Monday, June 29, 2026 02:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଦିବ୍ୟାଙ୍ଗ ହୀରୋ’ ଅମରେଶଙ୍କ ବୀରତ୍ୱ କାହାଣୀ

ସ୍ୱେଚ୍ଛାକୃତ ରକ୍ତଦାନରେ ଉଦାହରଣ ସାଜିଲେ

by Our Correspondent
27 Feb, 2021- 10:33 PM
in Latest News, News
1 min read
0
‘ଦିବ୍ୟାଙ୍ଗ ହୀରୋ’ ଅମରେଶଙ୍କ ବୀରତ୍ୱ କାହାଣୀ

ଭୁବନେଶ୍ୱର: ଦୁଇଟି ଯାକ ଗୋଡ ହରାଇଛନ୍ତି ସତ, ହେଲେ ନିଜ ଦମ୍ ରେ ସମାଜ ପାଇଁ ଲମ୍ବା ରାସ୍ତା ଚାଲିବାର ଦୃଢ଼ ଇଚ୍ଛାଶକ୍ତି ତାଙ୍କର । ଖାଲି ଇଚ୍ଛା ନୁହେଁ, ଖୁବ୍ କମ ବୟସରୁ କାମରେ କରିକି ଦେଖାଇ ସାରିଲେଣି ୨୨ ବର୍ଷର ଯୁବକ ଅମରେଶ ପ୍ରସାଦ ଗୌଡ଼ । ଗ୍ଲୋବାଲ୍ ଆଇଟି ଚାଲେଂଜରେ ସ୍ୱର୍ଣ୍ଣପଦକ ଜିତିଥିବା ଅମରେଶ ରକ୍ତଦାନ ଭଳି ମହାନ୍ କାର୍ଯ୍ୟକୁ ନିଜ ଜୀବନର ବ୍ରତ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଆଜି ଯୁବ ଉତ୍କଳ ଫାଉଣ୍ଡେସନ୍ ସହଯୋଗରେ ଓଡ଼ିଶା-ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ଆୟୋଜିତ ରକ୍ତଦାନ ଶିବିରରେ ଏହି ପ୍ରତିଭାଙ୍କ ଯୋଗଦାନ ଚର୍ଚ୍ଚାର ବିଷୟ ହୋଇଥିଲା ।

ଗଂଜାମ ଜିଲ୍ଲା ଖଲିକୋଟ ଅନ୍ତର୍ଗତ ବାଲୁଙ୍କେଶ୍ୱରପୁରରେ ଜନ୍ମିତ ଅମରେଶଙ୍କର ଜନ୍ମରୁ ମେରୁଦଣ୍ଡ ଜନିତ ସମସ୍ୟା ଥିଲା । ପରବର୍ତ୍ତୀ ସମୟରେ ଦୁଇଟିଯାକ ଗୋଡକୁ ରୋଗ ସଂକ୍ରମିତ ହୋଇ କ୍ୟାନସର ଆଡକୁ ଗତି କରୁଥିଲା । ୨୦୧୫ ମସିହାରେ ଡାକ୍ତରମାନେ ତାଙ୍କର ଦୁଇଟିଯାକ ଗୋଡ କାଟିବାକୁ ବାଧ୍ୟହେଲେ । ସେବେଠାରୁ ଅମରେଶଙ୍କର ସାହାରା ହୋଇଛି କୃତ୍ରିମ ଗୋଡ । ଏହି ଗୋଡରେ ବୁଲି ବୁଲି ସମାଜସେବା ପାଇଁ ତାଙ୍କର ପିଲାଦିନ ଆଗ୍ରହରୁ ସେ ହଟିନାହାନ୍ତି । ୧୦ ଥରରୁ ଅଧିକ ଥର ସ୍ୱେଚ୍ଛାକୃତ ରକ୍ତଦାନ କଲେଣି । ସବୁଠାରୁ ବଡ଼କଥା ହେଲା, ଯେଉଁଠି ରକ୍ତଦାନ ଶିବିରର ଖବର ଅମରେଶ ପାଆନ୍ତି ନିଜ ଉଦ୍ୟମରେ ସେଠାକୁ ଯାଇ ରକ୍ତଦାନ କରନ୍ତି ।

ଆଜି ଯୁବ ଉତ୍କଳ ଫାଉଣ୍ଡେସନ୍ ସହଯୋଗରେ ଓଡ଼ିଶା-ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ ଖବର ପାଇ ସେଠାରେ ପହଞ୍ଚି ରକ୍ତଦାନ କରିଥିଲେ । ରକ୍ତ ଦେଇ ଚାରି ଚାରିଟା ଜୀବନ ବଞ୍ଚେଇପାରୁଥିବାରୁ ମୁଁ ବହୁତ ଖୁସି ବୋଲି ଅମରେଶ କହିବା ସହ ସମସ୍ତେ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଅନୁରୋଧ କରିଥିଲେ । ରକ୍ତଦାନ ଶିବିର ଭଳି ମହତ୍ କାର୍ଯ୍ୟକୁ ଓଡ଼ିଶା- ମୋ ପରିବାର ନିରବଚ୍ଛିନ୍ନ ଭାବରେ କରିଆସୁଥିବାରୁ ସେ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ ।

କେବଳ ସମାଜସେବା ନୁହେଁ, ପରିବାର ଉପରେ ଭାର ନହୋଇ ନିଜେ ବଞ୍ଚିବାର କଳା ଆହରଣ କରିସାରିଛନ୍ତି ଅମରେଶ । ପିଲାଦିନୁ ମେଧାବୀ ଛାତ୍ର ଭାବେ ପରିଚିତ ଅମରେଶ ଗତବର୍ଷ କମ୍ପୁ୍ୟଟର ବିଜ୍ଞାନରେ ଡିପ୍ଲୋମା ପାସ୍ କଲା ନିଜସ୍ୱ ଉଦ୍ୟମରେ ଷ୍ଟାର୍ଟ ଅପ୍ ବିଜନେସ୍ ଆରମ୍ଭ କରିଛନ୍ତି । ବମିଖାଲଠାରେ ଏକ ଘରଭଡ଼ା ନେଇ ସେଠାରେ ପୋଷାକ ବ୍ୟବସାୟ କରୁଛନ୍ତି । ମାତ୍ର ୪ ମାସ ତଳେ ବ୍ୟବସାୟ ଆରମ୍ଭ କରି ସଫଳତା ପାଇଲେଣି ବୋଲି ସେ କହିଛନ୍ତି । ଆଗକୁ ଦିବ୍ୟାଙ୍ଗମାନଙ୍କୁ ନେଇ ଏକ ବିରାଟ ଫେସନ୍ ସୋ କରିବା ଯୋଜନା ରଖିଛନ୍ତି ।

ସୂଚନାଥାଉକି, ୨୦୧୯ ମସିହାରେ ଅମରେଶ ଗ୍ଲୋବାଲ୍ ଆଇଟି ଚାଲେଂଜ୍ ରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ । ଦକ୍ଷିଣ କୋରିଆରେ ଆୟୋଜିତ ଏହି ପ୍ରତିଯୋଗିତାରେ ୨୧ ଟି ଦେଶକୁ ହରାଇ ଭାରତ ପାଇଁ ଗୋଟିଏ ସ୍ୱର୍ଣ୍ଣପଦକ ଏବଂ ଗୋଟିଏ ରୋ÷ପ୍ୟପଦକ ଆଣିଥିଲେ ।

Previous Post

ଶ୍ରୀମନ୍ଦିର ପରିକ୍ରମା ଯୋଜନା ଗୃହୀତ

Next Post

ସାତକୋଶିଆ ଇକୋ ରିଟ୍ରିଟ୍ ରେ ନିଆଁ, ଜଳିଗଲା ୩ କଟେଜ୍

Next Post
ସାତକୋଶିଆ ଇକୋ ରିଟ୍ରିଟ୍ ରେ ନିଆଁ, ଜଳିଗଲା ୩ କଟେଜ୍

ସାତକୋଶିଆ ଇକୋ ରିଟ୍ରିଟ୍ ରେ ନିଆଁ, ଜଳିଗଲା ୩ କଟେଜ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA