବେଚନା କରାଯିବନି କି? ଧର୍ମେନ୍ଦ୍ର ଓ ବୈଷ୍ଣବଙ୍କ ଦାବିଦାର ପଛରେ ଭିନ୍ନ ଭିନ୍ନ ବିଚାରଧାରା କାହିଁକି?

ରାଜ୍ୟ ପ୍ରତିନିଧିତ୍ୱ ଦାବିଦାର କ୍ଷେତ୍ରରେ ବିଜେପିର ଏଭଳି ବାଛବିଚାରକୁ ପ୍ରଶ୍ନ କରିଛନ୍ତି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ । ଧର୍ମେନ୍ଦ୍ର ଯେଉଁ ରାଜ୍ୟରୁ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଛନ୍ତି ସେ ରାଜ୍ୟକୁ ଅଣଦେଖା କରି ନିଜ ଜନ୍ମମାଟିକୁ କର୍ମକ୍ଷେତ୍ର ବାଛିଛନ୍ତି । ନିଜର ରାଜନୈତିକ କାର୍ଯ୍ୟକ୍ରମ ଏଇଠି ହିଁ କେନ୍ଦ୍ରୀଭୂତ କରିଛନ୍ତି । ଠିକ୍ ସେମିତି, ଅଶ୍ୱିନୀ ବୈଷ୍ଣବଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ହେବ କେମିତି? ନିଶ୍ଚିତ ଭାବେ ତାଙ୍କ ଜନ୍ମମାଟି ରାଜସ୍ଥାନକୁ ଫୋକସ୍ ରେ ରଖିବେ । ସେ ମନ୍ତ୍ରୀ ହେବା ପରେ ତାଙ୍କ ରାଜ୍ୟବାସୀ ତାଙ୍କଠାରୁ ଅନେକ ଆଶା ରଖିଥିବା ମିଡ଼ିଆ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

ସୁତରାଂ ଓଡ଼ିଶା ବିଜେପି ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଲୋକଙ୍କୁ ଭୂଆଁ ବୁଲାଉଛି କହିଲେ ଠିକ୍ ହେବ । ବଡ଼ ବଡ଼ ମିଡ଼ିଆ ବି ଏହି ଭୁଲଭାଲ ଗଣିତକୁ ପ୍ରଶ୍ନ କରୁନାହାନ୍ତି । ଗୋଟିଏ ରାହାରେ ଧର୍ମେନ୍ଦ୍ରଙ୍କୁ ଓଡ଼ିଶାର ମୁଣ୍ଡ ଗଣତି କରୁଥିଲା ବେଳେ ବୈଷ୍ଣବଙ୍କୁ ବି ଓଡ଼ିଶାର ମୁଣ୍ଡଗଣତି କରୁଛନ୍ତି । ବୈଷ୍ଣବଙ୍କୁ ରେଳ ମନ୍ତ୍ରଣାଳୟ ଦିଆଯାଇଥିବାରୁ ଓଡ଼ିଶାର ଓଜନ ବଢ଼ିଲା ବୋଲି ପ୍ରଚାର କରାଯାଉଛି । ଅନ୍ୟପକ୍ଷରେ, ରାଜସ୍ଥାନ ବିଜେପି ଶାଖା ଏବଂ ମିଡ଼ିଆ ମଧ୍ୟ ବୈଷ୍ଣବଙ୍କୁ ନେଇ ଅନୁରୂପ ଦାବି କରିଛି । ପ୍ରଥମ ଥର ପାଇଁ ରାଜସ୍ଥାନକୁ ରେଳ ମନ୍ତ୍ରଣାଳୟ ମିଳିଥିବାରୁ ଗର୍ବ କରାଯାଇଛି ।

ବୁଦ୍ଧିଜୀବୀଙ୍କ ଯୁକ୍ତି ହେଉଛି, ଆମେ ଯେଭଳି ଧର୍ମେନ୍ଦ୍ରଙ୍କୁ ଓଡ଼ିଶାର ନୁହଁ କହି ପର କରିପାରିବାନି, ବୈଷ୍ଣବଙ୍କୁ ରାଜସ୍ଥାନବାସୀ ରାଜସ୍ଥାନର ନୁହଁ କରି ପର କରିପାରିବେନି । କାରଣ ରାଜସ୍ଥାନ ମାଟି, ପାଣି ଓ ପବନରେ ବଢ଼ିଛନ୍ତି ବୈଷ୍ଣବ । ନିଜ ଜନ୍ମମାଟି ପ୍ରତି ତାଙ୍କର ଆକର୍ଷଣ ରହିବ ଏବଂ ଦିଲ୍ଲୀ ପରେ ତାଙ୍କର ରାଜନୈତିକ କର୍ମସ୍ଥଳୀ ନିଜ ଜନ୍ମମାଟି ରହିବ ।

ଏଭଳି କ୍ଷେତ୍ରରେ ଓଡ଼ିଶାରୁ ତାଙ୍କୁ ମୁଣ୍ଡଗଣତି କରିବାଟା ସମୀଚୀନ ନୁହେଁ ବୋଲି କୁହାଯାଉଛି । ଅଶ୍ୱିନୀ ବୈଷ୍ଣବଙ୍କ ଭଳି ବିଜେପି ଆଗରୁ ଛତ୍ରପାଲ ସିଂ ଲୋଧା ଓ ବଲବୀର ପୁଞ୍ଜଙ୍କୁ ବିଜେଡ଼ି ସମର୍ଥନରେ ରାଜ୍ୟସଭାକୁ ପଠାଇଥିଲା । ମାତ୍ର ଓଡ଼ିଶା ପ୍ରତି ସେମାନଙ୍କର ଅବଦାନ କ’ଣ ସମସ୍ତେ ଜାଣନ୍ତି ।

ଏହି ଦୃଷ୍ଟିରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳରେ ଓଡ଼ିଶାକୁ ନ୍ୟୁନ କରାଯାଇଥିବା ଗୋଟିଏ ମହଲ ଯୁକ୍ତି କରିଛନ୍ତି । ସେମାନଙ୍କ ମତରେ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତି ଅନ୍ୟାୟ ହୋଇଛି । ଆଞ୍ଚଳିକ ସମୀକରଣକୁ ମଧ୍ୟ ଦୃଷ୍ଟି ଦିଆଯାଇନାହିଁ । ପଶ୍ଚିମ ଓଡ଼ିଶା ୫ ସାଂସଦ ପଠାଇଥିଲା ବେଳେ ମୋଦି କାହାରିକୁ ସ୍ଥାନ ଦେଲେନାହିଁ । ଉତ୍ତର ଓଡ଼ିଶାରୁ ପ୍ରଥମ ଥରର ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ରାଷ୍ଟ୍ରମନ୍ତ୍ରୀ କରି ମୋଦି ଉପରକୁ ଆଦିବାସୀ କାର୍ଡ ଖେଳିଛନ୍ତି । ତେବେ ଏଥିରେ ଓଡ଼ିଶାକୁ ପ୍ରାଧାନ୍ୟ ନୁହେଁ, ବରଂ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ଦୃଷ୍ଟିରେ ରଖାଯାଇଛି ।

Previous Post

ଧର୍ମେନ୍ଦ୍ରଙ୍କ ହାତରୁ ଗଲା ପେଟ୍ରୋଲିୟମ୍ ବିଭାଗ

Next Post

ଆଇବିଡିପି ପରୀକ୍ଷାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ସଫଳତା

Next Post
ଆଇବିଡିପି ପରୀକ୍ଷାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ସଫଳତା

ଆଇବିଡିପି ପରୀକ୍ଷାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ସଫଳତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA