Tuesday, April 21, 2026 06:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମନ୍ତ୍ରୀ ପାଇଁ ନାଟ..ତୃତୀୟ ନୟନ ବିଚାରରେ ଦେବାଳିଆ ପଣ !

ସେଇ ମୁହଁରେ ଅରୁଆ ସେଇ ମୁହଁରେ ଉଷୁନା

by Our Correspondent
01 Nov, 2021- 07:29 PM
in Latest News, News, Politics
1 min read
0
ମନ୍ତ୍ରୀ ପାଇଁ ନାଟ..ତୃତୀୟ ନୟନ ବିଚାରରେ ଦେବାଳିଆ ପଣ !

ଭୁୁବନେଶ୍ୱର: ପୂର୍ବଥର ‘ଆମ ଘରର ହାଲଚାଲ’ ରେ ନବୀନବାବୁଙ୍କ ମୂଲ୍ୟବୋଧ ଅକ୍ଷୂର୍ଣ୍ଣ ରହିବା ପାଇଁ ସୌମ୍ୟବାବୁ ଈଶ୍ୱରଙ୍କଠାରେ ପ୍ରାର୍ଥନା କରିଥିଲେ । ନବୀନବାବୁଙ୍କ ଇତିହାସ ସୌମ୍ୟବାବୁଙ୍କୁ ଉଲ୍ଲସିତ କରିଥିଲା । କୁଆଡ଼େ ବଦଳି ଯାଇଥିବା ଆଚରଣ ସମପରିମାଣରେ ବି ଚିନ୍ତିତ କରିଥିଲା । ଏଥର ଲେଖିଛନ୍ତି.. ବୃତ୍ତି, ପାର୍ଟି ଓ ମାଟି ଶୀର୍ଷକ ହାଲଚାଲ । ବୃତ୍ତି, ପାର୍ଟି ଓ ମାଟିକୁ ନେଇ ତାଙ୍କର ବ୍ୟକ୍ତିଗତ ଦ୍ୱନ୍ଦ ଥିବା ହାତ କାଟି ଲେଖିଛନ୍ତି । ସାଧାରଣ ଜୀବନରେ ରହି ଏକାଧିକ ଭୂମିକା ନିଭାଇବା ଉଦ୍ୟମ କଲେ ଏଭଳି ହୁଏ ବୋଲି ମାନିଯାଇଛନ୍ତି ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ତାଙ୍କୁ କ୍ଷୁବ୍ଧ କରିଥିବା ସୌମ୍ୟ ସୂଚେଇଛନ୍ତି । ଏ ପରିପ୍ରେକ୍ଷୀରେ ଇନ୍ଦ୍ରଜିତ୍ ରାୟ-ଅଞ୍ଜନା ମିଶ୍ର ମାମଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ୱଶୁର ଜାନକୀ ବଲ୍ଲଭ ପଟ୍ଟନାୟକୁ ସେ ଦେଇଥିବା ପରାମର୍ଶ ସ୍ମରଣ କରିଛନ୍ତି । ଜାନକୀବାବୁ ତାହା ଗ୍ରହଣ କରି ନ ଥିବାରୁ ଅବସ୍ଥା କ’ଣ ହେଲା ମନେ ପକାଇଛନ୍ତି ।

ଏଠି ପ୍ରଶ୍ନ ଯେ ଯଦି ସୌମ୍ୟଙ୍କର ସ୍ପଷ୍ଟ ମତ ଥିଲା ତେବେ ତାଙ୍କ ଖବରକାଗଜରେ ତାହାର ପ୍ରତିଫଳନ ହେଉ ନ ଥିଲା କାହିଁକି? ମାଟିର ସ୍ୱାର୍ଥ ନା ପାର୍ଟିର ସ୍ୱାର୍ଥକୁ ସେ ଗୁରୁତ୍ୱ ଦେଇଥିଲେ?

ଦ୍ୱିତୀୟରେ, ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଇସ୍ତଫାକୁ ନୈତିକତାର ଉଦାହରଣରେ ଉଲ୍ଲେଖ କରିଛନ୍ତି ସୌମ୍ୟବାବୁ । ସମ୍ ହସ୍ପିଟାଲ୍ ରେ ନିଆଁ ଲାଗିବା ଘଟଣାରେ ଅତନୁବାବୁଙ୍କର କୌଣସି ଭୂମିକା ନ ଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି । ତେବେ ସୌମ୍ୟବାବୁ ଭୁଲି ଯିବା ଉଚିତ ନୁହେଁ ଯେ ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାରେ ଅତନୁଙ୍କର ଇସ୍ତଫା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ସବୁଠାରୁ ଅଧିକ ଚାପ ପକାଇଥିଲେ ପଣ୍ଡା ମିଡ଼ିଆ ସମେତ ତାଙ୍କ ଖବରକାଗଜ ଓ ଟିଭି ।

ଯଦି ଅଗ୍ନିକାଣ୍ଡ ଘଟଣାରେ ମନ୍ତ୍ରୀଙ୍କର ଭୂମିକା ନ ଥିଲା ତେବେ ସୌମ୍ୟବାବୁ ତାଙ୍କ ଖବରକାଗଜ ଏବଂ ଟିଭିକୁ ଅତନୁଙ୍କ ମୁଣ୍ଡ ପାଇଁ ଲଗାଇଥିଲେ କାହିଁକି? ଏହା କ’ଣ ତାହା ହେଲେ ଅତନୁଙ୍କୁ ହଟାଇବା ପାଇଁ ବୈଜୟନ୍ତ- ସୌମ୍ୟଙ୍କର ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା ବୋଲି ବୁଝିବାକୁ ହେବ କି? ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କ୍ଷେତ୍ରରେ ସେଇ ଭୂମିକା ନାହିଁ ତ? ବିଜେଡ଼ିରେ ଅସ୍ଥିରତା ସୃଷ୍ଟି ପାଇଁ ସୌମ୍ୟବାବୁ କୌଶଳ ଆପଣେଇନାହାନ୍ତି ତ?

କେବଳ ମମିତା ମେହେର ହତ୍ୟା ପୃଷ୍ଠଭୂମିରେ ସୌମ୍ୟବାବୁଙ୍କର ଏହି ଭାବନା ଜନ୍ମ ନେଇଛି ତାହା ନୁହେଁ, ଗତ ଦୁଇବର୍ଷ ଭିତରେ ତାଙ୍କର ଏହି ଆମ ଘରର ହାଲଚାଲ ସ୍ତମ୍ଭରେ ସେ ନବୀନ ପଟ୍ଟନାୟକଙ୍କ ଶାସନକୁ ଅନେକବାର କଟାକ୍ଷ କରିଛନ୍ତି, ତୀବ୍ର ସମାଲୋଚନା କରିଛନ୍ତି । ନବୀନଙ୍କ କାର୍ଯ୍ୟଶୈଳୀ ତାଙ୍କୁ ଆଦୌ ପସନ୍ଦ ହେଉନାହିଁ । ହାତଗଣତି ରାଜନୈତିକ ଅନୁଗାମୀ ଓ ପ୍ରଶାସକଙ୍କ ସହାୟତାରେ ନବୀନ କାର୍ଯ୍ୟ କରୁଥିବା ଅଭିଯୋଗ କରି ଏହାକୁ ଗୁରୁଚାଣ୍ଡାଳ ଦୋଷ ବୋଲି ଆକ୍ଷେପ କରିବାକୁ ପଛାଇ ନାହାନ୍ତି ।

ତେବେ ସୌମ୍ୟବାବୁ ମାଟି ପାଇଁ ଏଭଳି ସ୍ୱର ବାହାର କରୁଥିବା ମଲା ଲୋକ ବି ବିଶ୍ୱାସ କରିବେ ନାହିଁ । ତାଙ୍କର ଅନ୍ତର୍ନିହିତ ଉଦ୍ଦେଶ୍ୟଟି କ’ଣ ତାହା ସମସ୍ତଙ୍କୁ ଜଳ ଜଳ ଦିଶୁଛି । ତୃତୀୟ ନୟନର ଅବତାରରେ ସୌମ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ବ୍ଲାକମେଲିଂ କରୁଥିବା ଜାଣିବା ପରେ ସାଧାରଣ ପାଠକମାନେ ମଧ୍ୟ ତାଙ୍କୁ ଗୁରୁତ୍ୱ ଦେଉନାହାନ୍ତି ।

କହିବାରେ କାହାର କୁଣ୍ଠାବୋଧ ନାହିଁ ଯେ ସୌମ୍ୟବାବୁ ଉଚ୍ଚ ବ୍ୟକ୍ତିତ୍ୱର ଅଧିକାରୀ । ତାଙ୍କର ଜ୍ଞାନ, ମହିମାର ସମକକ୍ଷ ଓଡ଼ିଶାରେ ବହୁତ କମ୍ ଲୋକ ଅଛନ୍ତି । ବୃତ୍ତିଗତ ଦୃଷ୍ଟିରୁ ପ୍ରଚଣ୍ଡ ପ୍ରତିଭା ସମ୍ପନ୍ନ । ତାଙ୍କ ଉପରେ ଈଶ୍ୱରଙ୍କର ଆଶୀର୍ବାଦର ଊଣା ନାହିଁ । ଧନ, ବଳ ଓ ପ୍ରଭାବରେ ପରିପୂର୍ଣ୍ଣ ହୋଇଛନ୍ତି । ତେବେ ଏତେ ସବୁ ସମ୍ପଦର ଅଧିକାରୀ ହୋଇ ମଧ୍ୟ ସେ ସୁଖୀ ନାହାନ୍ତି । କ୍ଷମତା ନିଶା ତାଙ୍କୁ ବଶ କରି ଦେଇଛି । ସେଥିପାଇଁ ନୀତି, ଆଦର୍ଶରୁ ସେ ଦୂରେଇ ଯାଇଥିବା ଆଲୋଚନା ହୁଏ ।

ରାଜନୈତିକ ସମୀକ୍ଷକଙ୍କ ମତରେ, ରାଜନୀତିରେ ସଫଳ ହେବା ପାଇଁ ସାମ୍ବାଦିକତାର ଖୋଳପାର ଆବଶ୍ୟକତା ନାହିଁ । ମାତ୍ର ସୌମ୍ୟବାବୁଙ୍କର ଏଥିରେ ପ୍ରବଳ ବିଶ୍ୱାସ ରହିଛି । ଗଣମାଧ୍ୟମକୁ ଆୟୁଧ କରି ରାଜନୈତିକ କ୍ଷମତା ହାସଲ କରିବାର କଳାରେ ସେ ଧୂରନ୍ଧର । ଦୁର୍ଭାଗ୍ୟ ଯେ ତାଙ୍କର ରାଜନୈତିକ ବିଚାରଠାରୁ ତାଙ୍କ ତୃତୀୟ ନୟନ ବିଚାର ସମ୍ପୂର୍ଣ୍ଣ ଓଲଟା । ତାଙ୍କଠାରୁ ନୀତି ଓ ଆଦର୍ଶର ବାଖ୍ୟା ଶୁଣିବା ଯାହା ଯାଦୁଆଠାରୁ ଯାଦୁ ମଲମ କିଣିବା ସେୟା ।

ନବୀନବାବୁଙ୍କ ଶାସନ ଉପରେ ସୌମ୍ୟଙ୍କ ଆରୋପ ନୂଆ ନୁହେଁ । ୨୦୦୦ ରୁ ୨୦୧୭ ମସିହା ଯାଏଁ ତାଙ୍କ ଖବରକାଗଜ ନବୀନବାବୁଙ୍କୁ ଖଳନାୟକ ଭାବେ ଚିତ୍ରଣ କରୁଥିଲା । ଓଡ଼ିଆଙ୍କ ଭାଷା ବୁଝୁ ନ ଥିବା ମୁଖ୍ୟମନ୍ତ୍ରୀ ଓଡ଼ିଆଙ୍କ ପ୍ରତି କିଭିଳି ଦରଦୀ ହେବେ ବୋଲି ପ୍ରଶ୍ନ କରି ପ୍ରତିଦିନ ଖବରକାଗଜରେ ପ୍ରଶ୍ନବାଣ ଛାଡୁଥିଲେ । ରାଜ୍ୟ ସରକାରଙ୍କର ଖଣି, ପାଣି, ଚିଟଫଣ୍ଡ ଦୁର୍ନୀତି ବିରୋଧରେ ଖବରକାଗଜରେ କମ୍ପମାନ କରୁଥିଲେ । ନବୀନ ପଟ୍ଟନାୟକଙ୍କୁ ଚାଷୀ ବିରୋଧୀ କହି ଆନ୍ଦୋଳନର ନେତୃତ୍ୱ ନେଉଥିଲେ ।

ମାତ୍ର ହଠାତ୍ ସୌମ୍ୟଙ୍କ ଆଭିମୁଖ୍ୟ ବଦଳିଗଲା କେମିତି? ନିର୍ବାଚନରେ ବାରମ୍ବାର ପରାଜିତ ହେଉଥିବାରୁ ସେ ଅନ୍ୟଠାରୁ ମନ ଛଡ଼େଇ ବିଜେଡ଼ି ନୀତି ଆଦର୍ଶରେ ନିଜକୁ ଅନୁପ୍ରାଣିତ କଲେ କେମିତି? ବିଜେଡ଼ି ସରକାର ଓ ନବୀନ ପଟ୍ଟନାୟକ ତାଙ୍କ ପାଇଁ ପ୍ରଭୁ ହୋଇଗଲେ କେମିତି? ଯେଉଁ ଖବରକାଗଜରେ ନବୀନଙ୍କୁ ଜନ ବିରୋଧୀ, ଦୁର୍ନୀତିଗ୍ରସ୍ତ, ବ୍ୟଭିଚାରୀ ଲେଖୁଥିଲେ ରାତାରାତି ତାଙ୍କ ପ୍ରଶଂସାରେ ମାତିଗଲେ କିପରି? ଏଥିରେ ପାର୍ଟିର ସ୍ୱାର୍ଥ ଥିଲା ନା ମାଟିର?

ରାଜନୈତିକ ସମୀକ୍ଷକଙ୍କ ବିଚାରରେ ବୃତ୍ତିଗତ ଶୀର୍ଷରେ ଥିବା ସୌମ୍ୟବାବୁ ରାଜନୀତିରେ ଅନୁରୂପ ସଫଳତା ପାଇବା ପାଇଁ ମନରେ ଭୀଷଣ ବ୍ୟାକୁଳତା ରଖିଛନ୍ତି । ଯେଉଁଥିପାଇଁ ନୀତି, ଆଦର୍ଶକୁ ଜଳାଞ୍ଜଳି ଦେଇସାରିଛନ୍ତି । ବିଜେଡ଼ିରେ ମିଶିବା, ଏମପି, ଏମଏଲଏ ବନିବା ଏବଂ ମନ୍ତ୍ରୀ ହେବା ପାଇଁ ଚାପ ସୃଷ୍ଟି କରିବାର କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି । ତାଙ୍କୁ ଦରକାର ମନ୍ତ୍ରୀ ପଦ । ନଚେତ ନବୀନଙ୍କ ଶାସନ ତାଙ୍କୁ ଅତିଷ୍ଠ ଲାଗୁଛି । ତେଣୁ ତୃତୀୟ ନୟନ ନାଁରେ ବ୍ଲାକମେଲିଂ କରୁଛନ୍ତି ।

ଚର୍ଚ୍ଚା ହୁଏ ଯେ ବୃତ୍ତି ନାଁରେ ସୌମ୍ୟବାବୁ ଯାହା କହୁଛନ୍ତି ତାହା ନୀତି, ଆଦର୍ଶ ଓ ଆଚରଣରେ ଦେଖାଇଲେ ନବୀନ ଭୟ କରନ୍ତେ ଏବଂ ଲୋକମାନେ ଆଦୃତ କରନ୍ତେ । ମାତ୍ର ସେ ଯାହା କହନ୍ତି ଓଲଟା କରିକି ଦେଖାନ୍ତି । ନିଜର ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ସେ ନିମ୍ନ ସ୍ତରକୁ ଖସିଯାଇପାରନ୍ତି । ନିଜ ଛାତ୍ରଛାୟାରେ ସେ ଦୁର୍ନୀତିକୁ ପ୍ରଶୟ ଦେଉଥିବା ମଧ୍ୟ ଅଭିଯୋଗ ହୁଏ । ସାଧାରଣ ଭୋଟରଙ୍କ ସହ ସମ୍ପର୍କ ରଖନ୍ତି ନାହିଁ କି ସେମାନଙ୍କ ସୁଖଦୁଃଖରେ ସାମିଲ ହୁଅନ୍ତି ନାହିଁ ।

ଏହାର ସଦ୍ୟତମ ଉଦାହରଣ ତାଙ୍କ ନିଜ ନିର୍ବାଚନମଣ୍ଡଳୀ ଖଣ୍ଡପଡ଼ାରେ ଦେଖିବାକୁ ମିଳୁଛି । ଖଣ୍ଡପଡ଼ାରୁ ବିପୁଳ ଭୋଟ ବ୍ୟବଧାନରେ ଜିତିଥିଲେ ମଧ୍ୟ ଅଞ୍ଚଳ ସହ ସମ୍ପର୍କରେ ନାହାନ୍ତି । ଅକ୍ଲାନ୍ତ ପରିଶ୍ରମ କରି ତାଙ୍କୁ ଜିତାଇଥିବା ସ୍ଥାନୀୟ ନେତାମାନଙ୍କ ଭଲମନ୍ଦରେ ଛିଡ଼ା ହେବା ଦୂରେ ଥାଉ ସେମାନଙ୍କ ଫୋନ୍ ମଧ୍ୟ ଉଠାନ୍ତି ନାହିଁ । ଖଣ୍ଡପଡ଼ାର ଗରିବ ମଳିମୁଣ୍ଡିଙ୍କୁ ସେ ଘୃଣା କରୁଥିବା ତାଙ୍କ ଭୋଟରମାନେ ଅନୁଭବ କରୁଛନ୍ତି ।

ବିଧାୟକ ଭାବେ ନିର୍ବାଚିତ ହେବା ପରେ ଗୟାଧର ପରିଡ଼ାଙ୍କ ଭଳି କିଛି ମୁଷ୍ଟିମେୟ ନେତାଙ୍କ ହାତରେ ଖଣ୍ଡପଡ଼ା ଦାୟିତ୍ୱ ଛାଡ଼ିଛନ୍ତି । ଏହି ଗୟା ପରିଡ଼ା ହେଉଛନ୍ତି ଭାପୁର ବ୍ଲକ୍ ର ଉପାଧ୍ୟକ୍ଷ ଯାହାଙ୍କ ନାଁ କିଛି ଦିନ ତଳେ ବେଶ୍ ଚର୍ଚ୍ଚାରେ ଥିଲା । ବ୍ଲକ୍ ଅଧ୍ୟକ୍ଷ ପଦରେ ଥିବା ଦଳିତ ମହିଳାଙ୍କୁ ଚୁପ୍ କରି, ତାଙ୍କର ଦସ୍ତଖତ ଜାଲିଆତି କରି ସେ ୧୦୦ କୋଟି ଟଙ୍କାର ମିଥ୍ୟା ବିଲ୍ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆସିଲା ପରେ ଅଭିଯୋଗକାରିଣୀ ଅଧ୍ୟକ୍ଷାଙ୍କୁ ଅନାସ୍ଥା ପ୍ରସ୍ତାବ ଜରିଆରେ ହଟାଇବା ପଛରେ ଥିଲା ବିଧାୟକ ସୌମ୍ୟରଂଜନଙ୍କ ଷଡ଼ଯନ୍ତ୍ର ।

ଭାପୁର ବ୍ଲକ୍ ର ଏହି ଦିର୍ନାତି ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ବେଳେ ସୌମ୍ୟବାବୁ ତାଙ୍କ ତୃତୀୟ ନୟନକୁ କାହିଁକି ଶୁଆଇ ଦେଲେ? ନବୀନ ସରକାରଙ୍କ ଦୁର୍ନୀତି ବିରୋଧରେ ଲେଖନୀ ଚାଳନା କରୁଥିବା ସୌମ୍ୟ ବାବୁଙ୍କର ନୀତି ଓ ନୈତିକତା କୁଆଡ଼େ ଗଲା ବୋଲି ଖଣ୍ଡପଡ଼ାବାସୀ ପ୍ରଶ୍ନ କରୁଛନ୍ତି । ନିଜକୁ ଭିନ୍ନ ବୋଲି ସେ ପ୍ରମାଣ ଦେଇପାରିବେ କି?

ବୁଦ୍ଧିଜୀବୀଙ୍କ କହିବାନୁଯାୟୀ, ସୌମ୍ୟଙ୍କ ଅସଲ ସମସ୍ୟାଟି ହେଉଛି ତାଙ୍କର ବ୍ୟବସାୟିକ ଉଚ୍ଚାକାଂକ୍ଷା(ବୃତ୍ତି) ଏବଂ ରାଜନୈତିକ ଉଚ୍ଚାଭିଳାଷ(ପାର୍ଟି) । ଦୁଇଟି ଯାକ ରାସ୍ତାରେ ସେ ଗୋଲାପ ଫୁଟିବା ଚାହାନ୍ତି । ଏକାଥରକେ ଦୁଇଟି ଯାକ ଲକ୍ଷ୍ୟ ହାସଲ ପାଇଁ ସେ ଅହରହ ଚେଷ୍ଟା ଚଳାଇଛନ୍ତି । ବେପାରର ସରଳ ସୂତ୍ର ଧରିବାରେ ସେ ପ୍ରଥମରୁ ସଫଳ ହୋଇଥିବା ବେଳେ ରାଜନୀତିରେ ସଫଳତା ପାଇବାକୁ ହେଲେ ନେତୃତ୍ୱକୁ ମିଡ଼ିଆ ଛାଟ ଦେଖାଇ ବ୍ଲାକମେଲିଂ କରିବାକୁ ହେବ ବୋଲି ବୁଝିସାରିଛନ୍ତି ।

ଯଦି ବିଜେଡ଼ି ଶାସନରେ ସୌମ୍ୟବାବୁ ସତରେ ଅସ୍ତବ୍ୟସ୍ତ ହେଉଛନ୍ତି, ଶାସନ ଉପରୁ ଆସ୍ଥା ହରାଇଛନ୍ତି, ତେବେ ଦଳରୁ ଇସ୍ତଫା ଦେଇ ନୈତିକତା ମୂଲ୍ୟବୋଧ ଜାହିର କରିବାକୁ ଶୁଭେଚ୍ଛୁମାନେ ପରାମର୍ଶ ଦେଇଛନ୍ତି । ପାର୍ଟି ଛାଡ଼ି ତୃତୀୟ ନୟନରେ ଓଡ଼ିଶାକୁ ଜଗନ୍ତୁ, ବିକାଶରେ ସହାୟକ ହୁଅନ୍ତୁ । ସେଇ ମୁହଁରେ ଅରୁଆ, ସେଇ ମୁହଁରେ ଉଷୁନା ଅଭ୍ୟାସ ଛାଡ଼ନ୍ତୁ ସୌମ୍ୟବାବୁ ।

ଉଲ୍ଲେଖନୀୟ ଯେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ବିଜେଡ଼ି ନେତା ଅନୁଭବ ପଟ୍ଟନାୟକ ଆଜି ପ୍ରଥମ ଥର ପାଇଁ ସୌମ୍ୟବାବୁଙ୍କୁ ଆକ୍ରମଣ କରିଛନ୍ତି । ‘ଆମ ଘରର ହାଲଚାଲ’ ଲେଖା ଉପରେ ଟୁଇଟର୍ ରେ ବର୍ଷିଛନ୍ତି । ଅନୁଭବ ଲେଖିଛନ୍ତି ଯେ ସୌମ୍ୟବାବୁ ମନ୍ତ୍ରୀ ପଦ ନ ପାଇବାରୁ ଫ୍ରଷ୍ଟେଟେଡ୍ ହୋଇଯାଇଛନ୍ତି । ଖାଇ ନ ଜାଣିଲେ ଅଙ୍ଗୁର କୋଳି ମିଠା ନ୍ୟାୟରେ ଏହି ଲେଖାଟି ତାହାର ପ୍ରତିଫଳନ । ପାର୍ଟି ତାଙ୍କୁ ମନ୍ତ୍ରୀ ନ କରିବାକୁ ମାଟି କଥା ତାଙ୍କର ମନେ ପଡ଼ିଛି । ସୁବିଧାବାଦୀ ରାଜନୀତିର ସେ ପ୍ରତିଛବି ବୋଲି ଅନୁଭବ କଟାକ୍ଷ କରିଛନ୍ତି ।

Previous Post

ପୂର୍ବତନ କନେଷ୍ଟବଳ ପ୍ରସନ୍ନଙ୍କର ୭ କୋଟି ବେଆଇନ ସମ୍ପତ୍ତି

Next Post

ପ୍ରତିଭା ସାହିତ୍ୟ ସଂସଦ ତରଫରୁ ମନସ୍ମିତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Next Post
ପ୍ରତିଭା ସାହିତ୍ୟ ସଂସଦ ତରଫରୁ ମନସ୍ମିତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପ୍ରତିଭା ସାହିତ୍ୟ ସଂସଦ ତରଫରୁ ମନସ୍ମିତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA