Saturday, April 25, 2026 01:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କୋଟିଆରେ ଧର୍ମେନ୍ଦ୍ର, ରାଜନୀତି ତେଜିଲା

ବିଜେଡିର ପ୍ରଶ୍ନ.. କେଉଁଠି ଥିଲ?

by Our Correspondent
01 Apr, 2023- 07:41 PM
in Latest News, News
1 min read
0
କୋଟିଆରେ ଧର୍ମେନ୍ଦ୍ର, ରାଜନୀତି ତେଜିଲା

କୋରାପୁଟ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କୋଟିଆର ଫାଟୁସିନେରି ଗାଁ ସମେତ ଅଞ୍ଚଳରେ ଥିବା ସ୍କୁଲ, ସ୍ୱାସ୍ଥ୍ୟକେନ୍ଦ୍ର, ପୋଷ୍ଟ ଅଫିସ, ବ୍ୟାଙ୍କ, ଆଦିମ ଗୁରୁକୂଳ ଆଶ୍ରମ, ମନ୍ଦିର ସମେତ ବିଭିନ୍ନ ସ୍ଥାନ ବୁଲିଥିଲେ । କୋଟିଆ ଓ ଫାଟୁସିନେରି ଗ୍ରାମବାସୀଙ୍କ ସହ ଉତ୍କଳ ଦିବସ ପାଳିଥିଲେ । ସେମାନଙ୍କ ସହ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ ।

କୋଟିଆ ଗ୍ରାମ ସମିତି ଦ୍ୱାରା ଆୟୋଜିତ ‘ଉତ୍କଳ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେଇ ଧର୍ମେନ୍ଦ୍ର କହିଥିଲେ ଯେ ଆଜିର ଦିନ ବାଦ ବିବାଦର ଦିନ ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ଏକାଠି ହେବାର ଦିନ । ଓଡ଼ିଶାକୁ ବଡ଼ କରିବା ଏବଂ ଓଡ଼ିଶା ପାଇଁ ବଡ ସ୍ୱପ୍ନ ଦେଖିବାର ଦିନ । ଗଣତନ୍ତ୍ରରେ ମତ ଓ ବାଦ ବିବାଦ ଭିନ୍ନ ରହିବ । ମାତ୍ର ଆଜିର ଦିନରେ ଆମେ ସମସ୍ତେ ଦଳୀୟ ପ୍ରସଙ୍ଗ ଭିତ୍ତିରେ ନୁହେଁ ବରଂ ରଥଯାତ୍ରାରେ ମହାପ୍ରଭୁଙ୍କ ରଥ ଟାଣିବା ଭଳି ସମସ୍ତେ ଏକାଠି ହେବାର ଦିନ । ଆନ୍ଧ୍ର ଯଦି ଆମର ମାଟି ମାଆ ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳରେ ଲୋଲୁପ ଦୃଷ୍ଟି ପକାଇବାକୁ ଚାହିଁବ ତେବେ ଆମେ ଆମେ ଏହାର ବିରୋଧ କରିବା । 

ଏ ବିବାଦ ନେଇ ପୂର୍ବରୁ ନେଇ ଆନ୍ଧ୍ର ଓ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖାଯାଇଛି ଏବଂ ଆଗକୁ ମଧ୍ୟ ଏ ବିଷୟରେ ଅବଗତ କରାଯିବ । ଆନ୍ଧ୍ରର ପ୍ରଶାସନିକ ଅଧିକାରୀମାନେ କୌଣସି ସୀମାବର୍ତ୍ତୀ ଅଞ୍ଚଳକୁ ଆସି ଭୁଲ କାମ କରୁଛନ୍ତି । ଓଡ଼ିଶାର ସୀମାକୁ ଯିବାକୁ କୌଣସି କାରଣ ନାହିଁ । ସଂଘୀୟ ବ୍ୟବସ୍ଥାରେ ପରସ୍ପର ଭୌଗୋଳିକ ସୀମାକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି । ଆଗାମୀ ଦିନରେ କୋଟିଆ ଅଞ୍ଚଳର ସ୍ଥାନୀୟ କୁଇ ଭାଷା ସମେତ କୋରାପୁଟର ସ୍ଥାନୀୟ ଭାଷାରେ ପିଲାଙ୍କୁ ପାଠ ପଢାଇବା ପାଇଁ ଉଦ୍ୟମ କରାଯିବ ବୋଲି ଧର୍ମେନ୍ଦ୍ର କହିଥିଲେ ।

କେନ୍ଦ୍ରମନ୍ତ୍ରୀଙ୍କ ସହ ବ୍ରହ୍ମଗିରି ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ବଡସାହୀ ବିଧାୟକ ସନାତନ ବିଜୁଳି ଏବଂ ଧାମନଗରର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ସାମିଲ ହୋଇଥିଲେ ।

ସୂଚନାଥାଉକି, ଧର୍ମେନ୍ଦ୍ରଙ୍କ ଗସ୍ତକାଳରେ ସେଠାରେ ଥିବା ଆନ୍ଧ୍ର ସରକାରଙ୍କର କିଛି ଏଜେଣ୍ଟ ଉପରେ ତାଙ୍କ ନଜର ପଡ଼ିଥିଲା । ଆପଣ କିଏ ଏବଂ କ’ଣ କରୁଛ ବୋଲି ଧର୍ମେନ୍ଦ୍ର ତାଙ୍କୁ ପଚାରିବାରୁ କୋଟିଆର ୨୧ଟି ଗାଁ ଆନ୍ଧ୍ରର ବୋଲି ସେ ଜବାବ ଦେଇଥିଲେ । ଧର୍ମେନ୍ଦ୍ର ତାଙ୍କ ଜବାବ ଫେରାଇ ଏହା ଓଡ଼ିଶାର ବୋଲି କହି ତାଗିଦ୍ କରିଥିଲେ । ଆନ୍ଧ୍ର ଗୋ ବ୍ୟାକ୍ କହି ସେମାନଙ୍କୁ ତଡ଼ି ଦେଇଥିଲେ ।

ସେପଟେ ଧର୍ମେନ୍ଦ୍ରଙ୍କ ସଭାସ୍ଥଳର ତିନି କିଲୋମିଟର ଦୂରରେ ଥିବା ତଳଗଂଜେଇପଦରଠାରେ ଉକ୍ରଳ ଦିବସ ପାଳିଥିଲା ବିଜେଡି । ସ୍ଥାନୀୟ ବିଧାୟକ ପ୍ରୀତମ ପାଢ଼ୀ ଓ ଦଳର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ ଏଥିରେ ଯୋଗଦେଇଥିଲେ । କୋଟିଆ ବିବାଦର ସମାଧାନ କେନ୍ଦ୍ର ସରକାରଙ୍କ ଦାୟିତ୍ୱ କହି ସେମାନେ ରାଜ୍ୟ ସରକାରଙ୍କ ଉପରୁ ଦୋଷ ଝାଡ଼ିଥିଲେ ।

ସେହିଭଳି ଜୟପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ପ୍ରଦୀପ ମାଝୀ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ । କୋଟିଆ ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦିବାକୁ ଆସିଛନ୍ତି କହିଥିଲେ ।

କୋଟିଆ ଲୋକଙ୍କ ପାଇଁ ଓଡ଼ିଶା ସରକାର ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଲଢ଼େଇ କରୁଥିଲା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେଉଁଠି ଥିଲେ? ଯେତେବେଳେ ସୁପ୍ରିମକୋର୍ଟରେ ଓଡ଼ିଶା କୋଟିଆ ପାଇଁ ଲଢ଼ୁଥିଲା ସେତେବେଳେ ପ୍ରଧାନ କାହିଁକି ଚୁପ୍ ରହିଥିଲେ । କେନ୍ଦ୍ରମନ୍ତ୍ରୀ ହୋଇ କାହିଁକି ମୁହଁ ଖୋଲନ୍ତି ନାହିଁ ଏବଂ କେନ୍ଦ୍ରକୁ ହସ୍ତକ୍ଷେପ କରିବାକୁ କୁହନ୍ତି ନାହିଁ । ଆଜି କୋଟିଆକୁ ଆସି ସେ କେବଳ ମିଥ୍ୟା ପ୍ରତିଶ୍ରୁତି ଏବଂ ମିଥ୍ୟା ସହାନୁଭୂତି ସହ କୋଟିଆର ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ।

Previous Post

ଚାଷୀଙ୍କୁ ମିଳିଲା ୮୭୭ କୋଟି ‘କାଳିଆ’ ସହାୟତା

Next Post

ଓଡିଶାବାସୀଙ୍କୁ ଅପମାନିତ କରିଛନ୍ତି ଜୟନାରାୟଣ: ବିଜେଡି

Next Post
ଓଡିଶାବାସୀଙ୍କୁ ଅପମାନିତ କରିଛନ୍ତି ଜୟନାରାୟଣ: ବିଜେଡି

ଓଡିଶାବାସୀଙ୍କୁ ଅପମାନିତ କରିଛନ୍ତି ଜୟନାରାୟଣ: ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA