Tuesday, May 26, 2026 09:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୌମ୍ୟଙ୍କ ତୃତୀୟ ନୟନକୁ କ୍ୟାପଟେନ୍ ଙ୍କ ମାଫ୍

ବିରୋଧୀ ଦଳ ହାତରେ ତୃତୀୟ ନୟନ ସ୍କ୍ରିପ୍ଟ !

by Our Correspondent
30 Oct, 2021- 06:15 PM
in Latest News, News
1 min read
0
ସୌମ୍ୟଙ୍କ ତୃତୀୟ ନୟନକୁ କ୍ୟାପଟେନ୍ ଙ୍କ ମାଫ୍

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାରେ ତାଙ୍କୁ ଯୋଡ଼ା ଯାଉଥିବାରୁ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଭାଙ୍ଗିପଡ଼ିଥିବା କହିଛନ୍ତି । ମନଗଢ଼ା ଓ ଭିତ୍ତିହୀନ ଖବର କରି ତାଙ୍କର ଚରିତ୍ର ସଂହାର ଓ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । ଏଥିପାଇଁ ଅର୍ଗସ ଟିଭି, ଓଟିଭି ଓ ଓଡିଶା ରିପୋର୍ଟର ବିରୋଧରେ ମାନହାନି ମକଦ୍ଦମା କରିଛନ୍ତି । ତେବେ ତାଙ୍କ ଦଳର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ମିଡ଼ିଆ ହାଉସ୍ କୁ ସେଥିରୁ ବାଦ୍ ଦେବା ସମସ୍ତଙ୍କୁ ବିସ୍ମିତ କରିଛି । ବିସ୍ମିତ ଏଥିପାଇଁ ଯେ କ୍ୟାପେଟନ୍ ଙ୍କ ଇଜ୍ଜତ ଲୁଣ୍ଠନ ମାପଦଣ୍ଡରେ ସୌମ୍ୟଙ୍କ ତୃତୀୟ ନୟନ ବିଲକୁଲ୍ ପଛରେ ନାହିଁ ।

ଗୋବିନ୍ଦ ସାହୁ-ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠତାଠାରୁ ଆରମ୍ଭ କରି, ମହାଲିଙ୍ଗ କଲେଜକୁ ଅପର୍ଯ୍ୟାପ୍ତ ସରକାରୀ ଅନୁଦାନ, ହଷ୍ଟେଲ ଗୁପ୍ତ କୋଠରୀ, ରଙ୍ଗଶାଳା, ନେତା-ପ୍ରଶାସକ-ଠିକାଦାରଙ୍କ ମଧୁଚନ୍ଦ୍ରିକା, ମମିତାଙ୍କ ଟ୍ୱିଟର୍ ପୋଷ୍ଟ ଡିଲିଟ୍ ଖବର ପର୍ଯ୍ୟନ୍ତ ଭଳିକି ଭଳି ବେଶୀ ସନସନି ଖବର ଯଦି କେଉଁଠି ଆସିଛି ତେବେ ସେଇ ତୃତୀୟ ନୟନରେ । ଯାହାର ପ୍ରମାଣ ଦେଖିବାକୁ ବାକି ଅଛି ।

ନିଜେ ସୌମ୍ୟବାବୁ ତାଙ୍କ ସମ୍ପାଦକୀୟରେ ମାମଲାକୁ ନେଇ ସରକାର, ମନ୍ତ୍ରୀ ଦିବ୍ୟଶଙ୍କର ଓ ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ବିଜେଡ଼ି ନେତା/ନେତ୍ରୀଙ୍କୁ ଅତ୍ୟନ୍ତ କଟୁ ଭାଷାରେ ସମାଲୋଚନା କରିଛନ୍ତି । ତାଙ୍କ ‘ଆମ ଘରର ହାଲଚାଲ୍’ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡ଼ି ସରକାରକୁ ଅହଂକାରୀ ଦର୍ଶାଇ ଏହା ‘ସ୍ୱଚ୍ଛତା ଓ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା’ର ସଂକୋଚନର ମୂଳ କାରଣ ବୋଲି କଟାକ୍ଷ କରିଛନ୍ତି । ମମିତା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ଯେ ଅସଲ ଖଳନାୟକ ତାହା ପରୋକ୍ଷରେ ସୂଚାଇ ଦେଇଛନ୍ତି ନିଜେ ସୌମ୍ୟ ଓ ତାଙ୍କର ମିଡ଼ିଆ ହାଉସ୍ ।

ମାତ୍ର ନିଜକୁ ନିଦେ୍ର୍ଦାଷ ଦାବି କରୁଥିବା ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ଏଥିରେ ମାନହାନି ହୋଇନାହିଁ !! ଅର୍ଥାତ୍ ଅନ୍ୟ ତିନୋଟି ମିଡ଼ିଆ ତାଙ୍କର ମାନହାନି କରିଥିଲା ବେଳେ ସୌମ୍ୟଙ୍କ ମିଡ଼ିଆ ସଂସ୍ଥା ସେଥିରେ ସାମିଲ ନାହିଁ । ସମ୍ବାଦ, କନକ ଟିଭି ଯାହା ଲେଖୁଛନ୍ତି କି ଦେଖୋଉଛନ୍ତି ତାହା ମିଛ ନୁହେଁ କି ତାଙ୍କର ଚରିତ୍ର ସଂହାର ହେଉନି । କ୍ୟାପେଟନ୍ ଙ୍କ ପ୍ରେସ୍ ବିବୃତିରୁ ଏୟା ବୁଝିବାକୁ ହେବ । ନୁହେଁ କି?

ହୋଇପାରେ, ଦଳୀୟ ବିଧାୟକ ହୋଇଥିବାରୁ ସୌମ୍ୟବାବୁଙ୍କ ପ୍ରତି କ୍ୟାପେଟନ୍ ଉପର୍ଧ ଦେଖାଇଛନ୍ତି କିମ୍ବା ତାଙ୍କ ତୃତୀୟ ନୟନକୁ ଡ଼ର ଥିବାରୁ ମକଦ୍ଦମା କରିବାକୁ ସାହାସ ଜୁଟାଇ ନାହାନ୍ତି? କ୍ୟାପେଟନ୍ ଙ୍କ ପାଖରୁ ଏହାର ସ୍ପଷ୍ଟୀକରଣ ଅପେକ୍ଷା କରାଯାଉଛି ।

ରାଜନୈତିକ ସମୀକ୍ଷକମାନେ କିନ୍ତୁ ଏହାକୁ ଭିନ୍ନ ଦୃଷ୍ଟିରେ ଚିତ୍ରଣ କରିଛନ୍ତି । ସେମାନଙ୍କ ମତରେ, ମିଡ଼ିଆ ପାୱାର୍ ହିଁ ସୌମ୍ୟବାବୁଙ୍କୁ ବିଜେଡ଼ିରେ ପଣ୍ଡିତ ପୁଅ ସଜାଇ ଦେଇଛି । ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ନୀତିରେ ତାଙ୍କ ମିଡ଼ିଆ ମାଡ଼କୁ ବିଜେଡ଼ି ନେତାମାନେ ପ୍ରତିବାଦ କରିବାକୁ ସାହାସ କରିପାରୁନାହାନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ସେ ବାରମ୍ବାର ଟାର୍ଗେଟ୍ କରି ସରକାରଙ୍କୁ ଅକଳରେ ପକାଉଥିଲେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଚତୁର ସୌମ୍ୟବାବୁ ଏହି ଦୁର୍ବଳତାରୁ ଫାଇଦା ନେଇ ବ୍ଲାକ୍ ମେଲିଂ ଜାରି ରଖିଥିବା ସେମାନେ ସୂଚାଇଛନ୍ତି । ମନ୍ତ୍ରୀ ନ ହେଲା ଯାଏଁ ସୌମ୍ୟବାବୁ ଏହି ଧାରା ଜାରି ରଖିବା ନିଶ୍ଚିତ ବୋଲି ସେମାନେ କହିଛନ୍ତି ।

ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସମ୍ବେଦନଶୀଳ ମମିତା ମେହେର ହତ୍ୟା ମାମଲାରେ ବିରୋଧୀ ଦଳର ଭରସା ହୋଇଛି ତୃତୀୟ ନୟନ ସ୍କ୍ରିପ୍ଟ । ସେହି ସ୍ପ୍ରିପ୍ଟକୁ ଧରି ବିଜେପି ଓ କଂଗ୍ରେସ ନେତାମାନେ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଘେରୁଥିବା ଲକ୍ଷ୍ୟ କରାଯାଉଛି । ସେଥିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ମାନହାନି ନ ହେବା ନିଶ୍ଚିତ ଭାବେ ଗବେଷଣାର ବିଷୟ ।

Previous Post

କାଉଣ୍ଟର୍ ଷ୍ଟ୍ରାଟେଜି ! ଦରବୃଦ୍ଧି ଅସ୍ତ୍ର ବାହାର କଲା ବିଜେଡ଼ି

Next Post

‘ଦାଗୀ’ କେନ୍ଦ୍ରମନ୍ତ୍ରୀଙ୍କୁ ଛାତ୍ର କଂଗ୍ରେସର ଅଣ୍ଡାମାଡ଼

Next Post
‘ଦାଗୀ’ କେନ୍ଦ୍ରମନ୍ତ୍ରୀଙ୍କୁ ଛାତ୍ର କଂଗ୍ରେସର ଅଣ୍ଡାମାଡ଼

'ଦାଗୀ' କେନ୍ଦ୍ରମନ୍ତ୍ରୀଙ୍କୁ ଛାତ୍ର କଂଗ୍ରେସର ଅଣ୍ଡାମାଡ଼

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA