Tuesday, April 21, 2026 05:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ପୂର୍ବତନ କନେଷ୍ଟବଳ ପ୍ରସନ୍ନଙ୍କର ୭ କୋଟି ବେଆଇନ ସମ୍ପତ୍ତି

ପତ୍ନୀ, ପରିବାରର ଅନ୍ୟ ସଦସ୍ୟଙ୍କ ନାଁରେ ବି ମାମଲା

by Our Correspondent
01 Nov, 2021- 12:28 PM
in Crime, Latest News, News
1 min read
0
ପୂର୍ବତନ କନେଷ୍ଟବଳ ପ୍ରସନ୍ନଙ୍କର ୭ କୋଟି ବେଆଇନ ସମ୍ପତ୍ତି

ଭୁବନେଶ୍ୱର: ଜଣେ ସାଧାରଣ କନେଷ୍ଟବଳ ୨୦ ବର୍ଷ ଚାକିରି କାଳରେ କେତେ ରୋଜଗାର କରିପାରିବେ? କୋଟି କୋଟି ଟଙ୍କାର ବେପାର କରିବାର ତାକତ୍ କୋଉଠୁ ଆଣିପାରିବେ? ସଚ୍ଚୋଟ ସରକାରୀ ଚାକିରିଆଙ୍କ ପାଇଁ ଏହାର ଉତ୍ତର ଜଟିଳ ହୋଇପାରେ । ମାତ୍ର ପୂର୍ବତନ କନେଷ୍ଟବଳ ପ୍ରସନ୍ନ ବେହେରା ଏହାକୁ କାମରେ ଦେଖାଇଛନ୍ତି । ପ୍ରାୟ ୭ କୋଟି ବେଆଇନ ସମ୍ପତ୍ତିର ମାଲିକ ବନିଛନ୍ତି । ସତ୍ ଉପାୟ ରୋଜଗାରର ଏହା ୨୨୧ ଗୁଣା ଅଧିକ । ପ୍ରସନ୍ନଙ୍କର ଏହି ବିପୁଳ ସମ୍ପତ୍ତି ସମସ୍ତଙ୍କୁ ତାଜୁବ କରିଦେଇଛି ।

୩ ଦିନ ତଳେ ଭିଜିଲାନସ୍ ର ୫ ଟି ଟିମ୍ ପ୍ରସନ୍ନ ବେହେରାଙ୍କ ୫ ଟି ଜାଗା ଯଥା, କଳ୍ପନାସ୍ଥିତ ସରକାରୀ ବାସଭବନ, ଡୁମଡୁମାସ୍ଥିତ ସ୍ପାର୍କ ଫର୍ଣ୍ଣିଚର୍ ସୋ ରୁମ୍, ଲିଙ୍ଗିପୁର ସନ୍ଥ ବିହାରଠାରେ ଥିବା ଫର୍ଣ୍ଣିଚର୍ ୱାର୍କସପ୍, ପାତ୍ରପଡ଼ାସ୍ଥିତ ସାଉଥସିଟି ବାର ଏବଂ ଖୋର୍ଦ୍ଧା ନୂଆପଡ଼ା ଗାଁରେ ଥିବା ଦୁଇମହଲା କୋଠା ଉପରେ ଏକକାଳୀନ ରେଡ୍ କରିଥିଲେ । ତାଙ୍କ ସ୍ପାର୍କ ଫର୍ଣ୍ଣିଚର ସୋ’ ରୁମ୍ ଟି ୦.୨୫୦ ଏକର ଜାଗା ଉପରେ ନିର୍ମିତ ହୋଇଛି । ଏହି ଜାଗାର ବଜାର ମୂଲ୍ୟ ଦେଢ଼ କୋଟି । ଏହାବାଦ୍ ତାଙ୍କ ଗାଁ ନୂଆପଡ଼ାରେ ୪୫ ଲକ୍ଷ ଟଙ୍କାର ଏକ ପ୍ଲଟ୍, ଭୁବନେଶ୍ୱର ସୁନ୍ଦରପଦାରେ ପତ୍ନୀଙ୍କ ନାଁରେ ୨୪ ଲକ୍ଷ ଟଙ୍କାର ଫ୍ଲାଟ୍, ପରିବାର ନାଁରେ ୫୦ ଲକ୍ଷରୁ ଅଧିକ ଟଙ୍କାର ଇନସୁରାନ୍ସ ଡିପୋଜିଟ, ୪ ଟି ଦାମୀ କାର୍, ଦୁଇଟି ମଟରସାଇକେଲ, ୨୧ ଟି ପାସବୁକ୍ ଠାବ ହୋଇଥିଲା । ଚାରି ଦିନ ହେଲା ତାଙ୍କର ସବୁ ଆୟ ଏବଂ କମେଇଥିବା ସମ୍ପତ୍ତିର ମୂଲ୍ୟ ଆକଳନ ଚାଲିଥିଲା ।

ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମୂଲ୍ୟ ହେଉଛି ୬ କୋଟି ୯୭ ଲକ୍ଷ ୧୫ ହଜାର ୫୭ ଟଙ୍କା । ଦରମା ଟଙ୍କା ଓ ଅନ୍ୟାନ୍ୟ ସଦ୍ ଉପାୟରେ କରିଥିବା ରୋଜଗାରର ଏହା ୨୨୧ ଗୁଣ ଅଧିକ ବୋଲି ଭିଜିଲାନସ୍ ପକ୍ଷରୁ କୁହାଯାଇଛି । ଏସବୁ ଆୟ ବର୍ହିଭୂତ ସମ୍ପତ୍ତି ପ୍ରସନ୍ନ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ରହିଛି । ଭିଜିଲାନସ୍ ତଦନ୍ତ ବେଳେ ସେମାନେ ଏହି ଟଙ୍କାର ଉତ୍ସ ସମ୍ପର୍କରେ ପାଟି ଖନେଇଥିଲେ । ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ ।

ପ୍ରସନ୍ନଙ୍କ ସମେତ ତାଙ୍କ ପତ୍ନୀ ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କ ବିରୋଧରେ ଭିଜିଲାନସ୍ ମାମଲା ରୁଜୁ କରାଯାଇଛି । ଭିଜିଲାନସ୍ ଏଡ଼ିଜି ଯଶୱନ୍ତ ଜେଠୱା ନିଜେ ଏହି ମାମଲାର ତତ୍ତ୍ୱାବଧାନ କରୁଛନ୍ତି । ପୂର୍ବରୁ ପ୍ରସନ୍ନ ଗିରଫ ହୋଇ ଜେଲ୍ ରେ ଅଛନ୍ତି ।

ସୂଚନାଯୋଗ୍ୟ, ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ହତ୍ୟାକାଣ୍ଡର ତଦନ୍ତ ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ସାଉଥସିଟି ବାର୍ ଗୁମର ଓ କନେଷ୍ଟବଳ ପ୍ରସନ୍ନର କାରନାମା ଜଣାପଡ଼ିଥିଲା । ପ୍ରସନ୍ନ ନାଁରେ ଏକାଧିକ ଅପରାଧିକ ମାମଲା ବି ସାମନାକୁ ଆସିଥିଲା । ଅକ୍ଟୋବର ୨୨ ତାରିଖରେ ସେ ଚାକିରିରୁ ନିଲମ୍ବିତ ହୋଇଥିଲେ । ୨୩ରେ ଗିରଫ ହେଲେ । ୨୪ ରେ ଚାକିରିରୁ ବରଖାସ୍ତ ହେଲେ ।

Previous Post

‘ଦାଗୀ’ କେନ୍ଦ୍ରମନ୍ତ୍ରୀଙ୍କୁ ଛାତ୍ର କଂଗ୍ରେସର ଅଣ୍ଡାମାଡ଼

Next Post

ମନ୍ତ୍ରୀ ପାଇଁ ନାଟ..ତୃତୀୟ ନୟନ ବିଚାରରେ ଦେବାଳିଆ ପଣ !

Next Post
ମନ୍ତ୍ରୀ ପାଇଁ ନାଟ..ତୃତୀୟ ନୟନ ବିଚାରରେ ଦେବାଳିଆ ପଣ !

ମନ୍ତ୍ରୀ ପାଇଁ ନାଟ..ତୃତୀୟ ନୟନ ବିଚାରରେ ଦେବାଳିଆ ପଣ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA