Tuesday, May 26, 2026 09:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଦାଗୀ’ କେନ୍ଦ୍ରମନ୍ତ୍ରୀଙ୍କୁ ଛାତ୍ର କଂଗ୍ରେସର ଅଣ୍ଡାମାଡ଼

ବିଜେପିର ଡବଲ୍ ଷ୍ଟାଣ୍ଡାର୍ଡ, ମଜ୍ଜା ନେଲା ବିଜେଡ଼ି

by Our Correspondent
31 Oct, 2021- 07:50 PM
in Latest News, News, Politics
1 min read
0
‘ଦାଗୀ’ କେନ୍ଦ୍ରମନ୍ତ୍ରୀଙ୍କୁ ଛାତ୍ର କଂଗ୍ରେସର ଅଣ୍ଡାମାଡ଼

ଭୁବନେଶ୍ୱର: ୟୁପି ଲଖିମପୁର ଖେରି ଚାଷୀ ହତ୍ୟା ମାମଲାର ଭିଲେନ୍ କୁହାଯାଉଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କର ଓଡ଼ିଶାଗସ୍ତକୁ ଆଜି ଜୋରଦାର ବିରୋଧ କରିଛି ଛାତ୍ର ଓ ଯୁବ କଂଗ୍ରେସ । ଭୁବନେଶ୍ୱର ବିମାନବନ୍ଦରରୁ କେନ୍ଦ୍ରମନ୍ତ୍ରୀ ବାହାରିବା ବେଳେ ଏୟାରପୋର୍ଟ ଛକରେ ତାଙ୍କ ଗାଡ଼ି ଉପରକୁ ଅଚାନକ କିଛି ଛାତ୍ର କଂଗ୍ରେସ କର୍ମୀ ମାଡ଼ି ଆସି ଅଣ୍ଡା ଓ କାଳିମାଡ଼ କରିଥିଲେ । କଳାପତାକା ଦେଖାଇଥିଲେ । ପୁଲିସ ସେମାନଙ୍କୁ ଅଟକାଇବା ବେଳେ ଧସ୍ତାଧସ୍ତି ହୋଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବିରେ ଛାତ୍ର ଓ ଯୁବ କଂଗ୍ରେସ କର୍ମୀ ପ୍ରତିବାଦ ଆନ୍ଦୋଳନ କରିଥିଲେ ।

କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବିରେ ଦୀର୍ଘ ମାସେ ହେଲାଣି ଆନ୍ଦୋଳନ ଚାଲିଛି । ସେପ୍ଟେମ୍ବର ୩ ତାରିଖରେ ଲଖିମପୁର ଖେରିରେ ଆନ୍ଦୋଳନରତ ଚାଷୀଙ୍କ ଉପରକୁ ତାଙ୍କ ପୁଅ ଆଶିଷ ମିଶ୍ର ଗାଡ଼ି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି । ସେଥିରେ ୪ ଜଣ ଚାଷୀ ପ୍ରାଣ ହରାଇଥିଲେ । ଉତ୍ତ୍ୟକ୍ତ ଚାଷୀଙ୍କ ପାଲଟା ଆକ୍ରମଣରେ ୪ ଜଣ ପ୍ରାଣ ହରାଇଥିଲେ । ଘଟଣା ପରେ ପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଫେରାର ହୋଇଯାଇଥିଲେ ଏବଂ ପରେ ପୁଲିସ ଦ୍ୱାରା ଗିରଫ ହୋଇଥିଲେ ।

ତେବେ ଏହି ଚାଷୀ ହତ୍ୟା ଘଟଣାରେ ଖୋଦ୍ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଭୂମିକା ଉପରକୁ ଅଙ୍ଗୁଳି ଉଠିଥିଲା । ତାଙ୍କର ଇସ୍ତଫା/ବହିଷ୍କାର ପାଇଁ ସମଗ୍ର ଦେଶରେ ଆନ୍ଦୋଳନ ଚାଲିଥିଲା । କିଛି ଜାଗାରେ ଏବେ ବି ଜାରି ରହିଛି । ମାତ୍ର ନା ସେ ଇସ୍ତଫା ଦେଲେ ନା ପ୍ରଧାନମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଲେ । ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଆଶୀର୍ବାଦରେ ଏବେ ବି ବଳୀୟାନ୍ ଅଛନ୍ତି । ଜନ ଅସନ୍ତୋଷକୁ କେନ୍ଦ୍ର ସରକାର ଏବଂ ତାଙ୍କ ଦଳ ଖାତିର କରିନାହାନ୍ତି ।

ଏହି ବିବାଦୀୟ କେନ୍ଦ୍ରମନ୍ତ୍ରୀଙ୍କୁ ଭୁବନେଶ୍ୱରରେ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ ହେବା ବିଜେପି ନେତାମାନଙ୍କୁ ଅଡୁଆରେ ପକାଇଛି । କ’ଣ କରିବେ ନ କରିବେ ଭାବିଚିନ୍ତି କ୍ୟାମେରା ସାମନାକୁ ଆସିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ଼ ଘଟଣା ନିନ୍ଦନୀୟ ବୋଲି ଦଳର ମୁଖପାତ୍ର ଦିଲ୍ଲୀପ ମହାନ୍ତି ପ୍ରତିକ୍ରିୟା ଦେବା ସହ କଂଗ୍ରେସର ଆଚରଣକୁ ସମାଲୋଚନା କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ବିଜେପି ସାରା ରାଜ୍ୟରେ ତୀବ୍ର ଆନ୍ଦୋଳନ ଚଳାଇଛି । ବ୍ରହ୍ମପୁରରେ ଆନ୍ଦୋଳନରତ କର୍ମୀମାନେ ଏସପି ଅଫିସକୁ ଧସେଇ ପଶି ଅଣ୍ଡାମାଡ଼ କରିଥିଲେ । ଏବେ ସେଇ ଅଣ୍ଡା ବୁଲି ବୁଲି ବିଜେପିର କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ଆସିଛି । ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ବେଳେ ଅଣ୍ଡାମାଡ଼ ଠିକ୍ ହେଲେ ଅଜୟ ମିଶ୍ରଙ୍କ ବହିଷ୍କାର ଦାବି ବେଳେ ଅଣ୍ଡାମାଡ଼ ଭୁଲ୍ ବୋଲି ବିଜେପି ଜଣାଇ ଦେଇଛି । ରାଜନୀତିରେ ଲଜ୍ଜା ଛାଡ଼ି ଏମିତି ଦୋମୁହାଁ ନୀତି ଆପଣେଇବାକୁ ପଡ଼େ ବୋଲି ଏହି ଘଟଣା ପୁଣି ଥରେ ପ୍ରମାଣିତ କରିଛି ।

ତେବେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଉପରକୁ ଛାତ୍ର କଂଗ୍ରେସର ଅଣ୍ଡାମାଡ଼ ଘଟଣା ବିଜେଡ଼ି ନେତାମାନଙ୍କୁ ମଜ୍ଜା ଦେଇଛି । ଏ ସମ୍ପର୍କରେ ଗଣମାଧ୍ୟମରେ କେହି ମୁହଁ ଖୋଲି ନ ଥିଲେ ମଧ୍ୟ ବିଜେପିର ଦୋମୁହାଁ ନୀତି ପଦାରେ ପଡ଼ିଥିବାରୁ ଖୁସି ହୋଇଛନ୍ତି । ସୂଚନାଥାଉକି, ଭୁବନେଶ୍ୱର ଓ ଭବାନୀପାଟଣାରେ ଦିବ୍ୟଶଙ୍କରଙ୍କ ଘର ଉପରକୁ ଛାତ୍ର କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କଲା ବେଳେ ବିଜେପି ନେତାମାନେ ଭାରି ଖୁସି ହେଉଥିଲେ ।

Previous Post

ସୌମ୍ୟଙ୍କ ତୃତୀୟ ନୟନକୁ କ୍ୟାପଟେନ୍ ଙ୍କ ମାଫ୍

Next Post

ପୂର୍ବତନ କନେଷ୍ଟବଳ ପ୍ରସନ୍ନଙ୍କର ୭ କୋଟି ବେଆଇନ ସମ୍ପତ୍ତି

Next Post
ପୂର୍ବତନ କନେଷ୍ଟବଳ ପ୍ରସନ୍ନଙ୍କର ୭ କୋଟି ବେଆଇନ ସମ୍ପତ୍ତି

ପୂର୍ବତନ କନେଷ୍ଟବଳ ପ୍ରସନ୍ନଙ୍କର ୭ କୋଟି ବେଆଇନ ସମ୍ପତ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA